ଇଲେକ୍ଟୋରାଲ ବଣ୍ଡକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡକୁ କଂଗ୍ରେସର ସମାଲୋଚନାକୁ ନେଇ ବର୍ଷିଛି ବିଜେପି। ଗୁରୁବାର ବିଜେପି ପକ୍ଷରୁ କୁହାଯାଇଛି, ହାରିଥିବା ଏବଂ ପ୍ରତ୍ୟାଖ୍ୟାନର ଶିକାର ହୋଇଥିବା ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ମେଣ୍ଟ ଚାହୁଁନି ନିର୍ବାଚନ ସ୍ୱଚ୍ଛ ଏବଂ ଟିକସଯୁକ୍ତ ଟଙ୍କାରେ ଲଢ଼ାଯାଉ। ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, “ଇଲେକ୍ଟୋରାଲ ବଣ୍ଡ ନିର୍ବାଚନୀ ରାଜନୀତିରେ ସାଧୁତାର ଟଙ୍କା ଆଣିଥାଏ। ଏହାକୁ ବିରୋଧ କରୁଥିବା ଲୋକେ କଳାଧନ ସହ ଚଳିବା ଅଭ୍ୟାସରେ ପଡ଼ିଯାଇଛନ୍ତି ଏବଂ ନିର୍ବାଚନରେ ଏସବୁ ହୁଏ […]

Piyush-Goel

Subrat Kumar Nayak
  • Published: Thursday, 21 November 2019
  • , Updated: 21 November 2019, 10:34 PM IST

ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡକୁ କଂଗ୍ରେସର ସମାଲୋଚନାକୁ ନେଇ ବର୍ଷିଛି ବିଜେପି। ଗୁରୁବାର ବିଜେପି ପକ୍ଷରୁ କୁହାଯାଇଛି, ହାରିଥିବା ଏବଂ ପ୍ରତ୍ୟାଖ୍ୟାନର ଶିକାର ହୋଇଥିବା ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ମେଣ୍ଟ ଚାହୁଁନି ନିର୍ବାଚନ ସ୍ୱଚ୍ଛ ଏବଂ ଟିକସଯୁକ୍ତ ଟଙ୍କାରେ ଲଢ଼ାଯାଉ।

ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, “ଇଲେକ୍ଟୋରାଲ ବଣ୍ଡ ନିର୍ବାଚନୀ ରାଜନୀତିରେ ସାଧୁତାର ଟଙ୍କା ଆଣିଥାଏ। ଏହାକୁ ବିରୋଧ କରୁଥିବା ଲୋକେ କଳାଧନ ସହ ଚଳିବା ଅଭ୍ୟାସରେ ପଡ଼ିଯାଇଛନ୍ତି ଏବଂ ନିର୍ବାଚନରେ ଏସବୁ ହୁଏ ବୋଲି ବିଶ୍ୱାସ କରନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ କମିଶନଙ୍କ ସୁପାରିଶରେ ନରେନ୍ଦ୍ର ମୋଦିଙ୍କ ସରକାର ୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ଚାନ୍ଦାରେ କଟକଣା ଲଗାଇଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି କଂଗ୍ରେସ ପକ୍ଷରୁ ଏକ ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଏହାର ବୈଧତା ବାବଦରେ ନିଷ୍ପତ୍ତି ନେବା ଦରକାର ବୋଲି କଂଗ୍ରେସ ଦାବି କରିଥିଲା।

Related story