ବେଲଜିୟମ୍‌ରେ ବିସ୍ଫୋରଣ; ୨୬ ମୃତ

ବ୍ରସେଲ୍ସ: ବେଲଜିୟମ୍‌ର ରାଜଧାନୀ ବ୍ରସେଲ୍ସର ବିମାନବନ୍ଦର ଓ ମେଟ୍ରୋ ଷ୍ଟେସନ୍‌ରେ ମଙ୍ଗଳବାର ସିରିଜ‌ ବୋମା ବିସ୍ଫୋରଣ ଯୋଗୁଁ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ୫୫ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏଥିପାଇଁ ନିଜକୁ ଦାୟୀ କରିଛି। ସ୍ଥାନୀୟ ପୋଲିସ‌ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଫଟୋ ଜାରି କରିଛି। ଏହି ଆକ୍ରମଣକାରୀମାନେ ପ୍ୟାରିସ୍‌ରେ ମଧ୍ୟ ଆକ୍ରମଣ କରିଥିଲେ। ସେମାନଙ୍କ ନାମ ନାଜିମ ଲାଚରାଉ ଓ ମୋହମ୍ମଦ ଅବରିନୀ। ଆଜି ସକାଳ ପ୍ରାୟ ୮ଟା ବେଳେ ବ୍ରସେଲ୍ସର ଜୈବନଟେମ୍‌ […]

belgium-attacks_91fcc3de-f024-11e5-8dad-b4df26f49330

Rakesh Mallick
  • Published: Tuesday, 22 March 2016
  • , Updated: 04 May 2017, 03:44 PM IST

ବ୍ରସେଲ୍ସ: ବେଲଜିୟମ୍‌ର ରାଜଧାନୀ ବ୍ରସେଲ୍ସର ବିମାନବନ୍ଦର ଓ ମେଟ୍ରୋ ଷ୍ଟେସନ୍‌ରେ ମଙ୍ଗଳବାର ସିରିଜ‌ ବୋମା ବିସ୍ଫୋରଣ ଯୋଗୁଁ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ୫୫ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ଏଥିପାଇଁ ନିଜକୁ ଦାୟୀ କରିଛି। ସ୍ଥାନୀୟ ପୋଲିସ‌ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଫଟୋ ଜାରି କରିଛି। ଏହି ଆକ୍ରମଣକାରୀମାନେ ପ୍ୟାରିସ୍‌ରେ ମଧ୍ୟ ଆକ୍ରମଣ କରିଥିଲେ। ସେମାନଙ୍କ ନାମ ନାଜିମ ଲାଚରାଉ ଓ ମୋହମ୍ମଦ ଅବରିନୀ।

ଆଜି ସକାଳ ପ୍ରାୟ ୮ଟା ବେଳେ ବ୍ରସେଲ୍ସର ଜୈବନଟେମ୍‌ ବିମାନବନ୍ଦରରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏଠାରେ ଦୁଇଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପୂର୍ବରୁ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ ବୋଲି କୁହାଯାଉଛି। ବିମାନବନ୍ଦର ପରେ ବ୍ରସେଲ୍ସ ମେଟ୍ରୋ ଷ୍ଟେସନରେ ମଧ୍ୟ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ମେଟ୍ରୋ ଷ୍ଟେସନ୍‌କୁ ଖାଲି କରି ଦିଆଯାଇଛି। ଅନ୍ୟ ମେଟ୍ରୋ ଷ୍ଟେସନ୍‌ଗୁଡ଼ିକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଯେଉଁ ମେଟ୍ରୋ ଷ୍ଟେସନ୍‌ ନିକଟରେ ବିସ୍ଫୋରଣ ହୋଇଥିଲା ତାହା ଠାରୁ କିଛି ଦୂରରେ ୟୁରୋପୀୟାନ ୟୁନିୟନର ମୁଖ୍ୟାଳୟ ରହିଛି।

ବିସ୍ଫୋରଣ ପରେ ବେଲଜିୟମର ସୁରକ୍ଷା ଏଜେନ୍ସୀଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଇଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ ଦୁଇଟି ଜୀବନ୍ତ ବୋମା ଓ ତିନି ଆତ୍ମଘାତୀ ବେଲ୍ଟ ଜବତ କରାଯାଇଛି। ବିମାନବନ୍ଦରରେ ହୋଇଥିବା ବିସ୍ଫୋରଣ ଆତ୍ମଘାତୀ ଥିଲା ବୋଲି କୁହାଯାଉଛି।

ବିସ୍ଫୋରଣ ପରେ ବ୍ରସେଲ୍ସରେ ବିମାନ ଚଳାଚଳ, ମେଟ୍ରୋ ଟ୍ରେନ୍‌, ଟ୍ରମ୍‌ ଓ ବସ୍‌ ସେବା ବନ୍ଦ କରି ଦିଆଯାଇଥିଲା।

ଏହି ଆକ୍ରମଣକୁ ବିଶ୍ୱର ବିଭିନ୍ନ ଦେଶ ସମାଲୋଚନା କରିଛନ୍ତି।

Related story