ଭାରତ-ମଙ୍ଗୋଲିଆ ମହାକାଶ ସହଯୋଗକୁ କ୍ୟାବିନେଟ୍‌ ମୋହର

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ର ବୈଠକରେ ଆଜି ଭାରତ-ମଙ୍ଗୋଲିଆ ମହାକାଶ ସହଯୋଗ ଚୁକ୍ତିକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ଚୁକ୍ତି ଅନୁଯାୟୀ ଶାନ୍ତିପୂର୍ଣ୍ଣ ଏବଂ ବେସାମରିକ ଉଦ୍ଦେଶ୍ୟ ପାଇଁ ମହାକାଶରେ ଉଭୟ ରାଷ୍ଟ୍ର ମିଳିତ ଭାବେ କାମ କରିବେ। ୨୦୧୯ ମସିହା ସେପ୍ଟେମ୍ବର ୨୦ରେ ସ୍ୱାକ୍ଷରିତ ଏହି ଚୁକ୍ତି ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତବେଳେ ସ୍ୱାକ୍ଷରିତ ହୋଇଥିଲା। ଏହା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ଉଭୟ ରାଷ୍ଟ୍ରର […]

Kovind

Subrat Kumar Nayak
  • Published: Wednesday, 08 January 2020
  • , Updated: 08 January 2020, 06:54 PM IST

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ର ବୈଠକରେ ଆଜି ଭାରତ-ମଙ୍ଗୋଲିଆ ମହାକାଶ ସହଯୋଗ ଚୁକ୍ତିକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ଚୁକ୍ତି ଅନୁଯାୟୀ ଶାନ୍ତିପୂର୍ଣ୍ଣ ଏବଂ ବେସାମରିକ ଉଦ୍ଦେଶ୍ୟ ପାଇଁ ମହାକାଶରେ ଉଭୟ ରାଷ୍ଟ୍ର ମିଳିତ ଭାବେ କାମ କରିବେ।

୨୦୧୯ ମସିହା ସେପ୍ଟେମ୍ବର ୨୦ରେ ସ୍ୱାକ୍ଷରିତ ଏହି ଚୁକ୍ତି ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତବେଳେ ସ୍ୱାକ୍ଷରିତ ହୋଇଥିଲା। ଏହା ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସହଯୋଗ ବଢ଼ାଇବ।

ଏହି ଚୁକ୍ତି ଅନୁଯାୟୀ, ପୃଥିବୀର ରିମୋର୍ଟ ସେନ୍ସରିଂ, ସ୍ୟାଟେଲାଇଟ୍‌ କମ୍ୟୁନିକେସନ୍‌, ସ୍ୟାଟେଲଇଟ୍‌ ଭିତ୍ତିକ ନ୍ୟାଭିଗେସନ୍‌, ସ୍ପେଶ୍‌ ସାଇନ୍ସ, ମହାକାଶ ଯାନର ବ୍ୟବହାର, ପ୍ଲାନେଟାରୀ ଏକ୍ସପ୍ଲୋରେସନ୍‌ ଏବଂ ମହାକାଶ ବିଜ୍ଞାନର ବ୍ୟବହାର ଆଦି ସହଯୋଗ ରହିବ। ଏହି ଚୁକ୍ତି ପରେ ଏକ ମିଳିତ ୱାର୍କିଂ ଗ୍ରୁପ୍‌ ଗଠନ କରାଯିବ। ଏଥିରେ ଡିପାର୍ଟମେଣ୍ଟ ଅଫ୍‌ ସ୍ପେଶ୍‌, ଇସ୍ରୋ ଏବଂ ମଙ୍ଗୋଲିଆର କମ୍ୟୁନିକେସନ୍‌ ଆଣ୍ଡ ଇନଫର୍ମେସନ୍‌ ଟେକ୍ନୋଲୋଜି ଅଥରିଟି ଆଦିର ସଦସ୍ୟ ରହିବେ।

Related story