କଶ୍ମୀର: ୨୬ ଜଣଙ୍କ ଉପରୁ ହଟିଲା ପିଏସ୍‌ଏ

ଶ୍ରୀନଗର: ଅଗଷ୍ଟ ୫ରୁ ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଜମ୍ମୁ-କଶ୍ମୀରର ୨୬ ଜଣ ବ୍ୟକ୍ତିଙ୍କ ଉପରୁ ପବ୍ଲିକ୍‌ ସେଫ୍ଟି ଆକ୍ଟ ପ୍ରତ୍ୟାହାର କରାଯାଇଛି। ପୂର୍ବରୁ ରାଜ୍ୟ ଥିବା ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦିଆଯାଉଥିବା ଧାରା ୩୭୦ ହଟାଯିବା ସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏହାପରେ କୌଣସି ହିଂସାର ଆଶଙ୍କା କରାଯାଇ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା, ରାଜନୀତିକ ଦଳର କର୍ମୀ ଏବଂ ଢେଲାମାଡ଼ କରୁଥିବା ଯୁବକଙ୍କୁ ବନ୍ଦୀ କରାଯାଇଛି। ସେମାନଙ୍କ ପାଇଁ ଅସ୍ଥାୟୀ […]

Kahsmir

Subrat Kumar Nayak
  • Published: Friday, 10 January 2020
  • , Updated: 10 January 2020, 09:13 PM IST

ଶ୍ରୀନଗର: ଅଗଷ୍ଟ ୫ରୁ ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଜମ୍ମୁ-କଶ୍ମୀରର ୨୬ ଜଣ ବ୍ୟକ୍ତିଙ୍କ ଉପରୁ ପବ୍ଲିକ୍‌ ସେଫ୍ଟି ଆକ୍ଟ ପ୍ରତ୍ୟାହାର କରାଯାଇଛି। ପୂର୍ବରୁ ରାଜ୍ୟ ଥିବା ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ସୁବିଧା ଦିଆଯାଉଥିବା ଧାରା ୩୭୦ ହଟାଯିବା ସହ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଏହାପରେ କୌଣସି ହିଂସାର ଆଶଙ୍କା କରାଯାଇ ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା, ରାଜନୀତିକ ଦଳର କର୍ମୀ ଏବଂ ଢେଲାମାଡ଼ କରୁଥିବା ଯୁବକଙ୍କୁ ବନ୍ଦୀ କରାଯାଇଛି। ସେମାନଙ୍କ ପାଇଁ ଅସ୍ଥାୟୀ ଜେଲ ସୃଷ୍ଟି କରାଯାଇଛି।

ତେବେ ବର୍ତ୍ତମାନ ପିଏସ୍‌ଏ ହଟାଯିବା ଏହି ଅଞ୍ଚଳରେ ସ୍ଥିତି ସୁଧାରିବା ଦିଗରେ ସରକାରଙ୍କର ଏକ ପଦକ୍ଷେପ ବୋଲି କୁହାଯାଉଛି। ଅଗଷ୍ଟ ୫ରେ ହିଁ ପିଏସ୍‌ଏ ଲଗାଯାଇ ସେମାନଙ୍କୁ ଉଠାଇନିଆଯାଇଥିଲା। ଆଜି ମୁକ୍ତି ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବାର୍‌ ଆସୋସିଏସନ୍‌ ଅଧ୍ୟକ୍ଷ ନାଜିର ଅହମ୍ମଦ ରୋଙ୍ଗା ଅଛନ୍ତି। ପିଏସ୍‌ଏ ଆକ୍ଟ ଅନୁଯାୟୀ, ବିନା ଟ୍ରାଏଲରେ ୧ ବର୍ଷ ପାଇଁ ଅଟକ ରଖାଯାଇପାରିବ।

ରୋଙ୍ଗାଙ୍କ ନାମରେ ପିଏସ୍‌ ଲାଗୁ କରାଯିବା ଅବସରରେ ଶ୍ରୀନଗର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଅଭିଯୋଗ ଆଣିଥିଲେ, ରୋଙ୍ଗାଙ୍କର ବିଚ୍ଛିନ୍ନତାବାଦୀ ମିରୱେଜ୍‌ ଉମର ଫାରୁକ୍‌ ନେତୃତ୍ୱରେ ଥିବା ହୁରିଆତ୍‌ କନଫରେନ୍ସ ସହ ସଂଶ୍ଲିଷ୍ଟ ଅଛନ୍ତି। ସେ ବିଚ୍ଛିନ୍ନତାବାଦୀଙ୍କ ପାଇଁ ମାମଲା ଲଢ଼ିବା ସହ ବିଭିନ୍ନ ସମ୍ମିଳନୀ, ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ଆଦି ଅଭିଯୋଗ ତାଙ୍କ ନାମରେ ରହିଥିଲା। ୨୦୦୮, ୨୦୧୦ ଏବଂ ୨୦୧୬ରେ ଅଶାନ୍ତି ସୃଷ୍ଟି ପ୍ରୟାସ କରିବା ଆଦି ଅଭିଯୋଗ ରହିଥିଲା।

ବିଶେଷ ସୂତ୍ରରୁ ଜଣାପଡ଼ିଛି, “ଏହା ମୁକ୍ତି ପ୍ରକ୍ରିୟାର ଆରମ୍ଭ ଏବଂ ବର୍ତ୍ତମାନ ଅଟକ ଥିବା ଅନ୍ୟ ରାଜନୀତିକ ବ୍ୟକ୍ତିଙ୍କୁ ମଧ୍ୟ ମୁକ୍ତି ମିଳିବ। ବର୍ତ୍ତମାନ ବାତାବରଣ ଶାନ୍ତିପୂର୍ଣ୍ଣ ରହିଥିବାରୁ ନେତାମାନଙ୍କ ମୁକ୍ତି ଆରମ୍ଭ କରାଯାଇଛି।” ଅଟକ ଓ ଗୃହବନ୍ଦୀଙ୍କ ମଧ୍ୟରେ ବହୁ ପିଡିପି ଏବଂ ଏନ୍‌ସି ନେତା ମଧ୍ୟ ରହିଛନ୍ତି। ଏନ୍‌ସି ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ବର୍ତ୍ତମାନ ତାଙ୍କ ବାସଭବନଠାରୁ ଅଳ୍ପ ଦୂର ହର ନିବାସଠାରେ ଗୃହ ବନ୍ଦୀ ଅଛନ୍ତି। ଅନ୍ୟପକ୍ଷରେ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ପ୍ରଥମେ ଚଷମା ସାହି ଏବଂ ପରେ ଇଷ୍ଟେଟ୍‌ ଡିପାର୍ଟମେଣ୍ଟର ଅତିଥି ଭବନରେ ଗୃହବନ୍ଦୀ ଅଛନ୍ତି। ସେହିଭଳି ଏମ୍‌ଏଲଏ ହଷ୍ଟେଲରେ ସାଜଦ୍‌ ଲୋନ୍‌, ଶାହ ଫୈଜଲ ଏବଂ ଅଲୀ ଏମ୍‌ ସାଗର ଅଛନ୍ତି।

Related story