ଡିସେମ୍ବର ୨୬କୁ ଶିଶୁ ଦିବସ ରୂପେ ପାଳନ ପାଇଁ ଚିଠି ଲେଖିଲେ ମନୋଜ ତିୱାରୀ

ନୂଆଦିଲ୍ଲୀ: ନଭେମ୍ବର ୧୪ ବଦଳରେ ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ। ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କଲେ ଏହା ଦଶମ ଶିଖ୍ ଧର୍ମଗୁରୁ ଗୁରୁଗୋବିନ୍ଦ ସିଂହଙ୍କ ଦୁଇ ପୁଅଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନୋଜ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଚିଠିରେ ଲେଖିଛନ୍ତି “ଆମ ଦେଶର ଛୋଟ ପିଲାମାନେ ବି ଅନେକ ବଳିଦାନ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ […]

Manoj-Tiwari

Subrat Kumar Nayak
  • Published: Thursday, 26 December 2019
  • , Updated: 26 December 2019, 07:18 PM IST

ନୂଆଦିଲ୍ଲୀ: ନଭେମ୍ବର ୧୪ ବଦଳରେ ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କରିବାକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ। ଡିସେମ୍ବର ୨୬ରେ ଶିଶୁ ଦିବସ ପାଳନ କଲେ ଏହା ଦଶମ ଶିଖ୍ ଧର୍ମଗୁରୁ ଗୁରୁଗୋବିନ୍ଦ ସିଂହଙ୍କ ଦୁଇ ପୁଅଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନୋଜ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଚିଠିରେ ଲେଖିଛନ୍ତି “ଆମ ଦେଶର ଛୋଟ ପିଲାମାନେ ବି ଅନେକ ବଳିଦାନ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ପୁଅ ସାହିବଜାଦା ଜୋରୱାର୍‌ ସିଂହ ଓ ସାହିବଜାଦା ଫତେହ ସିଂହଙ୍କ ବଳିଦାନ ଶ୍ରେଷ୍ଠ। ଏହି ଦୁଇ ଭାଇ ୧୭୦୫ରେ ପଞ୍ଜାବର ସରହୀନ୍ଦରେ ଧର୍ମର ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ତେଣୁ ମୋ ବିଚାରରେ ଏହି ଦୁଇ ବାହାଦୁର ପିଲାଙ୍କ ସହିଦ ଦିନକୁ ମନେ ପକାଇବା ପାଇଁ ତାଙ୍କରି ବଳିଦାନ ଦିବସକୁ ଶିଶୁ ଦିବସ ରୂପେ ପାଳନ କଲେ ଏହା ଦେଶର ଛୋଟ ଛୋଟ ପିଲାଙ୍କ ପାଇଁ ପ୍ରେରଣା ହେବ। ଆମ ପିଲାମାନେ ନିଜକୁ ଗର୍ବିତ ମନେ କରିବେ ଓ ଏହା ସେମାନଙ୍କ ଆତ୍ମବିଶ୍ୱାସକୁ ଆହୁରି ବଢ଼ାଇବ।”


ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ନଭେମ୍ବର ୧୪କୁ ଆମ ଦେଶରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି। ଏହା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‌ ନେହରୁଙ୍କ ଜନ୍ମଦିନ। ସେ କୁନି କୁନି ପିଲାଙ୍କୁ ଖୁବ୍‌ ଭଲପାଉଥିଲେ ବୋଲି ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ।

ଆସନ୍ତା ବର୍ଷ ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି। ଦିଲ୍ଲୀରେ ଶିଖ୍‌ମାନଙ୍କ ଭୋଟ୍‌ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ଆଉ ଏହି ସମୟରେ ମନୋଜ୍‌ ତିୱାରୀଙ୍କ ଏପରି ଚିଠିକୁ ସମସ୍ତେ ରାଜନୀତିକ ଦୃଷ୍ଟିକୋଣରେ ଦେଖିବା ଆରମ୍ଭ କରିଛନ୍ତି।

Related story