Advertisment

ବାପାକୁ ମାରିଲା ନାବାଳକ ପୁଅ, ‘କ୍ରାଇମ୍ ପାଟ୍ରୋଲ୍’ ଦେଖି ପ୍ରମାଣ ନଷ୍ଟ ଉଦ୍ୟମ

ମଥୁରା: ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଆମ ସମାଜର ସ୍ଥିତି କେଉଁ ଆଡକୁ ଗତି କରୁଛି ତାହା ଜଣାପଡ଼ିଛି। ଜଣେ ୧୭ ବର୍ଷୀୟ ପୁଅ ରାଗରେ ତାଙ୍କ ବାପାକୁ ହତ୍ୟା କରିଛ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଟିଭି ସିରିଏଲ ‘କ୍ରାଇମ ପାଟ୍ରୋଲ’ ଦେଖିଥିବା ଜଣାପଡ଼ିଛି। ବୁଧବାର ଏହି ହତ୍ୟାକାରୀ ପୁଅ ଗିରଫ ହୋଇଛି। ସେ ଏବେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଜଣାପଡ଼ିଛି। ଗିରଫ ପରେ ପୁଲିସ ତା ମୋବାଇଲକୁ ଫୋନ୍ […]

ଅଦ୍ୟତନ ହୋଇଛି
୨୪ ଘଣ୍ଟାରେ ପାଞ୍ଚ ପାଞ୍ଚଟି ହତ୍ୟା

MURDER

Advertisment

ମଥୁରା: ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଆମ ସମାଜର ସ୍ଥିତି କେଉଁ ଆଡକୁ ଗତି କରୁଛି ତାହା ଜଣାପଡ଼ିଛି। ଜଣେ ୧୭ ବର୍ଷୀୟ ପୁଅ ରାଗରେ ତାଙ୍କ ବାପାକୁ ହତ୍ୟା କରିଛ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଟିଭି ସିରିଏଲ 'କ୍ରାଇମ ପାଟ୍ରୋଲ' ଦେଖିଥିବା ଜଣାପଡ଼ିଛି। ବୁଧବାର ଏହି ହତ୍ୟାକାରୀ ପୁଅ ଗିରଫ ହୋଇଛି। ସେ ଏବେ ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଜଣାପଡ଼ିଛି। ଗିରଫ ପରେ ପୁଲିସ ତା ମୋବାଇଲକୁ ଫୋନ୍ ଯାଞ୍ଚ କରି 'କ୍ରାଇମ ପାଟ୍ରୋଲ' ବାବଦରେ ଜାଣିବାକୁ ପାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ୧୦୦ ଥର କ୍ରାଇମ୍ ପାଟ୍ରୋଲ୍ ସିରିଏଲ୍ ହତ୍ୟାକାରୀ ପୁଅ ଦେଖିଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ନାବାଳକ ଜଣଙ୍କ ବାପା ମନୋଜ ମିଶ୍ରଙ୍କୁ (୪୨) ହତ୍ୟା କରିଛି। ମନୋଜଙ୍କ ମୁଣ୍ଡରେ ଏକ ଲୁହା ରଡରେ ଆଘାତ ଲାଗିବାରୁ ସେ ଟଳି ପଡ଼ିଥିଲେ। ହତ୍ୟାକାରୀ ଲୁହା ରଡରେ ମାଡ ମାରିବା ପୂର୍ବରୁ ହାତର ଚିହ୍ନ ନଷ୍ଟ କରିବା ପାଇଁ ଏକ କପଡାରେ ଲୁହା ରଡକୁ ଧରିଥିଲା ବୋଲି ଜଣାପଡ଼ିଛି। ଏହାପରେ ସେହି ରାତିରେ ନାବାଳକଟି ତା ମାଆର ସାହାଯ୍ୟରେ ମୃତଦେହକୁ ନିଜ ସ୍କୁଟିରେ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲକୁ ନେଇ ଯାଇଥିଲା। ସେଠାରେ ପେଟ୍ରୋଲ ଏବଂ ଟଏଲେଟ କ୍ଲିନର୍ ଜରିଆରେ ପ୍ରମାଣ ନଷ୍ଟ କରି ଦେଇଥିଲା।

ତେବେ ମେ ୩ରେ ପୁଲିସ ଅଧା ପୋଡା ଶରୀରକୁ ଉଦ୍ଧାର କରିଥିଲା। ତିନି ସପ୍ତାହ ପର୍ଯ୍ୟନ୍ତ ମୃତ ଶବ ବାବଦରେ ପୁଲିସ କିଛି ଜାଣିପାରିନଥିଲ। ହେଲେ ଘଟଣାର ଟ୍ୱିଷ୍ଟ ଆସୁଥିଲା ଯେତେବେଳେ ମନୋଜ ମିଶ୍ର କାମ କରୁଥିବା ଇସ୍କନ ମନ୍ଦିରରେ କର୍ମଚାରୀ ତାଙ୍କୁ ଖୋଜିଥିଲେ। ମନୋଜଙ୍କ ବାବଦରେ କିଛି ଖୋଜ ଖବର ନମିଳିବା ପରେ ଇସ୍କନ ଅଧିକାରୀ ମନୋଜଙ୍କ ପରିବାର ଉପରେ ଚାପ ପ୍ରୟୋଗ କରି ଏତଲା ଦାୟର କରିଥିଲେ।

Advertisment

ଏହାପରେ ପୁଲିସ ଅଜଣା ମୃତ ଶରୀରଟିକୁ ଇସ୍କନ ଅଧିକାରୀଙ୍କୁ ଦେଖାଇଥିଲେ। ଆଉ ମନୋଜଙ୍କ ସହଯୋଗୀ ତାଙ୍କୁ ଚିହ୍ନି ପାରିଥିଲେ। ମନୋଜଙ୍କ ସହକର୍ମୀ କହିଛନ୍ତି ଯେ ମନୋଜ ଭଗବଦ୍ ଗୀତା ପ୍ରଚାର କରିବା ପାଇଁ ବାରମ୍ବାର ଯାତ୍ରା କରୁଥିବାରୁ ତାଙ୍କର ଦୀର୍ଘ ଦିନର ଅନୁପସ୍ଥିତି ନେଇ ସନ୍ଦେହ ପ୍ରକାଶ ପାଇଥିଲା।

ଏହାପରେ ମଥୁରା ପୁଲିସ ପରିବାର ଲୋକଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ କହିଥିଲା। ହେଲେ କେହି ସହଯୋଗ କରିନଥିଲେ। ଏହାପରେ ପୁଲିସ ନାବାଳକ ପୁଅର ମୋବାଇଲ୍ ଫୋନ୍ ଯାଞ୍ଚ କରିଥିଲା। ଏହାପରେ କ୍ରାଇମ୍ ପାଟ୍ରୋଲ ସିରିଏଲକୁ ଶହେ ଥର ମନୋଜଙ୍କ ପୁଅ ଦେଖିଥିବା ଜଣାପଡିଥିଲା। ଏହାପରେ ପୁଲିସର ସନ୍ଦେହ ଆଂଶିକ ସୃଷ୍ଟି ହୋଇଥିଲା ମନୋଜଙ୍କ ପୁଅ ଉପରେ। ଏହାପରେ ପୁଲିସ ଅନେକ ରାଉଣ୍ଡ ପଚରାଉଚରା କରିବା ପରେ ବାଳକଟି ଶେଷରେ ନିଜ ଅପରାଧ ସ୍ୱୀକାର କରିଥିଲା ବୋଲି ପୁଲିସ କହିଛି।

ପୁଲିସ ଏବେ ହତ୍ୟାକାରୀ ବାଳକ ଏବଂ ତାଙ୍କ ମା ସଙ୍ଗୀତା ମିଶ୍ର (୩୯)କୁ ଗିରଫ କରିଛି। ହତ୍ୟା ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ସଙ୍ଗୀତାଙ୍କ ନାମରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତର ଜଣେ ୧୧ ବର୍ଷର ଭଉଣୀ ରହିଛନ୍ତି। ତାଙ୍କୁ ତାଙ୍କ ଜେଜେବାପାଙ୍କୁ ହସ୍ତାନ୍ତର କରାଯାଇଛି।

ପଢ଼ନ୍ତୁ : ପୁଲିସ୍‌ ମାଡ଼ରେ ଫାଟିଲା ଯୁବକଙ୍କ ଆଖି

Murder News In Odia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe