ବିଜେପି ନେତାଙ୍କୁ ଗୁଳି କରି ହତ୍ୟା
ଶ୍ରୀନଗର: ଜମ୍ମୁ କଶ୍ମୀରର ଖାଗ ବ୍ଲକର କାଉନସିଲର ତଥା ସଭାପତି ଭୁପିନ୍ଦର ସିଂଙ୍କୁ ବୁଡଗାମରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଜମ୍ମୁ କଶ୍ମୀର ପୁଲିସ ଏହି ସୂଚନା ଦେଇଛି। ପୁଲିସ କହିଛି ଯେ ବୁଧବାର ସନ୍ଧ୍ୟା ପ୍ରାୟ 7ଟା 45ରେ ଆତଙ୍କବାଦୀମାନେ ଖାଗର ବ୍ଲକ ସଭାପତି ତଥା ବିଜେପି ନେତା ଭୁପିନ୍ଦର ସିଂଙ୍କ ଉପରକୁ ଗୁଳି କରିଥିଲେ।
Around 1945 hrs, terrorists fired upon BDC Chairman Khag, Bhupinder Singh, who died on spot. He had dropped the 2 PSOs accompanying him at Khag PS & proceeded to his residence in Srinagar. Without informing police, he moved to village Dalwash, where he was attacked: J&K Police https://t.co/Y5mbIx7nAz
— ANI (@ANI) September 23, 2020
ପୁଲିସ ଆହୁରି ମଧ୍ୟ କହିଛି ଯେ ବିଜେପି ନେତା ଜଣଙ୍କ ସହ ରହୁଥିବା ଦୁଇ ପିଏସଓକୁ ଖାଗ ପୁଲିସ ଷ୍ଟେସନରେ ଛାଡି ଶ୍ରୀନଗରରେ ଥିବା ସେମାନଙ୍କ ବାସଭବନକୁ ଯାଇଥିଲେ। ପୁଲିସକୁ ନ ଜଣାଇ ସେ ଯାଇଥିଲେ। ଆଉ ହତ୍ୟା ପାଇଁ ସୁଯୋଗ ଅପେକ୍ଷାରେ ଥିବା ଆତଙ୍କବାଦୀ ଡାଲୱାଶ ଗାଁରେ ଭୁପିନ୍ଦର ସିଂ ପଶୁ ପଶୁ ଗୁଳି କରିଥିଲେ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।