ପୁଣି କଂଗ୍ରେସ ଉଠାଇଲା ରାଫେଲ୍‌ ଡିଲ୍‌ ପ୍ରସଙ୍ଗ: ବିତର୍କ ପାଇଁ ଆହ୍ୱାନ ଦେଲେ ଚିଦାମ୍ବରମ୍‌

କୋଲକାତା: ରାଫେଲ୍‌ ଯୁଦ୍ଧ ବିମାନ କିଣାକୁ ନେଇ ଶନିବାର ପୁଣି ମୋଦି ସରକାରଙ୍କ ଉପରେ ହମ୍‌ଲା କରିଛି ବିରୋଧୀ କଂଗ୍ରେସ୍। ଏହି ଡିଲ୍‌ ସମ୍ପର୍କରେ ସର୍ବସାଧାରଣରେ ବିତର୍କ ସହ ଉପଯୁକ୍ତ ତଦନ୍ତ ହେଉ ବୋଲି ଆଜି ଦଳ ପକ୍ଷରୁ ଦାବି କରାଯାଇଛି। ମୋଦି ସରକାରଙ୍କ ଏହି ଡିଲ୍‌ରେ ବ୍ୟାପକ ଅନିୟମିତତା ହେବା ସଙ୍ଗେସଙ୍ଗେ ବରିଷ୍ଠ ମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ବୁଝାମଣା କରାଯାଇଛି ବୋଲି ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ  ପି ଚିଦାମ୍ବରମ୍‌ ଅଭିଯୋଗ କରିଛନ୍ତି। […]

an

an

Hemant Lenka
  • Published: Saturday, 25 August 2018
  • Updated: 25 August 2018, 11:57 AM IST

Sports

Latest News

କୋଲକାତା: ରାଫେଲ୍‌ ଯୁଦ୍ଧ ବିମାନ କିଣାକୁ ନେଇ ଶନିବାର ପୁଣି ମୋଦି ସରକାରଙ୍କ ଉପରେ ହମ୍‌ଲା କରିଛି ବିରୋଧୀ କଂଗ୍ରେସ୍। ଏହି ଡିଲ୍‌ ସମ୍ପର୍କରେ ସର୍ବସାଧାରଣରେ ବିତର୍କ ସହ ଉପଯୁକ୍ତ ତଦନ୍ତ ହେଉ ବୋଲି ଆଜି ଦଳ ପକ୍ଷରୁ ଦାବି କରାଯାଇଛି।

ମୋଦି ସରକାରଙ୍କ ଏହି ଡିଲ୍‌ରେ ବ୍ୟାପକ ଅନିୟମିତତା ହେବା ସଙ୍ଗେସଙ୍ଗେ ବରିଷ୍ଠ ମନ୍ତ୍ରୀଙ୍କୁ ଅନ୍ଧାରରେ ରଖି ବୁଝାମଣା କରାଯାଇଛି ବୋଲି ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ  ପି ଚିଦାମ୍ବରମ୍‌ ଅଭିଯୋଗ କରିଛନ୍ତି।

କୋଲକାତାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚିଦାମ୍ବରମ୍‌ କହିଛନ୍ତି, ପୂର୍ବରୁ ରାଫେଲ୍‌ ଯୁଦ୍ଧ ବିମାନର ଦାମ ଯେତିକି ଥିଲା, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ଶାସନ କାଳରେ ତାହା ୩ ଗୁଣା ବୃଦ୍ଧି ପାଇଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ସର୍ବସାଧାରଣରେ ଏହା ଉପରେ ବିତର୍କ ହେବା ଦରକାର। ଏହାର ବିସ୍ତୃତ ଓ ନିରପେକ୍ଷ ତଦନ୍ତ ହେଲେ ଏହା ପଛରେ ଥିବା ରହସ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ଚିଦାମ୍ବରମ୍‌ କହିଛନ୍ତି,  ୟୁପିଏ ସରକାର ୧୨୬ଟି ରାଫେଲ୍‌ ଯୁଦ୍ଧ ବିମାନ କିଣିବାକୁ କଣ୍ଟ୍ରାକ୍ଟ କରିଥିଲେ। ଏଥି ମଧ୍ୟରୁ ୧୮ଟି ବିଦେଶରୁ ଆସିବାକୁ ଥିବା ବେଳେ ଅନ୍ୟ ୧୦୮ଟି ବେଙ୍ଗାଲୁରୁଠାରେ ଥିବା ହିନ୍ଦୁସ୍ତାନଏରୋନେଟିକ୍‌ସରେ ନିର୍ମାଣ କରାଯାଇଥାଆନ୍ତା। ଏଥିପାଇଁ କେବଳ ଆବଶ୍ୟକ ଯନ୍ତ୍ରପାତି ଫ୍ରାନ୍ସ କମ୍ପାନୀ ଦାସାଉଲ୍‌ଟ ଆଭିଏସନ୍‌ ଯୋଗାଇ ଦେଇଥାଆନ୍ତା।

ୟୁପିଏ ସରକାର ପ୍ରତିଟି ଯୁଦ୍ଧ ବିମାନକୁ ୫୨୬ କୋଟି ଟଙ୍କାରେ କିଣିବାକୁ ବୁଝାମଣା କରିଥିଲେ। ତେବେ ୧୮ଟି ବିମାନ ବଦଳରେ ସରକାର ୩୬ଟି ବିମାନ ବରାଦ କରିଥିଲେ, ଯାହାର ମୂଲ୍ୟ ୧୮,୯୪୦ କୋଟି ଥିଲା।

କିନ୍ତୁ ୨୦୧୪ ନିର୍ବାଚନରେ ୟୁପିଏ ସରକାର କ୍ଷମତାରୁ ହଟିବା ପରେ ଏନ୍‌ଡିଏ ସରକାର ଗଠନ କରିଥିଲା। ୨୦୧୫ ମସିହା ଏପ୍ରିଲ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଥିବା ବେଳେ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ ପାଇଁ ଚୁକ୍ତି ହୋଇଥିବା ଘୋଷଣା କରିଥିଲେ। ତେବେ ସେହି ସମୟରେ ବିମାନର ମୂଲ୍ୟ ଘୋଷଣା ହୋଇ ନଥିଲା।

ପରବର୍ତ୍ତୀ ଅବସ୍ଥାରେ ମୋଦି ସରକାର ୬୦,୧୪୫ କୋଟି ଟଙ୍କାରେ ଏହି ବିମାନ କିଣିବାକୁ ବୁଝାମଣା କରିଥିବା ଜଣାପଡ଼ିଛି।  ୟୁପିଏ ସରକାର ପ୍ରତିଟି ବିମାନ ୫୨୬ କୋଟି ଟଙ୍କାରେ କିଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ମୋଦି ସରକାର ଏହାକୁ ୧,୬୭୦ କୋଟିରେ କିଣିବେ ବୋଲି ବୁଝାମଣା କରିଥିବା ଚିଦାମ୍ବରମ୍‌ ଅଭିଯୋଗ କରିଛନ୍ତି।

ଯଦି ଏହା ସତ୍ୟ, ତା’ହେଲେ କ’ଣ ପାଇଁ ରାଫେଲ୍‌ ଯୁଦ୍ଧ ବିମାନର ମୂଲ୍ୟ ବୃଦ୍ଧି ହେଲା, ତା’ର ଉତ୍ତର ମୋଦି ସରକାର ଦେବା ଦରକାର ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos