ମତଦାନ ବେଳେ ପ୍ରଚାର କରି ଗୃହବନ୍ଦୀ ହେଲେ ବିଜେପି ପ୍ରାର୍ଥୀ

ଲକ୍ଷ୍ମୌ: ଉତ୍ତର ପ୍ରଦେଶ ବୁଲନ୍ଦସହର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ସାଂସଦ ଭୋଳା ସିଂହଙ୍କୁ ପୁଲିସ ଗୃହବନ୍ଦୀ କରି ରଖିଛି। ମତଦାନ ବେଳେ ନିଜ ସପକ୍ଷରେ ଭୋଟ ପାଇଁ ସେ ଅପିଲ୍ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା , ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।   ଶର୍ମା ଇଣ୍ଟର କଲେଜ ପୋଲିଂ ଷ୍ଟେସନରେ ବିଜେପି ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ପାଇଁ ଅପିଲ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦଳୀୟ ସଂକେତ ପଦ୍ମ ଥିବା […]

bhola singh 2

Subhransu Sekhar
  • Published: Thursday, 18 April 2019
  • , Updated: 18 April 2019, 03:26 PM IST
ଲକ୍ଷ୍ମୌ: ଉତ୍ତର ପ୍ରଦେଶ ବୁଲନ୍ଦସହର ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ସାଂସଦ ଭୋଳା ସିଂହଙ୍କୁ ପୁଲିସ ଗୃହବନ୍ଦୀ କରି ରଖିଛି। ମତଦାନ ବେଳେ ନିଜ ସପକ୍ଷରେ ଭୋଟ ପାଇଁ ସେ ଅପିଲ୍ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା , ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
 
ଶର୍ମା ଇଣ୍ଟର କଲେଜ ପୋଲିଂ ଷ୍ଟେସନରେ ବିଜେପି ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ପାଇଁ ଅପିଲ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦଳୀୟ ସଂକେତ ପଦ୍ମ ଥିବା ଏକ ଉତ୍ତରୀୟ ପିନ୍ଧି ସେ ବିଜେପିକୁ ଭୋଟ ଦେବାପାଇଁ  ନିବେଦନ କରୁଥିବାର ଦେଖିବାକୁ ମିଳିଛି। ଜଣେ ପୁଲିସ ଅଧିକାରୀ ଏପରି କରିବା ପାଇଁ ବିଜେପି ପ୍ରାର୍ଥୀଙ୍କୁ ବାରଣ କରିଥିଲେ, ହେଲେ ସେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପାଖରୁ ଅନୁମତି ଆଣିଛନ୍ତି  ବୋଲି ଯୁକ୍ତି ବାଢ଼ିଥିଲେ।

Related story