ନୂଆଦିଲ୍ଲୀ: ଜାତି ଓ ଧର୍ମ ଆଧାରରେ କୌଣସି ନେତା କିମ୍ବା ଦଳ ମତ ଦେଉଥିଲେ କଡ଼ା କାର୍ଯ୍ଯାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୧୫ ତାରିଖରେ ଏହି ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ।
୩ ଜଣ ଆବେଦନକାରୀ ସୁପ୍ରିମକୋର୍ଟରେ ଏହି ଆବେଦନ କରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ଯକ୍ଷତାରେ ଗଠିତ ବେଞ୍ଚ ଜଷ୍ଟିସ ଦୀପକ ଗୁପ୍ତା ଏବଂ ସଞ୍ଜୀଭ ଖାନ୍ନାଙ୍କୁ ନେଇ ଏହି ଆବେଦନର ଶୁଣାଣି କରିଛନ୍ତି।
କୋର୍ଟ ନିର୍ବାଚନ କମିସନଙ୍କୁ ଦେଇଥିବା ନିର୍ଦ୍ଦେଶରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି, କୌଣସି ରାଜନୀତିକ ଦଳ କିମ୍ବା ନେତା ନିର୍ବାଚନୀ ସଭାରେ ହେଉ ଅବା ଭୋଟ ନିବେଦନ ପାଇଁ ଜାତି କିମ୍ବା ଧର୍ମ ବାବଦରେ କିଛି କହିପାରିବେ ନାହିଁ।
ଏମିତିକି ଯେଉଁ ଗଣମାଧ୍ଯମ ଜାତି, ଧର୍ମକୁ ପ୍ରସଙ୍ଗ କରି ତା’ର ବିତର୍କ କାର୍ଯ୍ଯକ୍ରମ ଚଳାଏ, ସେ କ୍ଷେତ୍ରରେ ନିର୍ବାଚନ କମିସନଙ୍କୁ କଡ଼ା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ନିର୍ବାଚନକୁ ଦୁର୍ନୀତି ମୁକ୍ତ କରିବା ପାଇଁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।