କରୋନା: ଅଫିସ ଓ ସାର୍ବଜନୀନ ସ୍ଥାନ କେମିତି ରହିବ, ଗାଇଡ୍ ଲାଇନ ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ଦେଶ ଏବେ ଲକ୍‌ଡାଉନ୍ ରହିଛି। ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ସାଧାରଣ ସ୍ଥାନ, ଅଫିସ ମାନଙ୍କ ପାଇଁ ଜାରି ହୋଇଛି। କରୋନା ବ୍ୟାପିବା ପାଖରୁ କେନ୍ଦ୍ର ସରକାର ପ୍ରାଥମିକ ଭାବରେ ସାନିଟାଇଜର ଏବଂ ସାବୁନରେ ନିଜ ନିଜ ହାତକୁ ପରିଷ୍କାର ରଖିବା ପାଇଁ କହିଛନ୍ତି। ଗାଇଡଲାଇନ୍ ଅନୁଯାୟୀ, ଅଫିସ ଓ କନଫରେନସ ହଲ ଗୁଡ଼ିକ ପ୍ରତିଦିନ ସକାଳ ଓ […]

public place

Subhransu Sekhar
  • Published: Sunday, 29 March 2020
  • , Updated: 29 March 2020, 08:02 PM IST

ନୂଆଦିଲ୍ଲୀ: ଦେଶ ଏବେ ଲକ୍‌ଡାଉନ୍ ରହିଛି। ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ସାଧାରଣ ସ୍ଥାନ, ଅଫିସ ମାନଙ୍କ ପାଇଁ ଜାରି ହୋଇଛି। କରୋନା ବ୍ୟାପିବା ପାଖରୁ କେନ୍ଦ୍ର ସରକାର ପ୍ରାଥମିକ ଭାବରେ ସାନିଟାଇଜର ଏବଂ ସାବୁନରେ ନିଜ ନିଜ ହାତକୁ ପରିଷ୍କାର ରଖିବା ପାଇଁ କହିଛନ୍ତି।

ଗାଇଡଲାଇନ୍ ଅନୁଯାୟୀ, ଅଫିସ ଓ କନଫରେନସ ହଲ ଗୁଡ଼ିକ ପ୍ରତିଦିନ ସକାଳ ଓ ସଂଧ୍ୟାରେ ଦିନକୁ ଦୁଇ ଥର ପରିଷ୍କାର କରିବା ଦରକାର। କୌଣସି ସ୍ଥାନ ଓଦା କିମ୍ୱା ଅପରିଷ୍କାର ଲାଗିଲେ ସାବୁନ କିମ୍ୱା ପାଣିରେ ପରିଷ୍କାର କରିବା ଦରକାର। ସେହିପରି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ରବର ଜୋତା, ଗ୍ଲୋଭସ୍ ଏବଂ ଏକ ତିନି ସ୍ତରୀୟ ମାସ୍କ ପିନ୍ଧିବା ଉଚିତ୍। କର୍ମଚାରୀ କାମ ଆରମ୍ଭ କରିବା ପୂର୍ବରୁ ଏହି ସବୁ ଗାଇଡଲାଇନ୍ ପାଳନ କରୁଛନ୍ତି କି ନାହିଁ ଅଫିସ ଦେଖିବା ଉଚିତ୍ ବୋଲି ସରକାର କହିଛନ୍ତି।

ତେବେ ଅଫିସ ବାହାରେ ଯେଉଁମାନେ କାମ କରୁଛନ୍ତି ସେମାନଙ୍କ ପ୍ରତି ବିପଦ ନାହିଁ। କାରଣ ଏବେ ଉତ୍ତାପ ରହିଛି। ଏକାଠି ଗୋଟିଏ ସ୍ଥାନରେ ଲୋକମାନେ ଏବେ ଗହଳି କରିବାର ସୁଯୋଗ ନଥିବାରୁ ବାହାରେ କାମ କରୁଥିବା କର୍ମଚାରୀ ଅଫିସ ଭିତରେ କାମ କରୁଥିବା କର୍ମଚାରୀଙ୍କଠୁ ଅଧିକ ନିରାପଦ ବୋଲି ସରକାର କହିଛନ୍ତି। ହେଲେ ବସ୍ ଷ୍ଟାଣ୍ଡ, ରେଲଓ୍ୱେ ଷ୍ଟେସନ, ପାର୍କ ଏବଂ ରାସ୍ତାକୁ ସବୁବେଳେ ପରିଷ୍କାର କରିବା ଦରକାର ବୋଲି ଗାଇଡ୍ ଲାଇନ୍ ଜାରି କରିଛି।

ସାର୍ବଜନୀନ ଶୌଚାଳୟ ସଫା କରିବା ପାଇଁ, ସାନିଟାରୀ କର୍ମଚାରୀମାନେ ପ୍ରତ୍ୟେକ ଶୌଚାଳୟ ପାଇଁ ଅଲଗା ଅଲଗା ସଫେଇ ଉପକରଣ ବ୍ୟବହାର କରିବା ଉଚିତ। ମପ୍ସ, ନାଇଲନ୍ ସ୍କ୍ରବର ଏବଂ କମୋଡ୍ ପାଇଁ ପୃଥକ ଉପକରଣ ରଖିବା ଦରକାର ବୋଲି ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି। ତେବେ ସାନିଟାଇଜ କର୍ମଚାରୀମାନେ ସଫା କରିବା ବେଳେ ଗ୍ଲୋଭସ ବ୍ୟବହାର କରିବା ଦରକାର। ସାରା ଦେଶରେ ଏବେ କରୋନା ବ୍ୟାପିବାରେ ଲାଗିଛି। ଏହି ମହାମାରୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଛୁଇଁଛି। ସେଥିମଧ୍ୟରୁ ୨୫ ଜଣଙ୍କର ମୃତ୍ୟୁ ହୋଇଛି।

Related story