ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କୁ ସହଯୋଗ ନାଁରେ ସାମାଜିକ ଦୂରତା ନିୟମକୁ ଭୁଲିଗଲେ କଂଗ୍ରେସ ନେତା। ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଅନୀଲ ଚୌଧୁରୀଙ୍କ ନାମରେ ଏଭଳି ସଙ୍ଗୀନ୍ ଅଭିଯୋଗ ଆଣିଛି ଦିଲ୍ଲୀ ପୁଲିସ। ଆଜି ଦିଲ୍ଲୀ ପୁଲିସ କଂଗ୍ରେସ ନେତା ଅନୀଲଙ୍କୁ ତାଙ୍କ ବାସଭବନର ଅଟକ ରଖିଛି। ଅନୀଲ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଦିଲ୍ଲୀ ପୁଲିସ ଏବେ ଅନୀଲ ଏବଂ କଂଗ୍ରେସର କିଛି କର୍ମୀଙ୍କ ବିରୋଧରେ ଆଇପିସିର ଧାରା ୧୮୮ ଅନୁଯାୟୀ ମାମଲା ରୁଜୁ କରିଛି ବୋଲି ଦିଲ୍ଲୀର ଡେପୁଟି ପୁଲିସ କମିଶନର ଜସମିତ ସିଂହ କହିଛନ୍ତି।
https://twitter.com/ANI/status/1261991570955317249
ପୁଲିସ କହିଛି ଅନୀଲ ଓ ଏବଂ ତାଙ୍କ ଦଳର କିଛି କର୍ମୀ ୧୬ ଏବଂ ୧୭ ତାରିଖରେ ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମାରୁ ପ୍ରବାସୀ ଶ୍ରମିକଙ୍କୁ ଆଣିଛନ୍ତି। ଏହି ସମୟରେ ଖାଇବି ପିଇବାର ବ୍ୟବସ୍ଥା ମଧ୍ୟ କରିଥିଲେ ଅନୀଲ। ସାମାଜିକ ଦୂରତା ନିୟମ ପାଳନ କରାଯାଇନାହିଁ। ଏହି ଭୁଲ୍ ଆଗାମୀ ଦିନରେ ଅସୁବିଧା ସୃଷ୍ଟିକରିପାରେ।