ବିଜେପି ଅଜିତ ପାୱାରଙ୍କୁ ଜେଲ୍‌ ପଠାଇବାକୁ ଚାହୁଁଥିଲା: ସଞ୍ଜୟ ରାଉତ

ମୁମ୍ବାଇ: ଶନିବାର ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ ଆସିବା ପରେ ବିଜେପିର ପୁରୁଣା ମେଣ୍ଟ ସହଯୋଗୀ ଶିବସେନାକୁ ସହଜରେ ହଜମ ହୋଇପାରିନାହିଁ। ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ଦେଇଥିବା ମନ୍ତବ୍ୟକୁ ନେଇ ଗୋଟିଏ ପରେ ଗୋଟିଏ ଗୋଟିଏ ଟାର୍ଗେଟ୍‌ କରୁଛନ୍ତି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ। ସେ କହିଛନ୍ତି, ଏମାନେ ମହାରାଷ୍ଟ୍ରରେ ଭୋଟ୍‌ ମାଗିବା ଅବସରରେ କହିଥିଲେ ସେମାନେ କ୍ଷମତାକୁ ଆସିବା ପରେ ଅଜିତ ପାୱାରଙ୍କୁ ଜେଲରେ ପୁରାଇଦେବେ। ଏବେ ସେ ମୁଖ୍ୟମନ୍ତ୍ରୀ ହେବାପରେ ଆର୍ଥରରେ ଜେଲ୍‌ରେ […]

sivsena

Subrat Kumar Nayak
  • Published: Sunday, 24 November 2019
  • , Updated: 24 November 2019, 05:17 PM IST

ମୁମ୍ବାଇ: ଶନିବାର ମହାରାଷ୍ଟ୍ର ରାଜନୀତିରେ ନୂଆ ଟ୍ୱିଷ୍ଟ ଆସିବା ପରେ ବିଜେପିର ପୁରୁଣା ମେଣ୍ଟ ସହଯୋଗୀ ଶିବସେନାକୁ ସହଜରେ ହଜମ ହୋଇପାରିନାହିଁ। ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ଦେଇଥିବା ମନ୍ତବ୍ୟକୁ ନେଇ ଗୋଟିଏ ପରେ ଗୋଟିଏ ଗୋଟିଏ ଟାର୍ଗେଟ୍‌ କରୁଛନ୍ତି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ।

ସେ କହିଛନ୍ତି, ଏମାନେ ମହାରାଷ୍ଟ୍ରରେ ଭୋଟ୍‌ ମାଗିବା ଅବସରରେ କହିଥିଲେ ସେମାନେ କ୍ଷମତାକୁ ଆସିବା ପରେ ଅଜିତ ପାୱାରଙ୍କୁ ଜେଲରେ ପୁରାଇଦେବେ। ଏବେ ସେ ମୁଖ୍ୟମନ୍ତ୍ରୀ ହେବାପରେ ଆର୍ଥରରେ ଜେଲ୍‌ରେ କାର୍ଯ୍ୟାଳୟ ଖୋଲାଯିବ କି? ଫଡ଼ନାଭିସ୍‌ ସେଠାରୁ ସରକାର ଚଲାଇବେ କି?

ସଞ୍ଜୟ ଆହୁରି ମଧ୍ୟ କହିଥିଲେ, “ସେମାନେ ଭାବିଥିଲେ ଅଜିତ ଏତେ ବଡ଼ ନେତା ଯେ ସେ ତାଙ୍କ ସମର୍ଥନରେ ପୁରା ଏନ୍‌ସିପି ନେଇଆସିବେ। କିନ୍ତୁ ତାହା ସତ୍ୟଠାରୁ ବହୁତ ଦୂରରେ।”

ସଞ୍ଜୟ ବିଧାୟକଙ୍କ ହିସାବ ଦେଇ କହିଥିଲେ, ୧୦-୧୨ ଜଣ ଏନ୍‌ସିପି ବିଧାୟକ ଅଜିତଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣ ପଳାଇଆସିଲେଣି। ମାତ୍ର ୪-୫ ଜଣ ତାଙ୍କ ସମର୍ଥନରେ ଥାଇପାରନ୍ତି।

Related story