ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବିଫଳତା ପରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ତେବେ ଏହା ତାଙ୍କ ଦଳ ଫେରାଇଦେଇଥିବା ଜଣାପଡ଼ିଛି।
ଗତକାଲି ଘୋଷିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ଆମ୍ ଆଦମୀ ପାର୍ଟି ୬୨ଟି ଆସନରେ ଜିତିଛି। ଅନ୍ୟପକ୍ଷରେ ଆପ୍ର ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱୀ ଭାବେ ସମ୍ମାନ ବଞ୍ଚାଇବାକୁ ସପଳ ହୋଇଥିବା ବିଜେପି ମାତ୍ର ୮ଟିରେ ସନ୍ତୁଷ୍ଟ ହୋଇଛି। ସେହିଭଳି ଆପ୍ ପୂର୍ବରୁ ଏଠାରେ କ୍ଷମତାରେ ଥିବା କଂଗ୍ରେସ ଚଳିତ ଥର ମଧ୍ୟ ଖାତା ଖୋଲିପାରିନି।
ଏହି ନିର୍ବାଚନରେ ବିଜେପିର ଅନ୍ୟତମ ପ୍ରମୁଖ ପ୍ରଚାରକ ଥିଲେ ମନୋଜ ତିୱାରୀ। ମଙ୍ଗଳବାର ରେଜଲ୍ଟ ଆସିବା ପରେ ସେ କହିଥିଲେ, ଏପରି ଫଳାଫଳ ପାଇଁ ଦଳ ସମୀକ୍ଷା କରିବ। ସେ ବିଜୟୀ ବିଧାୟକଙ୍କୁ ଆଜି ଭେଟିବା ସହ ଆଲୋଚନା କରିଥିବା ଜଣାପଡ଼ିଛି।
https://twitter.com/ANI/status/1227544884313149440
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଆଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।
National
ଦୁଇ ଟ୍ରକ୍ ଓ ବସ୍ ମଧ୍ୟରେ ଦୁର୍ଘଟଣା; ଚାଲିଗଲା ୨ ଜୀବନ, ୨୦ ଗୁରୁତର
ଏକ ବସ୍ ଓ ଦୁଇଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଉଭୟ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୦ ଜଣରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
National
ଭୋଟ୍ ଦେଉଛି ମହାରାଷ୍ଟ୍ର, ମୈଦାନରେ ୪,୧୩୬ ପ୍ରାର୍ଥୀ
ସେହିପରି ଝାଡ଼ଖଣ୍ଡରେ ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୮୧ ଆସନ ମଧ୍ୟରୁ ବାକି ୩୮ ଆସନ ପାଇଁ ଭୋଟ ଗ୍ରହଣ ହେବ।