ସିଏଏକୁ ସମର୍ଥନ କରିବାରୁ ଦଳରୁ ନିଲମ୍ୱିତ ହେଲେ ବିଧାୟକ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି)କୁ ବହୁଜନ ସମାଜ ପାର୍ଟି। ମଧ୍ୟପ୍ରଦେଶର ଜଣେ ବିଏସପି ବିଧାୟକ କିନ୍ତୁ ଏହି ଆଇନକୁ ସମର୍ଥନ କରିବାରୁ ଦଳରୁ ବିଦା ହୋଇଛନ୍ତି। ଦଳର ସୁପ୍ରିମୋ ମାୟାବତୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମଧ୍ୟପ୍ରଦେଶର ପଥେରିଆ ବିଧାୟକଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି। ଆଜି ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ମାୟାବତୀ। 1. BSP अनुशासित पार्टी है व इसे तोड़ने पर पार्टी के […]

MAYAWATI ON BSP MLA

Subhransu Sekhar
  • Published: Sunday, 29 December 2019
  • , Updated: 29 December 2019, 03:47 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି)କୁ ବହୁଜନ ସମାଜ ପାର୍ଟି। ମଧ୍ୟପ୍ରଦେଶର ଜଣେ ବିଏସପି ବିଧାୟକ କିନ୍ତୁ ଏହି ଆଇନକୁ ସମର୍ଥନ କରିବାରୁ ଦଳରୁ ବିଦା ହୋଇଛନ୍ତି। ଦଳର ସୁପ୍ରିମୋ ମାୟାବତୀ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ମଧ୍ୟପ୍ରଦେଶର ପଥେରିଆ ବିଧାୟକଙ୍କୁ ଦଳରୁ ନିଲମ୍ୱନ କରିଛନ୍ତି। ଆଜି ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ମାୟାବତୀ।

https://twitter.com/Mayawati/status/1211165153779056640

ସୂଚନାଯୋଗ୍ୟ, କେନ୍ଦ୍ରର ସିଏଏକୁ ବିରୋଧ କରୁଛି ବିଏସପି। ସଂସଦରେ ମଧ୍ୟ ବିଏସପି ସିଏଏ ବିରୋଧରେ ଭୋଟ୍ ଦେଇଥିଲା। ନାଗରିକତା ସଂଶୋଧନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେବା ପରେ ବିଧାୟକ ପଥେରିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଆଇନ ବହୁ ପୂର୍ବରୁ ହେବାର ଥିଲା କିନ୍ତୁ ନିୟମ ଲାଗୁ କରିବା ପାଇଁ ପୂର୍ବରୁ କେହି ସକ୍ଷମ ହୋଇନଥିଲେ ବୋଲି ପଥେରିଆ କହିଥିଲେ।

Related story