ସୁଶାନ୍ତ ସିଂହ ମୃତ୍ୟୁ ମାମଲା, ଜୟା ଓ ଶ୍ରୁତିଙ୍କୁ ସମନ୍ କଲା ଏନସିବି

ମୁମ୍ବାଇ: ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଏବଂ ଜୟା ଶାହାଙ୍କୁ ସମନ କରିଛି। ସୋମବାର ହାଜର ହେବାକୁ ଏନସିବି ସମନରେ କହିଥିବା ଜଣାପଡ଼ିଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନସିବି ଡ୍ରଗ୍ସ ମାମଲାର ତଦନ୍ତ କରି ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ସମେତ ମୋଟ ୧୮ ଜଣଙ୍କୁ ଗିରଫ କରିଛି। ୧୪ ଏପ୍ରିଲରେ, ଏନସିବି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସ୍କୁଲ […]

SHRUTI MODI

Subhransu Sekhar
  • Published: Sunday, 20 September 2020
  • , Updated: 21 September 2020, 12:19 PM IST

ମୁମ୍ବାଇ: ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଡ୍ରଗ୍ସ ଲିଙ୍କରେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଏବଂ ଜୟା ଶାହାଙ୍କୁ ସମନ କରିଛି। ସୋମବାର ହାଜର ହେବାକୁ ଏନସିବି ସମନରେ କହିଥିବା ଜଣାପଡ଼ିଛି।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏନସିବି ଡ୍ରଗ୍ସ ମାମଲାର ତଦନ୍ତ କରି ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ସମେତ ମୋଟ ୧୮ ଜଣଙ୍କୁ ଗିରଫ କରିଛି। ୧୪ ଏପ୍ରିଲରେ, ଏନସିବି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସ୍କୁଲ ବନ୍ଧୁ ସୂର୍ଯ୍ୟଦୀପ ମଲହୋତ୍ରାଙ୍କୁ ମୁମ୍ବାଇରୁ ଗିରଫ କରିଥିଲା। ଏଥିସହ ଏନସିବି ୧୯ ସେପ୍ଟେମ୍ବରରେ ଗୋଆରୁ କ୍ରିସ କୋଷ୍ଟାଙ୍କୁ ଗିରଫ କରିଥିଲା। ତାଙ୍କୁ ମୁମ୍ବାଇ ଅଣାଯାଇ ପଚରାଉଚରା କରିବା ପରେ ଗିରଫ କରାଯାଇଥିଲା।

Related story