ଘୋଡ଼ା ବେପାର ଭୟ, ସଂଖ୍ୟାରେ ବିଜେପିକୁ ହରେଇବାକୁ ଅଣ୍ଚା ଭିଡ଼ିଲେ ବିରୋଧୀ

ମୁମ୍ୱାଇ: ମହାରାଷ୍ଟ୍ରରେ ଆଜି ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିଛି। ତେବେ ଅଜିତଙ୍କ ଏହି ସମର୍ଥନ ଏନସିପିର ନୁହେଁ ବୋଲି ଦଳ ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି। ଏହାପରେ ମହାରାଷ୍ଟ୍ରରେ ବିଜେପି କେମିତି ବହୁମତ ସାବ୍ୟସ୍ତ କରିବ ତାହା ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। କାରଣ ଏନସିପିର ୫୪ ବିଧାୟକକୁ ଅଜିତଙ୍କ ପାଖରେ ଏବେ ୯ ବିଧାୟକଙ୍କ ସମର୍ଥନ ଥିବା ଜଣାପଡ଼ିଛି। ଆଗାମୀ ଦିନରେ ବିଧାନସଭାରେ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ […]

udhav sharad (1)

Subhransu Sekhar
  • Published: Saturday, 23 November 2019
  • , Updated: 23 November 2019, 06:42 PM IST

ମୁମ୍ୱାଇ: ମହାରାଷ୍ଟ୍ରରେ ଆଜି ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିଛି। ତେବେ ଅଜିତଙ୍କ ଏହି ସମର୍ଥନ ଏନସିପିର ନୁହେଁ ବୋଲି ଦଳ ସୁପ୍ରିମୋ ଶରଦ ପାଓ୍ୱାର କହିଛନ୍ତି। ଏହାପରେ ମହାରାଷ୍ଟ୍ରରେ ବିଜେପି କେମିତି ବହୁମତ ସାବ୍ୟସ୍ତ କରିବ ତାହା ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। କାରଣ ଏନସିପିର ୫୪ ବିଧାୟକକୁ ଅଜିତଙ୍କ ପାଖରେ ଏବେ ୯ ବିଧାୟକଙ୍କ ସମର୍ଥନ ଥିବା ଜଣାପଡ଼ିଛି। ଆଗାମୀ ଦିନରେ ବିଧାନସଭାରେ ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ ହେବ। ସେତିକିବେଳେ ବିଜେପିକୁ ପରାସ୍ତ କରିବା ପାଇଁ ଅଣ୍ଚା ଭିଡିଛନ୍ତି ବିରୋଧୀ। ତେଣୁ ବିଜେପି ସମର୍ଥିତ ଏନସିପି ବିଧାୟକ, ଶିବସେନା ବିଧାୟକ ଏବଂ କଂଗ୍ରେସ ବିଧାୟକଙ୍କୁ ବିଭିନ୍ନ ହୋଟେଲକୁ ସ୍ଥାନାନ୍ତର କରାଯାଇଛି।

ବିଜେପି ପାଖରେ ୧୦୫ ବିଧାୟକ ଓ ଏନସିପିର ୯ ଏବଂ ନିର୍ଦ୍ଦଳୟ ବିଧାୟକଙ୍କ ସମର୍ଥନକୁ ମିଶାଇଲେ ଆବଶ୍ୟକ ବିଧାୟକଙ୍କ ସମର୍ଥନଠୁ ବହୁତ କମ୍ ରହିଛି। ତେଣୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ଆବଶ୍ୟକ ବିଧାୟକ ଯୋଗାଡ଼ କରିବା ପାଇଁ ବିଜେପି ଓ ଅଜିତ ପାଓ୍ୱାର ଘୋଡ଼ା ବେପାର କରିବାର ସମ୍ଭାବନା ରହିଛି। ତେଣେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଦମ୍ଭୋକ୍ତିର ସହ କହିଛନ୍ତି, ବିଜେପି ଆଗାମୀ ଦିନରେ ସ୍ଥାୟୀ ସରକାର ଦେବ।

ଘୋଡ଼ାବେପାର ଆଶଙ୍କା ଦେଖି ବିଜେପି ଏନିସିପିର ୯ ବିଧାୟକଙ୍କୁ ରିଲାଏନ୍ସ କମ୍ପାନୀର ଏକ ଚାଟାର୍ଡ ବିମାନ ଜରିଆରେ ଦିଲ୍ଲୀ ପଠାଇଛି। ପ୍ରଥମେ ଗୁଜରାଟ ପଠାଇବା ପାଇଁ ଯୋଜନା ଥିଲା ହେଲେ ପରବର୍ତ୍ତୀ ସମୟରେ ଦିଲ୍ଲୀକୁ ପଠାଯାଇଛି।

ସେହିପରି କଂଗ୍ରେସ ତା’ର ୪୪ ବିଧାୟକକୁ ମଧ୍ୟପ୍ରଦେଶର ଭୋପାଳକୁ ବିମାନ ଜରିଆରେ ପଠାଇବ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ରହିଛି। ତେଣୁ ବିଧାୟକକୁ କିଣାବିକା ପାଇଁ ବିଜେପି ପହଞ୍ଚି ପାରିବ ନାହିଁ ବୋଲି ବିଚାର କରିଛି କଂଗ୍ରେସ। ଦଳୀୟ ବିଧାୟକଙ୍କୁ ଏକ କରି ରଖିବା ପାଇଁ ଦିଗବିଜୟ ସିଂହଙ୍କୁ ଦଳ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

ଶିବସେନାର ୫୬ ବିଧାୟକଙ୍କ ମଧ୍ୟରୁ ୫୫ ବିଧାୟକଙ୍କୁ ନଭି ମୁମ୍ୱାଇର ଏକ ହୋଟେଲକୁ ଅଣାଯାଇଛି। ସମସ୍ତ ବିଧାୟକଙ୍କ ମୋବାଇଲ ଫୋନ୍ ଦଳ ପାଖରେ  ଜମା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦଳ ସୁପ୍ରିମୋ ଉଦ୍ଧବ ଠାକରେ ଏବଂ ବିଧାୟକ ପୁଅ ଆଦିତ୍ୟ ଠାକରେ ଦଳୀୟ ବିଧାୟକଙ୍କୁ ଭେଟିବା ପାଇଁ ହୋଟେଲର ଅଛନ୍ତି।

Related story