୭ ହଜାର କୋଟି ଟଙ୍କାର ବ୍ୟାଙ୍କ୍ ଠକେଇ

ନୂଆଦିଲ୍ଲୀ: ଆଜି ସିବିଆଇ ଦେଶର ବିଭିନ୍ନ ସ୍ଥାନରେ ରେଡ୍ କରିଛି। ୭ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଠକେଇ ମାମଲାରେ ୧୬୯ଟି ସ୍ଥାନରେ ସିବିଆଇ ଏହି ରେଡ୍ କରିଥିବା ସୂଚନା ରହିଛି। ମୋଟ୍ ୩୫ଟି ମାମଲାକୁ ଆଧାର କରି ସିବିଆଇ ଏହି ରେଡ୍ କରିଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ୍, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍, ଆନ୍ଧ୍ରା ବ୍ୟାଙ୍କ୍, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ କମର୍ସ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍, ଆହ୍ଲାବାଦ୍ ବ୍ୟାଙ୍କ୍, କାନାରା ବ୍ୟାଙ୍କ୍, ଦେନା ବ୍ୟାଙ୍କ୍, ପଞ୍ଜାବ୍ ଆଣ୍ଡ […]

Subhransu Sekhar
  • Published: Tuesday, 05 November 2019
  • , Updated: 05 November 2019, 06:09 PM IST

ନୂଆଦିଲ୍ଲୀ: ଆଜି ସିବିଆଇ ଦେଶର ବିଭିନ୍ନ ସ୍ଥାନରେ ରେଡ୍ କରିଛି। ୭ ହଜାର କୋଟି ଟଙ୍କା ବ୍ୟାଙ୍କ୍ ଠକେଇ ମାମଲାରେ ୧୬୯ଟି ସ୍ଥାନରେ ସିବିଆଇ ଏହି ରେଡ୍ କରିଥିବା ସୂଚନା ରହିଛି। ମୋଟ୍ ୩୫ଟି ମାମଲାକୁ ଆଧାର କରି ସିବିଆଇ ଏହି ରେଡ୍ କରିଛି।

ଭାରତୀୟ ଷ୍ଟେଟ ବ୍ୟାଙ୍କ୍, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍, ଆନ୍ଧ୍ରା ବ୍ୟାଙ୍କ୍, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ କମର୍ସ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍, ଆହ୍ଲାବାଦ୍ ବ୍ୟାଙ୍କ୍, କାନାରା ବ୍ୟାଙ୍କ୍, ଦେନା ବ୍ୟାଙ୍କ୍, ପଞ୍ଜାବ୍ ଆଣ୍ଡ ସିନ୍ଧ୍ ବ୍ୟାଙ୍କ୍, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ୍, ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏହି ଠକେଇ ହୋଇଛି।

ଦିଲ୍ଲୀ, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ, ମହାରାଷ୍ଚ୍ର,କୋଲକାତା, ବିହାର, ହାଇଦ୍ରାବାଦ ଆଦି ରାଜ୍ୟର ମୋଟ୍ ୧୬୯ଟି ସ୍ଥାନରେ ସିବିଆଇ ରେଡ୍ କରିଛି। ତଦନ୍ତ ଚାଲିଥିବାରୁ ବିସ୍ତୃତ ସୂଚନା ଦେବାକୁ ସିବିଆଇ ମନା କରି ଦେଇଛି।

Related story