ନୂଆଦିଲ୍ଲୀ: ଲକଡାଉନ୍ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରବାସୀ ଶ୍ରମିକଙ୍କୁ ରାସ୍ତାର ଭେଟି ତାଙ୍କ ସହ କଥା ହୋଇଛନ୍ତି। ହରିଆଣାରୁ ଚାଲିଚାଲି ଝାନସୀ ଅଭିମୁଖେ ଯାଉଥିବାବେଳେ ରାହୁଲ ଗାନ୍ଧୀ ସୁଖଦେବ ବିହାର ଫ୍ଲାଏ ଓଭରବ୍ରିଜ ନିକଟରେ ଭେଟିଥିଲେ ରାହୁଲ୍। ଏହାପରେ ରାହୁଲଙ୍କ ସମର୍ଥକମାନେ ତାଙ୍କ କାରରେ ପ୍ରବାସୀଙ୍କୁ ତାଙ୍କ ଘରକୁ ନେଇଯାଇଥିବା ସୂଚନା ରହିଛି।
https://twitter.com/ANI/status/1261648455283310594
ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ରାହୁଲ ଗାନ୍ଧୀଙ୍କୁ ଭେଟିଥିବା ପ୍ରବାସୀ ଶ୍ରମିକ ମାନଙ୍କୁ ପରେ ପୁଲିସ ଅଟକାଇ ଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ ପୁଲିସ ଅଭିଯୋଗକୁ ଖଣ୍ଡନ କରିଛି।
ଅନ୍ୟପଟେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଆରକେ ସିଂହ କହିଛନ୍ତି, ଫଟୋ ଉଠାଇ ନିଜର ପ୍ରଚାର କରିବା ପାଇଁ ରାହୁଲ ଗାନ୍ଧୀ ଏଭଳି କରିଛନ୍ତି। କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ପେଶାଲ ଟ୍ରେନ୍ ସହିତ ବସ ସେବା କରିଛନ୍ତି। ଏହାବାଦ ସେମାନଙ୍କ ଖାଇବା ପିଇବା ଓ ଜନଧନ ଆକାଉଣ୍ଟକୁ ପଇସା ପଠାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି
୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।
National
ପାଇଖାନା ସଫା କଲେ ଛାତ୍ରୀ, ନିଲମ୍ବିତ ହେଲେ ପ୍ରିନ୍ସିପାଲ
କେତେବେଳେ ସେମାନଙ୍କୁ ପାଇଖାନା ସଫା କରିବାକୁ କୁହାଯାଏ ତ ଆଉ କେତେ ବେଳେ ପାଣି ଦେବାକୁ କୁହାଯାଏ। ଅନେକ ସମୟରେ ପିଲାମାନେ ସ୍କୁଲ ପରିସରକୁ ମଧ୍ୟ ସଫା କରନ୍ତି।
Politics
ବଡ଼ ଭୁଲ: କପିଲ ମିଶ୍ରାଙ୍କୁ ଟିକେଟ ମିଳିବା ପରେ ଅସନ୍ତୋଷ ଝାଡ଼ିଲେ ବିଜେପି ବିଧାୟକ
ମୋହନ ସିଂହଙ୍କ ବଦଳରେ ୨୦୨୫ ବିଧାନସଭା ନିର୍ବାଚନରେ କରୱାଲ ନଗର ଆସନରୁ କପିଲ ମିଶ୍ରା ବିଜେପି ଟିକେଟରେ ଲଢ଼ିବେ। ଦଳର ଏପରି ପଦକ୍ଷେପକୁ ବଡ଼ ତ୍ରୁଟି ବୋଲି ମୋହନ ସିଂହ କହିଛନ୍ତି।
Politics
କଂଗ୍ରେସର ବଡ଼ ପ୍ରତିଶ୍ରୁତି: ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା
ଯଦି କଂଗ୍ରେସ ୧୫ ବର୍ଷର ବନବାସ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବ, ତା’ହେଲେ ସମସ୍ତ ଶିକ୍ଷିତ ବେକାରଙ୍କୁ ମିଳିବ ୮,୫୦୦ ଟଙ୍କା।
National
ମହାୟୁତିରେ ଫାଟ! ଦିଲ୍ଲୀରେ ଏକା ଲଢ଼ିବ ଏନ୍ସିପି
ଆସନ୍ତା ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।