କେନ୍ଦ୍ରୀୟ ସଶସ୍ତ୍ର ପୁଲିସ କ୍ୟାଣ୍ଟିନରେ ମିଳିବ ସ୍ୱଦେଶୀ ଜିନିଷ

ନୂଆଦିଲ୍ଲୀ: ଜୁନ୍ ୧ରୁ ସାରା ଦେଶରେ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ୍) କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ଜିନିଷ ମିଳିବ। ସ୍ୱଦେଶୀ ଜିନିଷ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର ଦେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ବଡ଼ ନିଷ୍ପତ୍ତି ନେଇଛି। ସାରା ଦେଶରେ ଥିବା ସିଏପିଏଫର କ୍ୟାଣ୍ଟିନ୍ ଏବଂ ଷ୍ଟୋରରେ ଏହି ସ୍ୱଦେଶୀ ଜିନିଷ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସିଏପିଏଫରେ ୧୦ ଲକ୍ଷ ଯବାନ ରହିଛନ୍ତି। ତାଙ୍କ […]

army (1)

Subhransu Sekhar
  • Published: Wednesday, 13 May 2020
  • , Updated: 13 May 2020, 02:18 PM IST

ନୂଆଦିଲ୍ଲୀ: ଜୁନ୍ ୧ରୁ ସାରା ଦେଶରେ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ଫୋର୍ସ (ସିଏପିଏଫ୍) କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ଜିନିଷ ମିଳିବ। ସ୍ୱଦେଶୀ ଜିନିଷ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର ଦେବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ବଡ଼ ନିଷ୍ପତ୍ତି ନେଇଛି। ସାରା ଦେଶରେ ଥିବା ସିଏପିଏଫର କ୍ୟାଣ୍ଟିନ୍ ଏବଂ ଷ୍ଟୋରରେ ଏହି ସ୍ୱଦେଶୀ ଜିନିଷ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ସିଏପିଏଫରେ ୧୦ ଲକ୍ଷ ଯବାନ ରହିଛନ୍ତି। ତାଙ୍କ ପରିବାର ଲୋକଙ୍କୁ ମିଶାଇଲେ ମୋଟ୍ ୫୦ ଲକ୍ଷ ସଦସ୍ୟ ସିଏପିଏଫ କ୍ୟାଣ୍ଟିନ୍ ଉପରେ ନିର୍ଭରଶୀଳ। ଏଥିପାଇଁ ୨୮୦୦ କୋଟି ଟଙ୍କାର ଅର୍ଡର ରହିବ ବୋଲି ଜଣାପଡ଼ିଛି।
ଗୃହ ମନ୍ତ୍ରୀ ଅମିତ ଶାହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶୀ ନାରାକୁ ଜୋର ଦେଇଛନ୍ତି। ଦେଶରେ ତିଆରି ହେଉଥିବା ଜିନିଷକୁ ବ୍ୟବହାର କରିବା ପାଇଁ ସେ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଦେଶକୁ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ସମୟରେ ଦେଶବାସୀଙ୍କୁ ଆତ୍ମନିର୍ଭର କରିବାକୁ କହିଛନ୍ତି। ଲୋକାଲକୁ ଭୋକାଲରେ ପରିଣତ କରିବା ଉପରେ ମୋଦି ଜୋର ଦେଇଛନ୍ତି।

ସେ କହିଛନ୍ତି ଦେଶକୁ ଆଗକୁ ବଢ଼ିବାକୁ ହେଲେ ସ୍ଥାନୀୟ ଜିନିଷକୁ ଲୋକମାନେ ଅଧିକ ଗୁରୁତ୍ୱ ଦେବା ଦରକାର। ଏଥିପାଇଁ ସେହି ସ୍ଥାନୀୟ ଜିନିଷର ପ୍ରଚାର ଲୋକମାନେ ମଧ୍ୟ କରିବା ଦରକାର। ଏହି ଲୋକାଲା ବା ସ୍ଥାନୀୟ ଜିନିଷର ଚାହିଦା ବଢ଼ିଲେ କିଭଳି ବିଶ୍ୱ ବଜାରରେ ବିକ୍ରି କରିହେବ ସେ ନେଇ ଚେନ୍ ତିଆରି କରାଯିବ ବୋଲି ମୋଦି କହିଛନ୍ତି। ଆଜିର ବଡ଼ ବଡ଼ ବ୍ରାଣ୍ଡ ଦିନେ ଲୋକାଲ୍‌ ଥିଲା। ସେଠାକାର ଲୋକେ ଏଗୁଡ଼ିକୁ ବ୍ୟବହାର କରିବା ଓ ପ୍ରଚାର ପ୍ରସାର କରିବା ଦ୍ୱାରା ଏହା ଗ୍ଲୋବାଲ୍‌ ବ୍ରାଣ୍ଡରେ ପରିଣତ ହୋଇଛି। ସେହିଭଳି ଆମକୁ ବି କରିବାକୁ ପଡ଼ିବ। ଏହାଦ୍ୱାରା ଆମର ଲୋକାଲ ପ୍ରଡକ୍ଟ ବା ଜିନିଷ ଦିନେ ଗ୍ଲୋବାଲ୍ ବ୍ରାଣ୍ଡ ହୋଇପାରିବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଖଦି ଓ ହ୍ୟାଣ୍ଡଲୁମ୍‌ର ଉଦାରଣ ମଧ୍ୟ ଦେଇଛନ୍ତି ମୋଦି। ଦିନେ ଖଦି ଓ ଓ ହ୍ୟାଣ୍ଡଲୁମର ବ୍ୟବହାର କରିବା କଥା ସେ କହିଥିଲେ। ଏବେ ଏହା ଦେଶରେ ଏକ ବଡ଼ ପରିବର୍ତ୍ତନ ଆଣିଛି। ଲୋକମାନେ ମଧ୍ୟ ହାତ ତିଆରି ଜିନିଷ ଓ ଖଦିରେ ତିଆରି ପୋଷାକ ପ୍ରତି ରୁଚି ରଖିବା ଆରମ୍ଭ କରିଛନ୍ତି। ଯାହାକି ଖଦି ଓ ହ୍ୟାଣ୍ଡଲୁମକୁ ରେକର୍ଡ ସ୍ତରରେ ପହଞ୍ଚାଇଛି। ଏବେ ସମାନ ରଣନୀତି ଆଧାରରେ ଲୋକାଲ ପ୍ରଡକ୍ଚକୁ କିଣିବା ଦରକାର ଏବଂ ପ୍ରଚାର କରିବା ଦରକାର ବୋଲି ମୋଦି ଆହ୍ୱାନ କରିଛନ୍ତି।

Related story