ଚୀନ କମ୍ପାନୀର ବିଜ୍ଞାପନକୁ ବୟକଟ କରିବାକୁ ସେଲିବ୍ରିଟିଙ୍କୁ ଆହ୍ୱାନ୍

ନୂଆଦିଲ୍ଲୀ: ଚୀନକୁ ବୟକଟ ପ୍ରସଙ୍ଗରେ ମତ ରଖିଛନ୍ତି ଯୋଗ ଗୁରୁ ବାବା ରାମଦେବ। ଆମେ ଚୀନ୍ ସହିତ ଅସହଯୋଗ ଆନ୍ଦୋଳନର କରିବା ଉଚିତ। ସମଗ୍ର ଦେଶ ଚାଇନାକୁ ବୟକଟ କରିବା ଉଚିତ୍। ଏଭଳି କଲେ ଚୀନ୍ ଯାଇ ସାବାଡ୍ ହେବ। ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମର କନକ୍ଲେଭରେ ଯୋଗ ଦେଇ ବାବା ରାମଦେବ ଏହା କହିଛନ୍ତି। ଆମେ ସମସ୍ତେ ଚୀନ୍‌ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ଉଚିତ୍। ସେଲିବ୍ରିଟିମାନେ ଚୀନ୍‌ ଜିନିଷର ବିଜ୍ଞାପନ ନକରିବା ଉଚିତ୍। ଯେଉଁ ବିଜ୍ଞାପନ […]

ram dev

Subhransu Sekhar
  • Published: Friday, 19 June 2020
  • , Updated: 19 June 2020, 09:37 PM IST

ନୂଆଦିଲ୍ଲୀ: ଚୀନକୁ ବୟକଟ ପ୍ରସଙ୍ଗରେ ମତ ରଖିଛନ୍ତି ଯୋଗ ଗୁରୁ ବାବା ରାମଦେବ। ଆମେ ଚୀନ୍ ସହିତ ଅସହଯୋଗ ଆନ୍ଦୋଳନର କରିବା ଉଚିତ। ସମଗ୍ର ଦେଶ ଚାଇନାକୁ ବୟକଟ କରିବା ଉଚିତ୍। ଏଭଳି କଲେ ଚୀନ୍ ଯାଇ ସାବାଡ୍ ହେବ। ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମର କନକ୍ଲେଭରେ ଯୋଗ ଦେଇ ବାବା ରାମଦେବ ଏହା କହିଛନ୍ତି।

ଆମେ ସମସ୍ତେ ଚୀନ୍‌ର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ଉଚିତ୍। ସେଲିବ୍ରିଟିମାନେ ଚୀନ୍‌ ଜିନିଷର ବିଜ୍ଞାପନ ନକରିବା ଉଚିତ୍। ଯେଉଁ ବିଜ୍ଞାପନ ଚୁକ୍ତି ହୋଇଛି ତା’କୁ ଆଇନଗତ ଭାବରେ ଭାଙ୍ଗିବା ଉଚିତ୍। ନହେଲେ ଆମେ ମାନେ ଶାନ୍ତିରେ ରଖାଇ ଦେବୁ ନାହିଁ ବୋଲି ରାମଦେବ କହିଛନ୍ତି।

ପତଞ୍ଜଳି ଭଳି ଦେଶରେ ଶହେ ଲୋକ ଯଦି ଛିଡ଼ା ହେବେ ତାହେଲେ ଯାଇ ଆମେ ଚୀନକୁ କଡ଼ା ଜବାବ ଦେଇପାରିବା। ଚୀନରୁ ଆସୁଥିବା ସାମଗ୍ରୀ ଉପରେ ସରକାର ଆମଦାନୀ ଶୁଳ୍କ ବଢ଼ାଇବା ଉଚିତ ଏବଂ ବିକଳ୍ପ ଉତ୍ପାଦ ପ୍ରଦାନ କରୁଥିବା ଭାରତୀୟ କମ୍ପାନୀକୁ ସରକାର ସମସ୍ତ ପ୍ରକାର ଟିକସ ଛାଡ଼ କରିବା ଦରକାର। ଏଭଳି ସ୍ଥିତିରେ ଦେଶକୁ ଏକତା ଦେଖାଇବାକୁ ପଡ଼ିବ, ଦେଶ ବିରୋଧରେ କେହି କହିବା ଉଚିତ୍ ନୁହେଁ ବୋଲି ରାମଦେବ କହିଛନ୍ତି।

Related story