ବୁରହାନ ଆତଙ୍କବାଦୀ ନୁହେଁ, ସେ ଭାରତୀୟ ସେନାରେ ଯିବାକୁ ଚାହୁଁଥିଲା: ପିତା ମୁଜ୍ଜଫର ୱାନୀ

ନୂଆଦିଲ୍ଲୀ: ୮ ଜୁଲାଇ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ହିଜବୁଲ ମୁଜ୍ଜାହିଦିନର କମାଣ୍ଡର ବୁରହାନ ୱାନୀ ସଂପର୍କରେ ନିକଟରେ ଅନୁଷ୍ଠିତ ହୋଇଥିବା ସଂଯୁକ୍ତ ରାଷ୍ଟ୍ର ମହାସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାଜ ସରିଫ ବହୁ ପ୍ରଶଂସା କରିଥିଲେ। ବୁରହାନ ଆତଙ୍କବାଦ ନୁହେଁ, ଯୁବ ନେତା ବୋଲି ସେ ବିଶ୍ୱବାସୀଙ୍କୁ ଜଣାଇବାକୁ ଚାହିଁଥିଲେ। ସରୀଫଙ୍କ ବକ୍ତବ୍ୟକୁ ବୁରହାନ ୱାନୀଙ୍କ ପିତା ମୁଜ୍ଜଫର ୱାନୀ ସମର୍ଥନ କରିଛନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ସେ କହିଛନ୍ତି,“ବୁରହାନ ଯେତେବେଳେ ୧୦ ବର୍ଷର ହୋଇଥିଲା […]

burhan

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 03:20 PM IST

ନୂଆଦିଲ୍ଲୀ: ୮ ଜୁଲାଇ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ହିଜବୁଲ ମୁଜ୍ଜାହିଦିନର କମାଣ୍ଡର ବୁରହାନ ୱାନୀ ସଂପର୍କରେ ନିକଟରେ ଅନୁଷ୍ଠିତ ହୋଇଥିବା ସଂଯୁକ୍ତ ରାଷ୍ଟ୍ର ମହାସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନବାଜ ସରିଫ ବହୁ ପ୍ରଶଂସା କରିଥିଲେ। ବୁରହାନ ଆତଙ୍କବାଦ ନୁହେଁ, ଯୁବ ନେତା ବୋଲି ସେ ବିଶ୍ୱବାସୀଙ୍କୁ ଜଣାଇବାକୁ ଚାହିଁଥିଲେ। ସରୀଫଙ୍କ ବକ୍ତବ୍ୟକୁ ବୁରହାନ ୱାନୀଙ୍କ ପିତା ମୁଜ୍ଜଫର ୱାନୀ ସମର୍ଥନ କରିଛନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆକୁ ସାକ୍ଷାତକାର ଦେଇ ସେ କହିଛନ୍ତି,“ବୁରହାନ ଯେତେବେଳେ ୧୦ ବର୍ଷର ହୋଇଥିଲା ଭାରତୀୟ ସେନାରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲା। ଏହାସହ ପରବେଜ ରସୁଲ ପରି ଜଣେ କ୍ରିକେଟର ହେବାକୁ ଚାହୁଁଥିଲା। ୨୦୧୦ ଅକ୍ଟୋବର ୫ ତାରିଖରେ ବୁରହାନ ଘର ଛାଡିଥିଲା। ଏହାପରେ ତା’ ସହ ୨ରୁ ୩ ଥର ସାକ୍ଷାତ ହୋଇଛି। ପ୍ରତ୍ୟକ ଥର ମାତ୍ର ୨ରୁ ୩ ମିନିଟ୍‌ ତା’ ସହ କଥା ହୋଇ ପାରୁଥିଲି।”

ଏନକାଉଣ୍ଟରର ଦୁଇ ମାସ ପୂର୍ବରୁ ମୁଜ୍ଜଫର ୱାନୀ ବୁରହାନକୁ ଘରକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ସେ ତାଙ୍କ କଥା ରଖି ନ ଥିଲା ବୋଲି ମୁଜ୍ଜଫର କହିଛନ୍ତି।

ସେ ଆହୁରି କହିଛନ୍ତି,“ଯେତେବେଳେ ଭଗତ ସିଂହ ଇଂରେଜଙ୍କ ବିରୋଧରେ ଲଢ଼ୁଥିଲେ ତାଙ୍କୁ ଆତଙ୍କୀ କୁହାଯାଉଥିଲା। କିନ୍ତୁ ଭାରତୀୟମାନେ ତାଙ୍କୁ ସ୍ୱତନ୍ତ୍ର ସେନାନୀ ବୋଲି କହୁଥିଲେ। କାଶ୍ମୀର ସମସ୍ୟାର ସମାଧାନ ହେବା ପରେ ଭାରତ ମୋ ପୁଅକୁ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ବୋଲି ଗ୍ରହଣ କରିବ।”

Related story