କଂଗ୍ରେସର ଅଭିଯୋଗ: ବିଜେପି କବଜାରେ ହ୍ୱାଟ୍‌ସ ଆପ

ନୂଆଦିଲ୍ଲୀ: ଫେସବୁକ ବିବାଦକୁ ନେଇ ବିଜେପିକୁ ପୁଣିଥରେ ଆଟାକ କରିଛି କଂଗ୍ରେସ। ନରେନ୍ଦ୍ର ମୋଦି ସରକାରଙ୍କୁ ଆକ୍ଷେପ କରି କଂଗ୍ରେସ କହିଛି ଯେ ଫେସବୁକ ଅଧିକୃତ ହ୍ୱାଟ୍‌ସ ଆପକୁ ବିଜେପି ପରୋକ୍ଷ ଭାବେ ନିୟନ୍ତ୍ରଣ କରୁଛି। ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇ ଏହାର ତଦନ୍ତ କରିବା ପାଇଁ ଦଳ ଦାବି କରିଛି। ଏହାସହ କମିଟିର ଅନୁସନ୍ଧାନ ନ ସରିବା ପର୍ଯ୍ୟନ୍ତ ହ୍ୱାଟ୍‌ସ ଆପ ତାର ପେମେଣ୍ଟ ସର୍ଭିସ ଆରମ୍ଭ ନ କରିବା ପାଇଁ ମଧ୍ୟ […]

gf

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 09:26 PM IST

ନୂଆଦିଲ୍ଲୀ: ଫେସବୁକ ବିବାଦକୁ ନେଇ ବିଜେପିକୁ ପୁଣିଥରେ ଆଟାକ କରିଛି କଂଗ୍ରେସ। ନରେନ୍ଦ୍ର ମୋଦି ସରକାରଙ୍କୁ ଆକ୍ଷେପ କରି କଂଗ୍ରେସ କହିଛି ଯେ ଫେସବୁକ ଅଧିକୃତ ହ୍ୱାଟ୍‌ସ ଆପକୁ ବିଜେପି ପରୋକ୍ଷ ଭାବେ ନିୟନ୍ତ୍ରଣ କରୁଛି। ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇ ଏହାର ତଦନ୍ତ କରିବା ପାଇଁ ଦଳ ଦାବି କରିଛି। ଏହାସହ କମିଟିର ଅନୁସନ୍ଧାନ ନ ସରିବା ପର୍ଯ୍ୟନ୍ତ ହ୍ୱାଟ୍‌ସ ଆପ ତାର ପେମେଣ୍ଟ ସର୍ଭିସ ଆରମ୍ଭ ନ କରିବା ପାଇଁ ମଧ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସର ମୁଖପାତ୍ର ପୱନ ଖେରା ସାମ୍ୱାଦିକ କହିଛନ୍ତି, ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକର ଭାରତୀୟ ପରିଚାଳନା ଓ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି ସରକାର ମଧ୍ୟରେ ସମ୍ପର୍କ ବୃଦ୍ଧିପାଇବାରେ ଲାଗିଛି। ଯାହା କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିବ। ବିଜେପିକୁ ସମର୍ଥନ କରିବା ପାଇଁ ଫେସବକୁ ସମସ୍ତ ପ୍ରକାରର ସହଯୋଗ କରୁଛି।

ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ରିପୋର୍ଟ ଅନୁସାରେ ୪୦ କୋଟି ଭାରତୀୟ ବ୍ୟବହାର କରୁଥିବା ହ୍ୱାଟ୍‌ସଆପକୁ ପରୋକ୍ଷଭାବେ ବିଜେପି ସରକାର ନିଜ ନିୟନ୍ତ୍ରଣରେ ରଖିଛି। ଏଥିପାଇଁ ଫେସବୁକ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛି। ତେଣୁ ଏହାର ତଦନ୍ତ ଜରୁରୀ ବୋଲି ସେ କହିଛନ୍ତି।

 

Related story