‘ଶକ୍ତିମାନ’କୁ ପିଟି ଥିବା ବିଜେପି ବିଧାୟକ ଗିରଫ

ଡେରାଡୁନ୍: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ରେ ଏକ ପୋଲିସ୍‌ ଘୋଡ଼ା ‘ଶକ୍ତିମାନ’କୁ ପିଟି ତା’ ଗୋଡ଼ ଭାଙ୍ଗି ଦେଇଥିବା ବିଜେପି ବିଧାୟକ ଗଣେଶ ଯୋଶୀଙ୍କୁ ପୋଲିସ୍ ଗିରଫ କରିଛି। କୋର୍ଟରେ ହାଜର ପରେ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିଜେପିକର୍ମୀମାନେ ଡେରାଡୁନ୍ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସେମାନଙ୍କ ବାଟ ଓଗାଳି ଥିଲା। ଏହି ସମୟରେ ବିଧାୟକ ଗଣେଶ ସେଠାରେ ଉପସ୍ଥିତ ଥିବା ପୋଲିସର ଏକ ଘୋଡ଼ା ଉପରେ […]

shaktiman

Rakesh Mallick
  • Published: Friday, 18 March 2016
  • , Updated: 18 March 2016, 08:57 AM IST

ଡେରାଡୁନ୍: ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ରେ ଏକ ପୋଲିସ୍‌ ଘୋଡ଼ା ‘ଶକ୍ତିମାନ’କୁ ପିଟି ତା’ ଗୋଡ଼ ଭାଙ୍ଗି ଦେଇଥିବା ବିଜେପି ବିଧାୟକ ଗଣେଶ ଯୋଶୀଙ୍କୁ ପୋଲିସ୍ ଗିରଫ କରିଛି। କୋର୍ଟରେ ହାଜର ପରେ ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ବିଜେପିକର୍ମୀମାନେ ଡେରାଡୁନ୍ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସେମାନଙ୍କ ବାଟ ଓଗାଳି ଥିଲା। ଏହି ସମୟରେ ବିଧାୟକ ଗଣେଶ ସେଠାରେ ଉପସ୍ଥିତ ଥିବା ପୋଲିସର ଏକ ଘୋଡ଼ା ଉପରେ ରାଗ ଶୁଝାଇଥିଲେ। ସେ ଘୋଡ଼ାକୁ ଏକ ଲାଠିରେ ପିଟି ପିଟି ଗୁରୁତର ଆହତ କରି ଦେଇଥିଲେ। ସେ ଘୋଡ଼ାଟିର ଗୋଟିଏ ପଛ ଗୋଡ଼କୁ ଏକାଧିକ ପ୍ରହାର କରିବା ଯୋଗୁଁ ତାହା ଭାଙ୍ଗି ଯାଇଥିଲା। ପରେ ଡାକ୍ତରମାନେ ଘୋଡ଼ାଟିର ଉକ୍ତ ଗୋଡ଼କୁ କାଟି ଦେଇଛନ୍ତି।

ଉତ୍ତରାଖଣ୍ଡ ପୋଲିସ୍ ଡିଜିପି ବିଏସ୍ ସିନ୍ଧୁ କହିଛନ୍ତି ଯେ ଘୋଡ଼ାର ଗୋଡ଼ ଅପରେସନ୍ ପରେ କାଟି ଦିଆଯାଇଛି।

ଅନ୍ୟପକ୍ଷରେ ବିଧାୟକ ଗଣେଶ ଯୋଶୀ ନିଜକୁ ବଞ୍ଚାଇବାକୁ ଯାଇ  କହିଛନ୍ତି,“ମୋ ଉପରେ ଲଗାଯାଇଥିବା ଅଭିଯୋଗ ଯଦି ପ୍ରମାଣିତ ହୁଏ, ତା’ହେଲେ ମୋ ପାଦ କାଟି ଦିଅ।”

ବିଧାୟକ ଗଣେଶଙ୍କ ବିରୋଧରେ ପ୍ରିଭେନ୍‌ସନ୍ ଅଫ୍ ଏନିମଲ୍ କ୍ରୁଏଲ୍ଟି ଆକ୍ଟରେ ମାମଲା ରୁଜୁ କରିଛି ପୋଲିସ୍।

Related story