ପାକ୍‌ରୁ ‘ଅଳିଆ ମଳିଆ ଜାମାଳିଆ’ ପଶିଆସିବା ବନ୍ଦ ହୋଇଛି: ଶାହ

ନୂଆଦିଲ୍ଲୀ: କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ୍‌ କରିବାକୁ ଯାଇ ସୁରକ୍ଷାକୁ ପ୍ରସଙ୍ଗ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ପାକିସ୍ତାନରୁ ‘ଅଳିଆ ମଳିଆ ଜାମାଳିଆ’ ଭାରତ ପଶିଆସୁଥିଲେ ଏବଂ ଭାରତୀୟ ଯବାନଙ୍କ ହତ୍ୟା କରୁଥିଲେ। କିନ୍ତୁ ବିଜେପି ସରକାରରେ ଏହାର ଅନ୍ତ ଘଟିଥିବା ସେ କହିଛନ୍ତି। ପାକିସ୍ତାନର ଆତଙ୍କୀ ଗୋଷ୍ଠୀଙ୍କ ଉପରେ ଆକ୍ରମଣ କରି ପାକିସ୍ତାନକୁ ଭାରତ ବୁଦ୍ଧି ଶିଖାଇଥିବା ଶାହ କହିଛନ୍ତି। ହିମାଚଳପ୍ରଦେଶର ଶିମ୍‌ଲାରେ ଏକ କାର୍ଯ୍ୟକ୍ରମରେ […]

Shah

Subrat Kumar Nayak
  • Published: Friday, 27 December 2019
  • , Updated: 27 December 2019, 05:08 PM IST

ନୂଆଦିଲ୍ଲୀ: କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଟାର୍ଗେଟ୍‌ କରିବାକୁ ଯାଇ ସୁରକ୍ଷାକୁ ପ୍ରସଙ୍ଗ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ପୂର୍ବରୁ ପ୍ରତିଦିନ ପାକିସ୍ତାନରୁ ‘ଅଳିଆ ମଳିଆ ଜାମାଳିଆ’ ଭାରତ ପଶିଆସୁଥିଲେ ଏବଂ ଭାରତୀୟ ଯବାନଙ୍କ ହତ୍ୟା କରୁଥିଲେ। କିନ୍ତୁ ବିଜେପି ସରକାରରେ ଏହାର ଅନ୍ତ ଘଟିଥିବା ସେ କହିଛନ୍ତି। ପାକିସ୍ତାନର ଆତଙ୍କୀ ଗୋଷ୍ଠୀଙ୍କ ଉପରେ ଆକ୍ରମଣ କରି ପାକିସ୍ତାନକୁ ଭାରତ ବୁଦ୍ଧି ଶିଖାଇଥିବା ଶାହ କହିଛନ୍ତି।

ହିମାଚଳପ୍ରଦେଶର ଶିମ୍‌ଲାରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, “କଂଗ୍ରେସ ୧୦ ବର୍ଷ ଶାସନ କଲା। ସୋନିଆ-ମନମୋହନଙ୍କ ସରକାର ଥିଲା। ପାକିସ୍ତାନରୁ ପ୍ରତିଦିନ ‘ଅଳିଆ ମଳିଆ ଜାମାଳିଆ’ ପଶିଆସୁଥିଲେ ଏବଂ ଯବାନଙ୍କ ମୁଣ୍ଡକାଟ କରୁଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଉହୁ ଟିକେ ବାହାରୁନଥିଲା।”

ଶାହ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ସରକାରବେଳେ ସୀମା ମୁକୁଳା ପଡ଼ିଥିଲା। ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରେ ପାକିସ୍ତାନ ଭାବିଥିଲା ସବୁକିଛି ସେମିତି ଚାଲିବ। ସେମାନେ ଭାବିପାରିଲେନି ଏଟା କଂଗ୍ରେସ ସରକାର ନୁହେଁ ବିଜେପି ସରକାର। ମୌନୀ ବାବା ନୁହେଁ ୫୬ ଇଞ୍ଚର ଛାତିବାଲା ପ୍ରଧାନମନ୍ତ୍ରୀ ଆସିଛନ୍ତି। ସେମାନଆ ଉରୀ ଏବଂ ପୁଲ୍‌ୱାମା ଭଳି ଭୁଲ୍‌ କଲେ, ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଏୟାର ଷ୍ଟ୍ରାଇକ୍‌ରେ ଜବାବ ଦେଲେ। ଆମେ ତାଙ୍କ ଘରେ ପଶି ଆକ୍ରମଣ କଲୁ ଏବଂ ସେଠାରେ ଥିବା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କଲୁ।

ସେ ସିଏଏ ବା ନାଗରିକତା ସଂଶୋଧନ ଆଇନ ବାବଦରେ କହିଥିଲେ, “କେହି ମଧ୍ୟ ନାଗରିକତାରୁ ବଞ୍ଚିତ ହେବେନାହିଁ। କଂଗ୍ରେସ ଏବଂ କମ୍ପାନୀ ଗୁଜବ ସୃଷ୍ଟି କରୁଛନ୍ତି ସଂଖ୍ୟାଲଘୁଙ୍କ ନାଗରିକତା ଛଡ଼ାଇନିଆଯିବ। ମୁଁ ରାହୁଲ ବାବାଙ୍କୁ ଆହ୍ୱାନ କରୁଛି, ଏଭଳି ଗୋଟିଏ ଆକ୍ଟ ଦେଖାନ୍ତୁ ଯାହା ସଂଖ୍ୟାଲଘୁଙ୍କ ନାଗରିକତା ନେଇଯିବ।”

Related story