ସେହି ‘ଶେଷ' ଚିଠି ସିସିଡି ମାଲିକ ସିଦ୍ଧାର୍ଥଙ୍କର ତ !

ବେଙ୍ଗାଲୁରୁ: ‘କାଫେ କଫି ଡେ’ ଚେନ୍‌ର ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁ ଘଟିଛି। ସୋମବାରଠୁ ନିଖୋଜ ଥିବା ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ ଆଜି ମାଙ୍ଗାଲୁରୁର ହୋଇଗେ ବଜାର ନିକଟରୁ ଉଦ୍ଧାର ହୋଇଛି। ସ୍ଥାନୀୟ ମାଛ ଧରାଳି ମୃତଦେହ ବାବଦରେ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ଅବଗତ କରାଇବା ପରେ ତାହା ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କର ବୋଲି ଜଣାପଡ଼ିଥିଲା। ତେବେ ସିଦ୍ଧାର୍ଥ ସୋମବାର ନିଖୋଜ ହେବା ପୂର୍ବରୁ ତାଙ୍କ କର୍ମଚାରୀ ଓ ବୋର୍ଡ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଲେଖିଥିବା […]

ccd

Subhransu Sekhar
  • Published: Wednesday, 31 July 2019
  • , Updated: 31 July 2019, 02:07 PM IST

ବେଙ୍ଗାଲୁରୁ: 'କାଫେ କଫି ଡେ’ ଚେନ୍‌ର ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁ ଘଟିଛି। ସୋମବାରଠୁ ନିଖୋଜ ଥିବା ଭିଜି ସିଦ୍ଧାର୍ଥଙ୍କ ମୃତ ଦେହ ଆଜି ମାଙ୍ଗାଲୁରୁର ହୋଇଗେ ବଜାର ନିକଟରୁ ଉଦ୍ଧାର ହୋଇଛି। ସ୍ଥାନୀୟ ମାଛ ଧରାଳି ମୃତଦେହ ବାବଦରେ ସ୍ଥାନୀୟ ପୁଲିସ ଅଧିକାରୀଙ୍କୁ ଅବଗତ କରାଇବା ପରେ ତାହା ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କର ବୋଲି ଜଣାପଡ଼ିଥିଲା।

ତେବେ ସିଦ୍ଧାର୍ଥ ସୋମବାର ନିଖୋଜ ହେବା ପୂର୍ବରୁ ତାଙ୍କ କର୍ମଚାରୀ ଓ ବୋର୍ଡ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିକୁ ନେଇ ଏବେ ବିବାଦ ଉଠିଛି। କାରଣ ଇନ୍‌କମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ କହିଛି, ସିସିଡି ଯେଉଁ ବାର୍ଷିକ ରିପୋର୍ଟ ଇନ୍‌କମ୍ ଟ୍ୟାକ୍ସ ଅଫିସରେ ଦାଖଲ କରିଛି ସେଥିରେ ଥିବା ଦସ୍ତଖତ ଏବଂ କର୍ମଚାରୀଙ୍କୁ ସିଦ୍ଧାର୍ଥ ଲେଖିଥିବା ଶେଷ ଚିଠିର ଦସ୍ତଖତ ମେଳ ଖାଉ ନାହିଁ।

ସୂଚନାଯୋଗ୍ୟ, ସୋମବାର ନିଖୋଜ ହେବା ପୂର୍ବରୁ ସିସିଡି ମାଲିକ ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍. କ୍ରିଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥ ତାଙ୍କ କର୍ମଚାରୀଙ୍କ ପାଇଁ ଶେଷ ଚିଠି ଲେଖିଥିଲେ। ସେ ଲେଖିଥିଲେ, “ମୁଁ ଜଣେ ଉଦ୍ୟୋଗପତି ଭାବେ ବିଫଳ ହୋଇଛି। ଦୀର୍ଘ ସମୟ ଧରି ବିଭିନ୍ନ ସମସ୍ୟା ସହ ଲଢ଼ୁଥିଲି, କିନ୍ତୁ ଏବେ ମୁଁ ଏତେ ଚାପ ଆଉ ସମ୍ଭାଳି ପାରୁନାହିଁ। ମୁଁ ସବୁ କିଛି ଛାଡ଼ିଦେବାକୁ ସ୍ଥିର କରିଛି। ଜଣେ ପାର୍ଟନର ମୋ ଉପରେ ଶେୟାର ଫେରାଇ ନେବାକୁ ବାରମ୍ବାର ଚାପ ପକାଉଛନ୍ତି। ୬ ମାସ ତଳେ ମୁଁ ମୋର ଜଣେ ବନ୍ଧୁଙ୍କ ଠାରୁ ବିପୁଳ ପରିମାଣର ଟଙ୍କା ଉଧାର ଆଣିଥିଲି। କିନ୍ତୁ ମୁଁ ଏବେ ଏତେ ବଡ଼ ପରିମାଣର ଋଣ ପରିଶୋଧ କରିପାରୁନାହିଁ।”

ଏଥିସହ ଆୟକର ବିଭାଗର ଅଧିକାରୀମାନେ ତାଙ୍କ କମ୍ପାନୀକୁ ସିଲ୍‌ କରିବା ପାଇଁ ବାରମ୍ବାର ଚାପ ପକାଇବା ସହ ହଇରାଣ କରୁଥିଲେ ବୋଲି ସିଦ୍ଧାର୍ଥ ତାଙ୍କ ‘ଶେଷ’ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହାପରେ ଆଜି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ କମ୍ପାନୀକୁ ସିଲ୍ କରିବା ବାବଦରେ ପ୍ରତିକ୍ରିୟା ରଖି ସିଦ୍ଧାର୍ଥ ଲେଖିଥିବା ଶେଷ ଚିଠିର ଦସ୍ତଖତ ତାଙ୍କ ପାଖରେ ଥିବା ସିଦ୍ଧାର୍ଥଙ୍କ ଦସ୍ତଖତ ମେଳ ଖାଉ ନାହିଁ ବୋଲି କହିଥିଲେ।

Related story