ମନ୍ତ୍ରୀ ପଦ ମିଳିଲାନି, ଦଳ ଓ ପଦବୀରୁ ଇସ୍ତଫା ଦେବେ କହିଲେ କଂଗ୍ରେସ ବିଧାୟକ

ମୁମ୍ୱାଇ: ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ମେଣ୍ଟ ସରକାରରେ ଅସନ୍ତୋଷ ପଦାକୁ ଆସିଛି। ମନ୍ତ୍ରୀ ପଦକୁ ନେଇ ଶିବସେନା-ଏନସିପି-କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଦ୍ରୋହର ଗୁଞ୍ଜରଣ ସୃଷ୍ଟି ହୋଇଛି। ଆଜି ଶିବସେନାର ଔରାଙ୍ଗାବାଦ ବିଧାୟକ ଅବଦୁଲ ସତ୍ତାର ମନ୍ତ୍ରି ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଆଜି କଂଗ୍ରେସ ବିଧାୟକ କୈଳାଶ ଗାରନତ୍ୟାଲ ମନ୍ତ୍ରୀ ନକରାଇଲେ ବିଧାୟକ ପଦବୀ ସହିତ ଦଳରୁ ଇସ୍ତଫା ଦେବେ ବୋଲି ଚେତବାନୀ ଦେଇଛନ୍ତି। ଶନିବାର ଜିଲ୍ଲା କଂଗ୍ରେସ କମିଟିରେ ନିଜ […]

maha congress mla

Subhransu Sekhar
  • Published: Saturday, 04 January 2020
  • , Updated: 04 January 2020, 06:54 PM IST

ମୁମ୍ୱାଇ: ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ମେଣ୍ଟ ସରକାରରେ ଅସନ୍ତୋଷ ପଦାକୁ ଆସିଛି। ମନ୍ତ୍ରୀ ପଦକୁ ନେଇ ଶିବସେନା-ଏନସିପି-କଂଗ୍ରେସ ବିଧାୟକଙ୍କ ମଧ୍ୟରେ ବିଦ୍ରୋହର ଗୁଞ୍ଜରଣ ସୃଷ୍ଟି ହୋଇଛି। ଆଜି ଶିବସେନାର ଔରାଙ୍ଗାବାଦ ବିଧାୟକ ଅବଦୁଲ ସତ୍ତାର ମନ୍ତ୍ରି ମଣ୍ଡଳରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପଟେ ଆଜି କଂଗ୍ରେସ ବିଧାୟକ କୈଳାଶ ଗାରନତ୍ୟାଲ ମନ୍ତ୍ରୀ ନକରାଇଲେ ବିଧାୟକ ପଦବୀ ସହିତ ଦଳରୁ ଇସ୍ତଫା ଦେବେ ବୋଲି ଚେତବାନୀ ଦେଇଛନ୍ତି। ଶନିବାର ଜିଲ୍ଲା କଂଗ୍ରେସ କମିଟିରେ ନିଜ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କୈଳାଶ ଶିବସେନା ବିଧାୟକ ଅର୍ଜୁନ କୋଟକରଙ୍କୁ ନିର୍ବାଚନରେ ପରାସ୍ତ କରି ବିଧାୟକ ହୋଇଛନ୍ତି।

Related story