ଲିଓନାର୍ଡୋ ଆମାଜନ୍‌ ପୋଡ଼ି ପାଇଁ ଅର୍ଥ ଦେଇଥିଲେ: ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ: ବିଶ୍ୱର ସର୍ବବୃହତ୍‌ ରେନ୍‌ ଫରେଷ୍ଟ ତଥା ସବୁଠାରୁ ଅଧିକ ଅମ୍ଳଜାନ ଯୋଗାଉଥିବା ଆମାଜନ୍‌ ଜଙ୍ଗଲକୁ ପୋଡ଼ି ବେଶ୍‌ ଚର୍ଚ୍ଚାରେ ରହିଆସିଛି। ଏହି ପ୍ରସଙ୍ଗରେ ବେଶ୍‌ କିଛି ଲୋକ ସୋଶାଲ ମିଡିଆରେ ହ୍ୟାଶଟ୍ୟାଗ୍‌ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ। ଏହାପରେ ହଲିଉଡ୍‌ ଅଭିନେତା ତଥା ପରିବେଶବିତ ଲିଓନାର୍ଡୋ ଡି’କାପ୍ରିଓ ମଧ୍ୟ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ବିଷୟରେ ମତ ରଖି ଏହି ଅଭିଯାନକୁ ବହୁ ଆଗକୁ ନେଇଥିଲେ। ତେବେ ବର୍ତ୍ତମାନ ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲସୋନାରୋ ଅଭିଯୋଗ […]

leo

Subrat Kumar Nayak
  • Published: Saturday, 30 November 2019
  • , Updated: 30 November 2019, 04:54 PM IST

ବ୍ରାସିଲିଆ: ବିଶ୍ୱର ସର୍ବବୃହତ୍‌ ରେନ୍‌ ଫରେଷ୍ଟ ତଥା ସବୁଠାରୁ ଅଧିକ ଅମ୍ଳଜାନ ଯୋଗାଉଥିବା ଆମାଜନ୍‌ ଜଙ୍ଗଲକୁ ପୋଡ଼ି ବେଶ୍‌ ଚର୍ଚ୍ଚାରେ ରହିଆସିଛି। ଏହି ପ୍ରସଙ୍ଗରେ ବେଶ୍‌ କିଛି ଲୋକ ସୋଶାଲ ମିଡିଆରେ ହ୍ୟାଶଟ୍ୟାଗ୍‌ କ୍ୟାମ୍ପେନ୍‌ ଆରମ୍ଭ କରିଥିଲେ। ଏହାପରେ ହଲିଉଡ୍‌ ଅଭିନେତା ତଥା ପରିବେଶବିତ ଲିଓନାର୍ଡୋ ଡି’କାପ୍ରିଓ ମଧ୍ୟ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଏହି ବିଷୟରେ ମତ ରଖି ଏହି ଅଭିଯାନକୁ ବହୁ ଆଗକୁ ନେଇଥିଲେ। ତେବେ ବର୍ତ୍ତମାନ ବ୍ରାଜିଲର ରାଷ୍ଟ୍ରପତି ଜୈର ବୋଲସୋନାରୋ ଅଭିଯୋଗ ଆଣିଛନ୍ତି ଲିଓନାଡ୍ଁ କୁଆଡ଼େ ଆମାଜନ୍‌ ପୋଡ଼ି ପଛରେ ଅଛନ୍ତି।

ସେ ଏକ ସାକ୍ଷାତକାରରେ କହିଛନ୍ତି, ଆମାଜନ୍‌ରେ ନିଆଁ ଲଗାଇବା ପାଇଁ ଲିଓନାର୍ଡୋ ଆର୍ଥିକ ସହାୟତା ଦେଇଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବ୍ରାଜିଲ ବିରୋଧରେ ଏକ ଅଭିଯାନ ଚାଲିଛି ଏବଂ ଲିଓନାର୍ଡୋ ହାର ଅଂଶବିଶେଷ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ବ୍ରାଜିଲର ଆର୍ଥିକ ସ୍ଥିତି ଭୁଷୁଡ଼ିପଡ଼ିଥିବାବେଳେ ସେଠାକାର ସରକାର ଆମାଜନ୍‌ ଜଙ୍ଗଲକୁ ବ୍ୟବହାର କରି ଏଥିରେ ସୁଧାର ଆଣିବାର ପ୍ରୟାସ କରୁଛନ୍ତି। କିନ୍ତୁ ଏଥିପାଇଁ ଜଙ୍ଗଲ ପୋଡ଼ିକୁ ପ୍ରୋତ୍ସାହନ ମିଳୁଥିବାରୁ ଏହା ପରିବେଶ ଦୃଷ୍ଟିରୁ କ୍ଷତିକାରକ ହେବାର ଥିବାରୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି।

ତେବେ ଏଭଳି ସ୍ଥିତିରେ ବ୍ରାଜିଲ ରାଷ୍ଟ୍ରପତି ସଫେଇ ଦେଇ କହିଛନ୍ତି, “ଏଇ ଲଇନାର୍ଡୋ ଡିକାପ୍ରିଓ ଆମାଜନ୍‌ ପୋଡ଼ିବା ପାଇଁ ଅର୍ଥ ଦେଉଛନ୍ତି।ସେ ପୂର୍ବରୁ ଯେଉଁ ଏନ୍‌ଜିଓମାନଙ୍କ ନାମରେ ଆମାଜନ୍‌ ପୋଡ଼ି ପାଇଁ ଅଭିଯୋଗ ଆଣିଥିଲେ ସେମାନଙ୍କ ସହ ହାତ ମିଶାଉଛନ୍ତି।” ତେବେ ଏପରି କହିବା ପଛରେ ତାଙ୍କ ପାଖରେ କ’ଣ ପ୍ରମାଣ ରହିଛି ସେ କହିନଥିଲେ। ସୂଚନାଯୋଗ୍ୟ ଯେ, ଗତ ଜୁଲାଇରେ ଲିଓନାର୍ଡୋ ପରିବେଶ ସମ୍ପର୍କିତ ସଂଗଠନ ଆର୍ଥ ଆଲୟାନ୍ସ ମାଧ୍ୟମରେ ୫ ମିଲଅନ୍‌ ଡଲାର ଦାନ କରିଥିଲେ। ଏହା ଆମାଜନ୍‌କୁ ନିଆଁ କବଳରୁ ବଞ୍ଚାଇବା ଉଦ୍ଦିଷ୍ଟ ଥିଲା।

ସେ ଏହା ପରେ ଅର୍ଥାତ ଅଗଷ୍ଟରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଆମଜନ୍‌ର ଏକ ଫଟୋ ମଧ୍ୟ ଅପଲୋଡ୍‌ କରିଥିଲେ। ସେ ଏଥିରେ ଲେଖିଥିଲେ, “ଜାଣିକରି ଭୟ ଲାଗୁଛି ଯେ, ଆମାଜନ୍‌ ପୃଥିବୀର ର୍ସବୃହତ ରେନ୍‌ ଫରେଷ୍ଟ। ଏହା ବିଶ୍ୱର ୨୦% ଅମ୍ଳଜାନ ସୃଷ୍ଟି କରିଥାଏ। ବିଶ୍ୱର ଫୁସ୍‌ଫୁସ୍‌ କୁହାଯାଉଥିବା ଏହି ଜଙ୍ଗଲ ଗତ ୧୬ ଦିନ ଧରି ଜଳୁଥିଲେ ମଧ୍ୟ କୌଣସି ଗଣମାଧ୍ୟମ ଏହାର ଖବର ଦେଉନାହିଁ।” ଏହାପରେ ଏହି ପ୍ରସଙ୍ଗ ଏବଂ ଅଭିଯାନ ସାରା ବିଶ୍ୱରେ ଚହଳ ଖେଳାଇ ଦେଇଥିଲା।

Related story