ନୂଆଦିଲ୍ଲୀ: କଂଗ୍ରେସ ଚଳିତ ନିର୍ବାଚନ ପାଇଁ ‘ଅବ୍ ହୋଗା ‘ନ୍ୟାୟ’ (ଏବେ ହେବ ନ୍ୟାୟ) ନାରା ରିଲିଜ କରିଛି। ଚଳିତ ସରକାରରେ ଅନ୍ୟାୟ ଚାଲିଛି ଦର୍ଶାଇ କଂଗ୍ରେସ ଏହି ନୂଆ ନାରା ‘ଅବ୍ ହୋଗା ନ୍ୟାୟ’ର ନାରା ଦେଇଛି। କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଏହି ସୂଚନା ଦେଇଛନ୍ତି।
LIVE: Shri @AnandSharmaINC launches Congress Party Lok Sabha 2019 Campaign. #AbHogaNYAY https://t.co/dNNy8I23i3
— Congress (@INCIndia) 7 April 2019
ଏକ ବଡ଼ ଟ୍ରକରେ ସ୍କ୍ରିନ ସଂଯୋଗ କରାଯାଇ ଦେଶର ପ୍ରମୁଖ ସ୍ଥାନରେ ଏହି ନାରା ପ୍ରଚାର କରିବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି।
କଂଗ୍ରେସର ଏହି ନିର୍ବାଚନୀ ନାରାକୁ ଜାଭେଦ ଅଖତର ଲେଖିଥିବାବେଳେ ଭିଡ଼ିଓ ଏଡ଼ିଟିଂ କରିଛନ୍ତି ନିଖିଲ ଆଡ଼ଭାନୀ।