ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବାକୁ କଂଗ୍ରେସର ପ୍ରସ୍ତୁତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ଗତକାଲି କେନ୍ଦ୍ର ନିର୍ବାଚନ କମିଶନ ଉତ୍ତର ପ୍ରଦେଶର ଗୋଟିଏ ଏବଂ ରାଜସ୍ଥାନର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି। ଏହାପରେ ରାଜସ୍ଥାନରୁ ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବା ପାଇଁ କଂଗ୍ରେସ ଚିନ୍ତା କରୁଥିବା ଜଣାପଡ଼ିଛି। ରାଜସ୍ଥାନରେ ଗତ ଜୁନରେ ବିଜେପିର ଦିବଂଗତ ସାଂସଦ ମଦନ ଲାଲ୍ ସାଇନିଙ୍କର ଦେହାନ୍ତ ହେବା ପରେ ଏହି ଆସନଟି […]

Manmohan-Singh-final

Subhransu Sekhar
  • Published: Friday, 02 August 2019
  • , Updated: 02 August 2019, 01:09 PM IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି। ଗତକାଲି କେନ୍ଦ୍ର ନିର୍ବାଚନ କମିଶନ ଉତ୍ତର ପ୍ରଦେଶର ଗୋଟିଏ ଏବଂ ରାଜସ୍ଥାନର ଗୋଟିଏ ରାଜ୍ୟସଭା ଆସନରେ ଉପନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି। ଏହାପରେ ରାଜସ୍ଥାନରୁ ମନମୋହନ ସିଂହଙ୍କୁ ରାଜ୍ୟସଭା ପଠାଇବା ପାଇଁ କଂଗ୍ରେସ ଚିନ୍ତା କରୁଥିବା ଜଣାପଡ଼ିଛି। ରାଜସ୍ଥାନରେ ଗତ ଜୁନରେ ବିଜେପିର ଦିବଂଗତ ସାଂସଦ ମଦନ ଲାଲ୍ ସାଇନିଙ୍କର ଦେହାନ୍ତ ହେବା ପରେ ଏହି ଆସନଟି ଖାଲି ପଡ଼ିଛି।

ନିର୍ବାଚନକୁ ନେଇ ବିଧିବଦ୍ଧ ଭାବରେ ନିର୍ବାଚନ କମିଶନ ୭ ଅଗଷ୍ଟରେ ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଜଣାପଡ଼ିଛି। ନାମାଙ୍କନ ଦାଖଲର ଅନ୍ତିମ ତାରିଖ ୧୪ ଅଗଷ୍ଟ ଥିବା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୧୯ ତାରିଖ ଥିବା ବେଳେ ଅଗଷ୍ଟ ୨୬ରେ ଭୋଟିଂ ହେବ ବୋଲି ଜଣାପଡ଼ିଛି।

ମନମୋହନ ସିଂହଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବା ପାଇଁ ଚିନ୍ତା କରୁଛି କଂଗ୍ରେସ। କାରଣ ରାଜସ୍ଥାନରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ବିଜେପି ତୁଳନାରେ ଅଧିକ ରହିଛି। ତେଣୁ ମନମୋହନ ସିଂହ ରାଜ୍ୟସଭାକୁ ପଠାଇବାରେ ଦଳକୁ ସେମିତି ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ିବ ନାହିଁ। ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି ତାହେଲେ ତାଙ୍କ କାର୍ଯ୍ୟକାଳ ୩, ଏପ୍ରିଲ ୨୦୨୪ରେ ଶେଷ ହେବ।

ରାଜସ୍ଥାନରୁ ମୋଟ ୧୦ ଜଣ ସାଂସଦ ରାଜ୍ୟସଭାକୁ ନିର୍ବାଚିତ ହୋଇପାରିବେ। ଏବେ ରାଜ୍ୟସଭାରେ ୯ ଜଣ ବିଜେପି ସାଂସଦ ରାଜ୍ୟର ପ୍ରତିନିଧିତ୍ୱ କରୁଛନ୍ତି। ଯଦି ମନମୋହନ ସିଂହ ନିର୍ବାଚିତ ହୁଅନ୍ତି ତାହେଲେ ସେ ରାଜ୍ୟସଭାରେ ରାଜସ୍ଥାନରୁ ଏକମାତ୍ର କଂଗ୍ରେସ ସାଂସଦ ହେବେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ୍ ୧୪ ତାରିଖରେ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଗତଥର ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଆସାମରେ କଂଗ୍ରେସର ସ୍ଥିତି ଭଲ ନଥିବାରୁ ସେ ଆଉଥରେ ରାଜ୍ୟସଭାକୁ ନିର୍ବାଚିତ ହେବା ସମ୍ଭବ ହୋଇନଥିଲା। ଉଲ୍ଲେଖଯୋଗ୍ୟ, ମନମୋହନ ସିଂହ ୧୯୯୧ରୁ ଲଗାତାର ୫ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସୁଥିଲେ।

Related story