ଉପନିର୍ବାଚନରେ ନିରାଶ ହେବା ପରେ ଇଭିଏମକୁ ଦାୟୀ କଲା କଂଗ୍ରେସ

ନୂଆଦିଲ୍ଲୀ: ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ  କଂଗ୍ରେସ ଭୋଟ୍ ଗଣତି ପୂର୍ବରୁ ଫଳାଫଳକୁ ନେଇ ବେଶ୍ ଉତ୍ସାହିତ ଥିଲା। ହେଲେ ଏବେର ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସକୁ ନିରାଶ ହେବାକୁ ହେବ। ତେବେ ପରାଜୟ ପଛର କାରଣ ଇଭିଏମକୁ ଦାୟୀ କରିଛି କଂଗ୍ରେସ। ଯାହାକୁ ଉଭୟ ୨୦୧୪, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରସଙ୍ଗ କରିଥିଲା। ମଧ୍ୟପ୍ରଦେଶରେ ବିଜେପି ଆଗରେ ରହିବା ପରେ ଇଭିଏମ୍ ଟାମ୍ପରିଂ ପ୍ରସଙ୍ଗ କଂଗ୍ରେସ ଉଠାଇଛି। ଦଳର ଭେଟେରାନ ନେତା ଦିଗବିଜୟ ସିଂ କହିଛନ୍ତି […]

digvijaya

Subhransu Sekhar
  • Published: Tuesday, 10 November 2020
  • , Updated: 10 November 2020, 05:22 PM IST

ନୂଆଦିଲ୍ଲୀ: ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ  କଂଗ୍ରେସ ଭୋଟ୍ ଗଣତି ପୂର୍ବରୁ ଫଳାଫଳକୁ ନେଇ ବେଶ୍ ଉତ୍ସାହିତ ଥିଲା। ହେଲେ ଏବେର ଟ୍ରେଣ୍ଡ ଅନୁଯାୟୀ କଂଗ୍ରେସକୁ ନିରାଶ ହେବାକୁ ହେବ। ତେବେ ପରାଜୟ ପଛର କାରଣ ଇଭିଏମକୁ ଦାୟୀ କରିଛି କଂଗ୍ରେସ। ଯାହାକୁ ଉଭୟ ୨୦୧୪, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରସଙ୍ଗ କରିଥିଲା।

ମଧ୍ୟପ୍ରଦେଶରେ ବିଜେପି ଆଗରେ ରହିବା ପରେ ଇଭିଏମ୍ ଟାମ୍ପରିଂ ପ୍ରସଙ୍ଗ କଂଗ୍ରେସ ଉଠାଇଛି। ଦଳର ଭେଟେରାନ ନେତା ଦିଗବିଜୟ ସିଂ କହିଛନ୍ତି ଯେ ପରାଜୟର ସମୀକ୍ଷା ପାଇଁ ବୁଧବାର ଏକ ବୈଠକ ଡକାଯିବ। ଇଭିଏମ୍ ଯେ ଟାମ୍ପରିଂ ହୋଇପାରିବ ନାହିଁ, ତାହା ନୁହେଁ। ଏପରି ଆସନ କିଛି ଅଛି ଯେଉଁଥିରୁ କଂଗ୍ରେସ ହାରିବା ସମ୍ଭାବନା ନଥିଲା, କିନ୍ତୁ ଦଳ ହଜାରେ ଭୋଟ ବ୍ୟବଧାନରେ ହାରିଛି। ତେବେ ରାଜ୍ୟର ଅନ୍ୟତମ କଂଗ୍ରେସ ନେତା କମଲନାଥ ଜନାଦେଶକୁ ସ୍ୱାଗତ କରିଛନ୍ତି।

ଦିଗବିଜୟଙ୍କ ଅଭିଯୋଗର ଜବାବ ଦେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି, ଇଭିଏମ୍ ଟାମ୍ପରିଂ ସମ୍ପର୍କରେ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ମତକୁ ନେଇ ସେ କହିଛନ୍ତି, ଗତଥର କଂଗ୍ରେସ ନିର୍ବାଚନରେ ​​୧୧୪ଟି ଆସନ ଜିତିଥିଲା, ସେତେବେଳେ ଇଭିଏମ୍ ପ୍ରସଙ୍ଗ ନଥିଲା। ଦିଗବିଜୟ କେବେ ସତ୍ୟକୁ ଗ୍ରହଣ କରନ୍ତି ନାହିଁ। ସେ କେବଳ ଦଳର ପରାଜୟର ବାହାନା କରନ୍ତି ବୋଲି ଶିବରାଜ କହିଛନ୍ତି।

ସେହିପରି ବିହାରରେ ଚୂଡ଼ାନ୍ତ ଫଳଫଳ ପ୍ରକାଶ ପାଇବା ପୂର୍ବରୁ ମହାମେଣ୍ଟ ନେତାଙ୍କ ସ୍ୱର ବଦଳିବା ଆରମ୍ଭ କରିଛି। ବିଜୟୀ ହେବା ନେଇ କୌଣସି ଆଶା ପ୍ରକାଶ ନକରି ଇଭିଏମରେ ତ୍ରୁଟି ଥିବା ଅଭିଯୋଗ ଆଣିଛନ୍ତି। କଂଗ୍ରେସର ବରିଷ୍ଠ ନେତା ଡକ୍ଟର ଉଦିତ ରାଜ ଟ୍ୱିଟ୍ କରି କହିଛନ୍ତି, ଇଭିଏମ୍ କାହିଁକି ହ୍ୟାକ ହୋଇନପାରିବ।

ଯେତେବେଳେ ମଙ୍ଗଳ ଏବଂ ଚନ୍ଦ୍ରକୁ ପୃଥିବୀ ନିୟନ୍ତ୍ରଣ କରିପାରୁଛି ସେତେବେଳେ ଇଭିଏମ୍ କାହିଁକି ହ୍ୟାକ୍ ହୋଇପାରିବ ନାହିଁ? ବୋଲି ଉଦିତ୍ କହିଛନ୍ତି। ଯଦି ଆମେରିକାରେ ଇଭିଏମ୍ ସହିତ ନିର୍ବାଚନ ହୋଇଥାନ୍ତା, ତେବେ ଟ୍ରମ୍ପ ହାରିଥାନ୍ତେ କି? ବୋଲି ସେ ପ୍ରଶ୍ନ କରିଛନ୍ତି।

Related story