ପିଏମ୍ କେୟାର ଫଣ୍ଡକୁ ୬ ଲକ୍ଷ ଟଙ୍କା ଦାନ କରିବେ ସିଡିଏସ ବିପିନ ରାଓ୍ୱତ

ନୂଆଦିଲ୍ଲୀ: ଚିଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ପ୍ରତି ମାସରେ ୫୦ ହଜାର ଟଙ୍କା ଲେଖାଏଁ ୧୨ ମାସ ପାଇଁ ପିଏମ୍ କେୟାର ଫଣ୍ଡକୁ ଦାନ କରିବେ। ଏହି ଟଙ୍କା କରୋନା ଭାଇରସ ବିରୋଧରେ ଲଢ଼େଇ ପାଇଁ ଖର୍ଚ୍ଚ ହେବ। ସିଡିଏସ ମୁଖ୍ୟ ଜେନେରାଲ ରାଓ୍ୱତ ଚିଠି ଲେଖି ଏ ବାବଦରେ ସରକାରୀ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ କର୍ମଚାରୀଙ୍କୁ ଗୋଟିଏ ଦିନର ଦରମା ଦାନ କରିବାକୁ ପରାମର୍ଶ ଦେଇଥିବା […]

CDS-Rawat

Subhransu Sekhar
  • Published: Sunday, 24 May 2020
  • , Updated: 24 May 2020, 07:07 PM IST

ନୂଆଦିଲ୍ଲୀ: ଚିଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ପ୍ରତି ମାସରେ ୫୦ ହଜାର ଟଙ୍କା ଲେଖାଏଁ ୧୨ ମାସ ପାଇଁ ପିଏମ୍ କେୟାର ଫଣ୍ଡକୁ ଦାନ କରିବେ। ଏହି ଟଙ୍କା କରୋନା ଭାଇରସ ବିରୋଧରେ ଲଢ଼େଇ ପାଇଁ ଖର୍ଚ୍ଚ ହେବ। ସିଡିଏସ ମୁଖ୍ୟ ଜେନେରାଲ ରାଓ୍ୱତ ଚିଠି ଲେଖି ଏ ବାବଦରେ ସରକାରୀ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।

ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ କର୍ମଚାରୀଙ୍କୁ ଗୋଟିଏ ଦିନର ଦରମା ଦାନ କରିବାକୁ ପରାମର୍ଶ ଦେଇଥିବା ସୂଚନା ରହିଛି। ସେହିପରି ନୌସେନା ମୁଖ୍ୟ ରାଜେନ୍ଦ୍ର ସିଂହ ମଧ୍ୟ ତାଙ୍କ ଦରମାର ୩୦ ପ୍ରତିଶତ ପିଏମ୍ କେୟାର ଫଣ୍ଡକୁ ଦାନ କରିଛନ୍ତି।

Related story