ଲେହକୁ ଜମ୍ମୁ-କଶ୍ମୀରର ଅଂଶ ଭାବେ ଦେଖାଇଲା ଟ୍ୱିଟର, କେନ୍ଦ୍ର ସରକାର ପଠାଇଲେ ନୋଟିସ

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ଅଞ୍ଚଳକୁ ନେଇ ଭୁଲ ମାନଚିତ୍ର ଉପସ୍ଥାପନ କରି ଅଡ଼ୁଆରେ ପଡ଼ିଛି ଟ୍ୱିଟର। ପୂର୍ବରୁ ଲେହକୁ ଚାଇନାର ଅଂଶ ଭାବେ ଦେଖାଇ କ୍ଷମା ମାଗିଥିବା ଟ୍ୱିଟର ଏବେ ପୁଣି ଭୁଲ ତଥ୍ୟ ଉପସ୍ଥାପନ କରିଛି। ଏଥର ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌ ଲଦାଖର ଲେହକୁ ଜମ୍ମୁ-କଶ୍ମୀରର ଏକ ଅଂଶଭାବେ ଚିତ୍ରଣ କରିଛି। ହେଲେ ବାସ୍ତବରେ ଜମ୍ମୁ-କଶ୍ମୀର ଓ ଲେହ ହେଉଛି ଦୁଇଟି ଦୁଇଟି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ। ଅଗଷ୍ଟ ୫ରେ କେନ୍ଦ୍ର ସରକାର […]

a

a

Hemant Lenka
  • Published: Thursday, 12 November 2020
  • Updated: 12 November 2020, 09:07 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଭାରତୀୟ ଅଞ୍ଚଳକୁ ନେଇ ଭୁଲ ମାନଚିତ୍ର ଉପସ୍ଥାପନ କରି ଅଡ଼ୁଆରେ ପଡ଼ିଛି ଟ୍ୱିଟର। ପୂର୍ବରୁ ଲେହକୁ ଚାଇନାର ଅଂଶ ଭାବେ ଦେଖାଇ କ୍ଷମା ମାଗିଥିବା ଟ୍ୱିଟର ଏବେ ପୁଣି ଭୁଲ ତଥ୍ୟ ଉପସ୍ଥାପନ କରିଛି। ଏଥର ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌ ଲଦାଖର ଲେହକୁ ଜମ୍ମୁ-କଶ୍ମୀରର ଏକ ଅଂଶଭାବେ ଚିତ୍ରଣ କରିଛି।

ହେଲେ ବାସ୍ତବରେ ଜମ୍ମୁ-କଶ୍ମୀର ଓ ଲେହ ହେଉଛି ଦୁଇଟି ଦୁଇଟି ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ। ଅଗଷ୍ଟ ୫ରେ କେନ୍ଦ୍ର ସରକାର ସଂସଦରେ ଏ ସଂକ୍ରାନ୍ତ ବିଲ୍‌ ପାସ୍‌ କରି ଆଇନ ପ୍ରଣୟନ କରିଛନ୍ତି। ତଥାପି ଟ୍ୱିଟର ଲେହକୁ ଜମ୍ମୁ-କଶ୍ମୀରର ଅଂଶ ଭାବେ ଦେଖାଇଥିବାରୁ କେନ୍ଦ୍ର ସରକାର ଚିହିଁକି ଉଠିଛନ୍ତି।

ଟ୍ୱିଟରକୁ ଏଥିପାଇଁ ସରକାର ନୋଟିସ୍‌ ମଧ୍ୟ ପଠାଇ ଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ଟ୍ୱିଟର ବିରୋଧରେ କାହିଁକି ଭୁଲ ମାନଚିତ୍ର ପ୍ରଦର୍ଶନ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତା’ର କାରଣ ସଂସ୍ଥା ପକ୍ଷରୁ ଦର୍ଶାଯାଉ ବୋଲି ଏହି ନୋଟିସରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ କହିଛି। ସୂତ୍ର ଅନୁସାରେ, ନଭେମ୍ବର ୯ରେ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟର ଉପ ସଭାପତିଙ୍କ ନିକଟକୁ ନୋଟିସ ପଠାଯାଇଛି।

ପ୍ରଥମେ ଲେହକୁ ଟ୍ୱିଟର ଚାଇନାର ଦର୍ଶାଇଥିଲା। ଏହାକୁ ନେଇ ଭାରତ ଆପତ୍ତି ଉଠାଇବାରୁ ଟ୍ୱିଟର ନିଜର ତ୍ରୁଟି ସୁଧାରି ଏହାର ଭାରତର ଅଂଶ ବିଶେଷ ବୋଲି କହିଥିଲା। ହେଲେ ଲେହକୁ ଲଦାଖ ନୁହେଁ ବରଂ ଜମ୍ମୁ-କଶ୍ମୀରର ଏକ ଅଂଶ ଭାବେ ନିଜ ମ୍ୟାପରେ ଟ୍ୱିଟର ଦର୍ଶାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos