ନୂଆଦିଲ୍ଲୀ: ବିବାଦୀୟ ଲେଖକ ଅରୁନ୍ଧତୀ ରାୟ ବୁଧବାର ନ୍ୟାସନାଲ ପପୁଲେସନ୍ ରେଜିଷ୍ଟରକୁ ନେଇ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଲୋକଙ୍କୁ ଉସକାଇଛନ୍ତି ଅଧିକାରୀମାନେ ତଥ୍ୟ ସଂଗ୍ରହ କରିବାକୁ ଆସିଲେ ଭୁଳ ନାଁ ଏବଂ ଠିକଣା ଦିଅ। ନୂଆଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ ଏବଂ ପ୍ରସ୍ତାବିତ ସାରା ଦେଶରେ ଏନ୍ଆରସିକୁ ବିରୋଧ କରି ଏକ ବିକ୍ଷୋଭରେ ଭାଗ ନେଇ ସେ ଏଭଳି କହିଛନ୍ତି।
ଅରୁନ୍ଧତୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟଠାରେ ଆଜି କହିଛନ୍ତି, “ଯେତେବେଳେ ଅଧିକାରୀମାନେ ଏନ୍ପିଆର ପାଇଁ ଆପଣଙ୍କ ଘରକୁ ଯିବେ ଏବଂ ଆପଣଙ୍କ ନାଁ ପଚାରିବେ ସେମାନଙ୍କୁ ରାଙ୍ଗା-ବିଳ୍ଲା, କୁଂଫୁ-କାଟ୍ଟା ଭଳି ନାଁ ଦିଅ।” ଲୋକେ ୭ ରେସ୍ କୋର୍ସ (ପ୍ରଧାନମନ୍ତ୍ରୀଙ୍କ ଠିକଣା)କୁ ନିଜ ଠିକଣା ଦର୍ଶାନ୍ତୁ ବୋଲି କହିବା ସହ ଏନ୍ଆରସି ମୁସଲିମ୍ଙ୍କୁ ଟାର୍ଗେଟ୍ କରି ବୋଲି ସେ କହିଥିଲେ।
ସେ କହିଛନ୍ତି ଯେଉଁମାନେ ନାଗରିକତା ସଂଶୋଧନ ଆଇନ ଏବଂ ଏନ୍ଆରସି ବିରୋଧରେ ଆନ୍ଦୋଳନ କରୁଛନ୍ତି ସେମାନେ ବିଭିନ୍ନ ରାଜ୍ୟ ସରକାରଙ୍କଠାରୁ ଏସବୁ ଲାଗୁ ନକରିବା ନେଇ ଦୃଢ଼ ପ୍ରତିଶ୍ରୁତି ଆଣିବା ଦରକାର। ସେ କହିଛନ୍ତି ଏହା କେବଳ ମୁସଲିମ୍ ନୁହେଁ ଦେଶର ଦଳିତ, ଆଦିବାସୀ ଏବଂ ଗରିବଙ୍କ ବିରୋଧୀ।