କେବେ ଘୋଷଣା ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ?

ନୂଆଦିଲ୍ଲୀ: ଆଜି ଘୋଷଣା ହେବାକୁ ଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୁଞ୍ଚାଯାଇଛି। ମେ’ ୧୮ରେ ପରୀକ୍ଷା ସୂଚୀ ଘୋଷଣା ହେବ ବୋଲି କେନ୍ଦ୍ରମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି। ଅର୍ଥାତ୍ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଆସନ୍ତାକାଲି ଶେଷ ହେବ। ଏହାପର ଦିନ ପରୀକ୍ଷା ସୂଚୀ ଘୋଷଣା ହେବ ବୋଲି ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି। ଅର୍ଥାତ୍ ସରକାରଙ୍କ ଆଗାମୀ ପଦକ୍ଷେପକୁ ଦେଖି ପରୀକ୍ଷା ସୂଚୀ ବାବଦରେ […]

Cbse

Subhransu Sekhar
  • Published: Saturday, 16 May 2020
  • , Updated: 16 May 2020, 06:09 PM IST

ନୂଆଦିଲ୍ଲୀ: ଆଜି ଘୋଷଣା ହେବାକୁ ଥିବା ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୁଞ୍ଚାଯାଇଛି। ମେ’ ୧୮ରେ ପରୀକ୍ଷା ସୂଚୀ ଘୋଷଣା ହେବ ବୋଲି କେନ୍ଦ୍ରମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି। ଅର୍ଥାତ୍ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଆସନ୍ତାକାଲି ଶେଷ ହେବ। ଏହାପର ଦିନ ପରୀକ୍ଷା ସୂଚୀ ଘୋଷଣା ହେବ ବୋଲି ମନ୍ତ୍ରୀ ଟୁଇଟ୍ କରି କହିଛନ୍ତି। ଅର୍ଥାତ୍ ସରକାରଙ୍କ ଆଗାମୀ ପଦକ୍ଷେପକୁ ଦେଖି ପରୀକ୍ଷା ସୂଚୀ ବାବଦରେ ସିବିଏସଇ ନିଷ୍ପତ୍ତି ନେବ।

https://twitter.com/DrRPNishank/status/1261615543720738816

ସୂଚନାଯୋଗ୍ୟ, ବାକିଥିବା ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ। କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ମାର୍ଚ୍ଚ ୨୫ରୁ ଲକଡାଉନ୍ ରହିଛି। ତେଣୁ ବାକିଥିବା ପରୀକ୍ଷା ବାତିଲ୍ ରହିଛି। ଏବେ ଜୁଲାଇ ପହିଲାରୁ ପରୀକ୍ଷା ଆରମ୍ଭ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ୮ ତାରିଖରେ କହିଥିଲେ।

Related story