କେରଳ ବିଧାନସଭା ନିର୍ବାଚନ: ବିଜେପି ପକ୍ଷରୁ ଲଢି ପାରନ୍ତି କ୍ରିକେଟର ଶ୍ରୀସନ୍ଥ

କୋଚି:  ମେ‘ ୧୬ରେ କେରଳ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଦଳର ପୂର୍ବତନ ଫାଷ୍ଟ ବୋଲର ଏସ୍‌.ଶ୍ରୀସନ୍ଥଙ୍କୁ ବିଜେପି ପ୍ରାର୍ଥୀ କରିପାରେ। ଏନେଇ ଆସନ୍ତାକାଲି ନିର୍ଣ୍ଣୟ ହେବ। ଏହାକୁ ନେଇ କେରଳ ରାଜନୀତି ଉଷ୍ମ ହେବାର ଲାଗିଲାଣି। ଶ୍ରୀସନ୍ଥ କହିଛନ୍ତି,“ ଆସନ୍ତାକାଲି ମୁଁ ଏହି ବିଷୟରେ ଚିନ୍ତା କରି ଜଣାଇବି।” ଶ୍ରୀସନ୍ଥଙ୍କ ପରିବାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀରୁ ଶ୍ରୀସନ୍ଥଙ୍କ ନିକଟକୁ ଏକ ଫୋନ୍‌ କଲ ଆସିଥିଲା। ଥିରିପ୍ପୁନିଥୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି […]

s-sreesanth

Rakesh Mallick
  • Published: Tuesday, 22 March 2016
  • , Updated: 22 March 2016, 11:35 AM IST

କୋଚି:  ମେ‘ ୧୬ରେ କେରଳ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଦଳର ପୂର୍ବତନ ଫାଷ୍ଟ ବୋଲର ଏସ୍‌.ଶ୍ରୀସନ୍ଥଙ୍କୁ ବିଜେପି ପ୍ରାର୍ଥୀ କରିପାରେ। ଏନେଇ ଆସନ୍ତାକାଲି ନିର୍ଣ୍ଣୟ ହେବ। ଏହାକୁ ନେଇ କେରଳ ରାଜନୀତି ଉଷ୍ମ ହେବାର ଲାଗିଲାଣି।

ଶ୍ରୀସନ୍ଥ କହିଛନ୍ତି,“ ଆସନ୍ତାକାଲି ମୁଁ ଏହି ବିଷୟରେ ଚିନ୍ତା କରି ଜଣାଇବି।”

ଶ୍ରୀସନ୍ଥଙ୍କ ପରିବାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀରୁ ଶ୍ରୀସନ୍ଥଙ୍କ ନିକଟକୁ ଏକ ଫୋନ୍‌ କଲ ଆସିଥିଲା। ଥିରିପ୍ପୁନିଥୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପକ୍ଷରୁ ପ୍ରାର୍ଥୀ ହେବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା।  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କେରଳ ଗସ୍ତରେ ଯିବା ବେଳେ ଶ୍ରୀସନ୍ଥ ତାଙ୍କୁ ଭେଟି ଏନେଇ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀରୁ ଫୋନ୍‌ କଲ୍‌ରେ କୁହାଯାଇଥିଲା।

କେରଳ ବିଜେପି ସଭାପତି କୁମ୍ମାନମ୍‌ ରାଜଶେଖରନ୍‌ କହିଛନ୍ତି,“ଏନେଇ ମୋ ପାଖରେ କିଛି ଖବର ନାହିଁ। ଦୁଇ ଦିନ ଅପେକ୍ଷା କଲେ ସତ୍ୟ ପଦାକୁ ଆସିବ।”

ସେ ଜଣେ ସେଲିବ୍ରେଟୀ ହୋଇଥିବାରୁ ତାଙ୍କୁପ ବିଜେପି ବରିଷ୍ଠ ନେତୃବୃନ୍ଦ ଯୋଗାଯୋଗ କରିଥିବା ଜଣାପଡିଛି।

ରାଜ୍ୟ ଅବକାରୀ ମନ୍ତ୍ରୀ ତଥା କଂଗ୍ରେସ ନେତା କେ ବାବୁଙ୍କ ବିପକ୍ଷରେ ଶ୍ରୀସନ୍ଥ ଥିରିପ୍ପୁନିଥୁରା ଆସନରୁ ଲଢିବାକୁ ଆଗ୍ରହୀ ରହିଛନ୍ତି ତାଙ୍କ ପରିବାର ଆଗ୍ରହ ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ଏହି ଆସନ ପାଇଁ ସିପିଆଇ-ଏମ୍‌ ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇନାହିଁ।

ସୂଚନାଯୋଗ୍ୟ, ଶ୍ରୀସନ୍ଥ ୨୦୧୩ ଆଇପିଏଲ୍‌ ସ୍ପଷ୍ଟ ଫିକ୍ସିଂରେ ଛନ୍ଦି ହୋଇଥିଲେ। ଏବେ ଏହାର ବିଚାର ଜାରି ରହିଛି। ସେ ଏବେ ପୂଜା ଭଟ୍ଟଙ୍କ ଏକ ହିନ୍ଦୀ ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି।

Related story