କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ

ରାୟପୁର: ସଂସଦରେ ପାରିତ ହୋଇଥିବା କୃଷି ବିଲ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତାକ୍ଷର ପରେ ଆଇନରେ ପରିଣତ ହୋଇଛି। ଏବେ ଏହି ବିଲକୁ ବିରାେଧ କରି ବିଧାନସଭାରେ ଏକ ପ୍ରସ୍ତାବ ଆଣିବେ ଛତିଶଗଡ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି। ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଏଭଳି ପ୍ରସ୍ତାବ ଆସିବ ବୋଲି ସେ କହିଛନ୍ତି। ଆବଶ୍ୟକ ପଡ଼ିଲେ କୋର୍ଟରେ ଏହି ବିଲକୁ ଚ୍ୟାଲେଞ୍ଜ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟର କୃଷି ଉପରେ ଆଇନ […]

Baghel

Baghel

Subhransu Sekhar
  • Published: Monday, 28 September 2020
  • Updated: 28 September 2020, 11:56 AM IST

Sports

Latest News

ରାୟପୁର: ସଂସଦରେ ପାରିତ ହୋଇଥିବା କୃଷି ବିଲ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତାକ୍ଷର ପରେ ଆଇନରେ ପରିଣତ ହୋଇଛି। ଏବେ ଏହି ବିଲକୁ ବିରାେଧ କରି ବିଧାନସଭାରେ ଏକ ପ୍ରସ୍ତାବ ଆଣିବେ ଛତିଶଗଡ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି। ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଏଭଳି ପ୍ରସ୍ତାବ ଆସିବ ବୋଲି ସେ କହିଛନ୍ତି। ଆବଶ୍ୟକ ପଡ଼ିଲେ କୋର୍ଟରେ ଏହି ବିଲକୁ ଚ୍ୟାଲେଞ୍ଜ କରାଯିବ ବୋଲି ସେ କହିଛନ୍ତି।

ରାଜ୍ୟର କୃଷି ଉପରେ ଆଇନ ପ୍ରଣୟନ କରିବାର କ୍ଷମତା କେନ୍ଦ୍ରର ନାହିଁ। ଲୋକସଭାରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍ ଅସାମ୍ବିଧାନିକ ଏବଂ ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ। ଶାନ୍ତା କୁମାର କମିଟିର ରିପୋର୍ଟ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ଯାହାକି ଚାଷୀ ବିରୋଧୀ ବାେଲି ସେ କହିଛନ୍ତି।

ବାଘେଲ କେନ୍ଦ୍ର ସରକାରଙ୍କ ଏହି ବିଲକୁ ନେଇ କହିଛନ୍ତି, କଣ୍ଟ୍ରାକ୍ଟ ଫାର୍ମି ଜରିଆରେ ସରକାର କର୍ପୋରେଟ୍ ହାଉସକୁ ପରୋକ୍ଷରେ ଚାଷୀଙ୍କୁ। ତେଣୁ ସରକାର ସଂସଦରେ ବାଚନିକା ଭୋଟ୍ ମାଧ୍ୟମରେ ବିଲ୍ ପାରିତ କରିଛି। ଦେଶ ଯେତେବେଳେ କରୋନା ଏବଂ ସୁଶାନ୍ତ ସିଂ ମତ୍ୟୁ ମାମଲାକୁ ନେଇ ଉତ୍ସୁକତା ଦେଖାଇଛି। ଦେଶର ମିଡିଆ ମଧ୍ୟ ସୁଶାନ୍ତ ମାମଲାକୁ ଅଧିକ ପ୍ରସଙ୍ଗ କରିଛି। ଏହି ସମୟରେ କେନ୍ଦ୍ର ସରକାର ସଂସଦରେ ଏହି ବିଲକୁ ଆଣି ଚାଷୀଙ୍କୁ କର୍ପୋରେଟ୍ ହାତକୁ ଟେକି ଦେଇଛନ୍ତି ବୋଲି ସେ କହିଛନ୍ତି। ସେହିପରି ସଂସଦରେ ପାରିତ ହୋଇଥିବା ଶ୍ରମ ସଂସ୍କାର ବିଲ୍ ଶ୍ରମିକମାନଙ୍କ ସ୍ୱାର୍ଥରେ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos