କଂଗ୍ରେସକୁ ଅଡୁଆରେ ପକାଇଦେଲେ ଯୋଗୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କଂଗ୍ରେସ ଏବେ ନିଜ ଜାଲରେ ଫସିଯାଉଥିବା ଦେଖିବାକୁ ମିଳିଛି। ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ଯୋଗୀ ସରକାରଙ୍କୁ ୧୦୦୦ଟି ବସର ଅନୁମତି ମାଗିଥିଲେ ପ୍ରିୟଙ୍କା ଗାନ୍ଧୀ। ଯୋଗୀ ସରକାର କଂଗ୍ରେସର ଏହି ଅନୁମତିକୁ ଗ୍ରୀନ ସିଗନାଲ ଦେବା ପରେ ବସ ବାବଦରେ ତଥ୍ୟ ଦେବାକୁ ଶାସନ ସଚିବ ଅବୀନାଶ ଅଓ୍ୱସ୍ଥୀ କହିଥିଲେ। ଏବେ ୧୦୦୦ଟି ବସ ବାବଦରେ ତଥ୍ୟ ଦେଇପାରିନି କଂଗ୍ରେସ। ଅଧିକ ସମୟର ଆବଶ୍ୟକତା ରହିଛି ବୋଲି ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ […]

Priyanka Gandhi

Priyanka Gandhi

Subhransu Sekhar
  • Published: Tuesday, 19 May 2020
  • Updated: 19 May 2020, 01:27 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ କଂଗ୍ରେସ ଏବେ ନିଜ ଜାଲରେ ଫସିଯାଉଥିବା ଦେଖିବାକୁ ମିଳିଛି। ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ଯୋଗୀ ସରକାରଙ୍କୁ ୧୦୦୦ଟି ବସର ଅନୁମତି ମାଗିଥିଲେ ପ୍ରିୟଙ୍କା ଗାନ୍ଧୀ। ଯୋଗୀ ସରକାର କଂଗ୍ରେସର ଏହି ଅନୁମତିକୁ ଗ୍ରୀନ ସିଗନାଲ ଦେବା ପରେ ବସ ବାବଦରେ ତଥ୍ୟ ଦେବାକୁ ଶାସନ ସଚିବ ଅବୀନାଶ ଅଓ୍ୱସ୍ଥୀ କହିଥିଲେ।

ଏବେ ୧୦୦୦ଟି ବସ ବାବଦରେ ତଥ୍ୟ ଦେଇପାରିନି କଂଗ୍ରେସ। ଅଧିକ ସମୟର ଆବଶ୍ୟକତା ରହିଛି ବୋଲି ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ସନ୍ଦୀପ ସିଂହ କହିଛନ୍ତି। ଏଥିପାଇଁ ସଂଧ୍ୟା ୫ଟା ଯାଏ ସମୟ ମାଗିଛନ୍ତି। ଆଜି ଅପରାହ୍ନ ସୁଦ୍ଧା ଗୌତମ ବୁଦ୍ଧ ନଗର ଏବଂ ଗାଜିଆବାଦରେ ୫୦୦ଟି ବସ୍ ଛିଡ଼ା କରିବାକୁ ଶାସନ ସଚିବ କହିଥିଲେ। ଏହା କରିବାରେ କଂଗ୍ରେସ ବିଫଳ ହୋଇଛି। ବସ ଗୁଡ଼ିକ ରାଜସ୍ଥାନରୁ ଆସୁଥବାରୁ ବିଳମ୍ୱ ହେଉଛି ବୋଲି ସନ୍ଦୀପ ସିଂହ ଚିଠି ଜରିଆରେ ଶାସନ ସଚିବଙ୍କୁ ଜଣାଇଛନ୍ତି।

ସୂଚନାଯୋଗ୍ୟ, ୧୬ ତାରିଖରେ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ଘର ପହଞ୍ଚାଇବା ପାଇଁ ୧୦୦୦ଟି ବସକୁ ଚଳାଇବା ପାଇଁ ଅନୁମତି ମାଗିଥିଲେ ପ୍ରୟିଙ୍କା ଗାନ୍ଧୀ। ଏହି ବସ ଭଡ଼ା କଂଗ୍ରେସ ଦେବ। ସମସ୍ତ ବସ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ। ଏହାପରେ ବିଳମ୍ୱ ହେବାରୁ ଯୋଗୀ ସରକାର ରାଜନୀତି କରୁଛନ୍ତି ବୋଲି ପ୍ରିୟଙ୍କା ଅଭିଯୋଗ ଆଣିଥିଲେ। ହେଲେ ସୋମବାର ଯୋଗୀ ସରକାର ପ୍ରିୟଙ୍କାଙ୍କ ଅନୁରୋଧ ରକ୍ଷା କରି ବସ ଚଳାଇବାକୁ ଅନୁମତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos