ଘୁଞ୍ଚିଲା ଦରିଆଗଞ୍ଜ ହିଂସା ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ସମୟରେ ହିଂସା ଅଭିଯୋଗରେ ଗିରଫ ହୋଇଥିବା ୧୫ ଜଣଙ୍କର ଜାମିନ ଆବେଦନର ଶୁଣାଣି ଘୁଞ୍ଚିଯାଇଛି। ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଏହି ଆବେଦନର ଶୁଣାଣି ଘୁଞ୍ଚାଇଦେଇଛନ୍ତି। କୋର୍ଟ ଆସନ୍ତା ଜାନୁଆରୀ ୭ରେ ଏହାର ଶୁଣାଣି କରିବେ। ଗତ ଶୁକ୍ରବାର ଦିଲ୍ଲୀ ପୁଲିସ୍‌ ୧୫ ଜଣଙ୍କୁ ଗିରଫ କରିଥିଲା। ସେତେବେଳେ କୁହାଯାଇଥିଲା ସେମାନେ ଦରିଆଗଞ୍ଜଠାରେ ହିଂସାକାଣ୍ଡ ଘଟାଇଛନ୍ତି। ସେଠାରେ ନିଆଁ ଲଗାଯିବା ସହ ଢେଲାମାଡ଼ ମଧ୍ୟ ହୋଇଥିଲା। ଗିରଫ […]

Daryaganj

Subrat Kumar Nayak
  • Published: Saturday, 28 December 2019
  • , Updated: 28 December 2019, 10:01 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ସମୟରେ ହିଂସା ଅଭିଯୋଗରେ ଗିରଫ ହୋଇଥିବା ୧୫ ଜଣଙ୍କର ଜାମିନ ଆବେଦନର ଶୁଣାଣି ଘୁଞ୍ଚିଯାଇଛି। ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଏହି ଆବେଦନର ଶୁଣାଣି ଘୁଞ୍ଚାଇଦେଇଛନ୍ତି।

କୋର୍ଟ ଆସନ୍ତା ଜାନୁଆରୀ ୭ରେ ଏହାର ଶୁଣାଣି କରିବେ।

ଗତ ଶୁକ୍ରବାର ଦିଲ୍ଲୀ ପୁଲିସ୍‌ ୧୫ ଜଣଙ୍କୁ ଗିରଫ କରିଥିଲା। ସେତେବେଳେ କୁହାଯାଇଥିଲା ସେମାନେ ଦରିଆଗଞ୍ଜଠାରେ ହିଂସାକାଣ୍ଡ ଘଟାଇଛନ୍ତି। ସେଠାରେ ନିଆଁ ଲଗାଯିବା ସହ ଢେଲାମାଡ଼ ମଧ୍ୟ ହୋଇଥିଲା।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପକ୍ଷରୁ କୁହାଯାଇଥିଲା, ପୁଲିସ୍‌ ଅନେକ ଲୋକଙ୍କୁ ଅଟକ ରଖିଥିଲେ ମଧ୍ୟ ଏମାନଙ୍କ ନାମରେ ପୂର୍ବରୁ ଅଭିଯୋଗ ନଥାଇ ୧୫ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଜାମିନ ନ ଦେବାକୁ ପୁଲିସ୍‌ ଯୁକ୍ତି କରିଛି।

Related story