କୋଲ୍ ବ୍ଳକ୍ ଦୁର୍ନୀତିର ପ୍ରଥମ ରାୟ: ଜେଆଇପିଏଲ୍‌ ଓ ଦୁଇ ନିର୍ଦ୍ଦେଶକ ଦୋଷୀ ସାବ୍ୟସ୍ତ, ୩୧ରେ ସଜା ଶୁଣାଣି

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଆଜି ତାଙ୍କର ପ୍ରଥମ ରାୟ ଶୁଣାଇଛନ୍ତି। ଝାଡ଼ଖଣ୍ଡରେ ହୋଇଥିବା ଏକ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ କୋର୍ଟ ଝାଡ଼ଖଣ୍ଡ ଇସ୍ପାତ୍ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍‌) ଓ ଏହାର ଦୁଇ ନିର୍ଦ୍ଦେଶକ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭୁଲ୍ ତଥ୍ୟ ଦେଇ କୋଇଲା ବ୍ଲକ୍ ହାତେଇ ଥିବା ଅଭିଯୋଗରେ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। […]

coal-scam

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 06:29 AM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲାରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଆଜି ତାଙ୍କର ପ୍ରଥମ ରାୟ ଶୁଣାଇଛନ୍ତି। ଝାଡ଼ଖଣ୍ଡରେ ହୋଇଥିବା ଏକ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ କୋର୍ଟ ଝାଡ଼ଖଣ୍ଡ ଇସ୍ପାତ୍ ପ୍ରାଇଭେଟ୍ ଲିମିଟେଡ୍ (ଜେଆଇପିଏଲ୍‌) ଓ ଏହାର ଦୁଇ ନିର୍ଦ୍ଦେଶକ ଆର.ଏସ୍ ରୁଙ୍ଗଟା ଓ ଆର୍‌.ସି ରୁଙ୍ଗଟାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭୁଲ୍ ତଥ୍ୟ ଦେଇ କୋଇଲା ବ୍ଲକ୍ ହାତେଇ ଥିବା ଅଭିଯୋଗରେ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାର୍ଚ୍ଚ ୩୧ ତାରିଖରେ ସେମାନଙ୍କ ଦଣ୍ଡ ଶୁଣାଣି କରିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତିରେ କୋର୍ଟଙ୍କର ଏହା ପ୍ରଥମ ରାୟ ହୋଇଥିବା ବେଳେ ଏଥିରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଜେଆଇପିଏଲ୍‌ ଓ ଏହାର ଦୁଇ ନିର୍ଦ୍ଦେଶକ ଭୁଲ୍ ଓ ଜାଲ୍ ତଥ୍ୟ ଦେଇ କୋଇଲା ବ୍ଲକ୍ ହାତେଇ ଥିଲେ ବୋଲି ଅଭିଯୋଗ ରହିଥିଲା।

ଏହି ମାମଲାରେ ଆଜି ରାୟ ଶୁଣାଣି କରିବା ପାଇଁ ମାର୍ଚ୍ଚ ୨୧ରେ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ।

ଏହି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ନାରାୟଣ ରାଓଙ୍କୁ ସାକ୍ଷୀ ଭାବେ ହାଜର ହେବା ପାଇଁ ସମନ ଜାରି କରିବାକୁ ଆର୍‌.ଏସ୍ ରୁଙ୍ଗଟା କୋର୍ଟଙ୍କୁ ଅନୁରୋଧ କରିଥିଲେ। ତେବେ କୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

Related story