ନୂଆଦିଲ୍ଲୀ: ୩ଟି ସୁରକ୍ଷାସେବାର ସମନ୍ୱୟ ପାଇଁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତ ନିଜ ଭିଜନ୍ର ଅନ୍ୟତମ ଅଙ୍ଗ ବାବଦରେ ଆଜି ଘୋଷଣା କରିଛନ୍ତି। ସେ ଗୁରୁବାର ଏକ ପ୍ରସ୍ତାବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସ୍ତାବ ଅନୁଯାୟୀ, ୩ଟି ଯାକ ସେବା ପାଇଁ ଏୟାର ଡିଫେନ୍ସ କମାଣ୍ଡ ରହିବ।
ଏହି ନିର୍ଦ୍ଦେଶ ଅନୁଯାୟୀ, ଏହି ପ୍ରସ୍ତାବ ୨୦୨୦ ମସିହା ଜୁନ୍ ୩୦ ସୁଦ୍ଧା ଏହା ପ୍ରସ୍ତୁତ ହେବା ଦରକାର। ୨୦୨୦ ମସିହା ଜୁନ୍ ୩୦ରୁ ଡିସାମ୍ବର ୩୧ ମଧ୍ୟରେ ଏହାର ସମନ୍ୱୟ ଦିଗରେ କାମ ହୋଇଯିବା ଦରକାର ବୋଲି ସେ କହିଛନ୍ତି।
ଜନେରାଲ ରାୱତ ନୂଆ ଦାୟିତ୍ୱ ନେବା ପରେ ସେ ଦ୍ୱିତୀୟ ଥର ପାଇଁ ଏଭଳି ବୈଠକରେ ଯୋଗ ଦେଇଛନ୍ତି। ସ୍ଥଳବାହିନୀ, ବାୟୁ ସେନା ଏବଂ ନୌସେନା ମଧ୍ୟରେ ସମନ୍ୱୟ ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ପଦ ସୃଷ୍ଟି କରାଯାଇଛି। ସେ ଦାୟିତ୍ୱ ନେବାପରେ କହିଛନ୍ତି,ଏହି ବ୍ୟବସ୍ଥା ପାଶ୍ଚାତ୍ୟ ଶୈଳୀରେ ନହୋଇ ସ୍ୱଦେଶ ଶୈଳୀରେ ହେବ। ଆମକୁ ସୁହାଇବା ପରି ବ୍ୟବସ୍ଥା ବିକଶିତ କରାଯିବ। ଏଥିପାଇଁ ସବୁ ସେବାକୁ ଅନୁଶୀଳନ କରାଯିବ।