ନାନା ପଟୋଲେ ହେଲେ ମହାରାଷ୍ଟ୍ରର ବାଚସ୍ପତି

ବାଚସ୍ପତି ନିର୍ବାଚନରୁ ଓହରିଲା ବିଜେପି ‘ସହଯୋଗୀ ଦଳର ଅନୁରୋଧ କ୍ରମେ ବାଚସ୍ପତି ନିର୍ବାଚନରୁ ଓହରିଛି ବିଜେପି’ ‘ବାଚସ୍ପତି ପଦବୀର ମର୍ଯ୍ୟାଦାକୁ ନଜରରେ ରଖି ନିର୍ବାଚନରୁ ଓହରିବାକୁ ବିଜେପିକୁ ପରାମର୍ଶ ଦିଆଯାଇଥିଲା’ ମୁମ୍ୱାଇ: କଂଗ୍ରେସ ବିଧାୟକ ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋରଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଥମେ ଘୋଷଣା କରିଥିଲା। ହେଲେ ଏବେ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିବା ପରେ ନାନା […]

NANA PATOLE (1)

NANA PATOLE (1)

Subhransu Sekhar
  • Published: Sunday, 01 December 2019
  • Updated: 02 December 2019, 10:13 AM IST
  • ବାଚସ୍ପତି ନିର୍ବାଚନରୁ ଓହରିଲା ବିଜେପି
  • 'ସହଯୋଗୀ ଦଳର ଅନୁରୋଧ କ୍ରମେ ବାଚସ୍ପତି ନିର୍ବାଚନରୁ ଓହରିଛି ବିଜେପି'
  • 'ବାଚସ୍ପତି ପଦବୀର ମର୍ଯ୍ୟାଦାକୁ ନଜରରେ ରଖି ନିର୍ବାଚନରୁ ଓହରିବାକୁ ବିଜେପିକୁ ପରାମର୍ଶ ଦିଆଯାଇଥିଲା'

ମୁମ୍ୱାଇ: କଂଗ୍ରେସ ବିଧାୟକ ନାନା ପଟୋଲେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ହୋଇଛନ୍ତି। ବିରୋଧୀ ବିଜେପି ବାଚସ୍ପତି ପ୍ରାର୍ଥୀ ପାଇଁ ବିଧାୟକ କିସନ କଠୋରଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଥମେ ଘୋଷଣା କରିଥିଲା। ହେଲେ ଏବେ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିବା ପରେ ନାନା ପଟୋଲେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ନାନା ପଟୋଲେ ହେଉଛନ୍ତି ପୂର୍ବତନ ବିଜେପି ସାଂସଦ। ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ତାନାଶାହି (ସ୍ୱେଚ୍ଛାଚାରୀ)  କହିଥିଲେ। ଏହାପରେ ଉଭୟ ଦଳ ଏବଂ ସାଂସଦ ପଦବୀରୁ ସେ ଇସ୍ତଫା ଦେଇଥିଲେ। ପରେ କଂଗ୍ରେସରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, 'ପଟୋଲେ ଚାଷୀ ପରିବାରରୁ ଆସିଛନ୍ତି। ବିଧାନସଭାରେ ସେ ସମସ୍ତଙ୍କ ସହ ନ୍ୟାୟ କରିବେ ବୋଲି ମୋର ଆଶା ରହିଛି'।

ବିଜେପି କହିଛି ବାଚସ୍ପତି ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ହୋଇଥିଲା। ଏହି ବୈଠକରେ ଅନ୍ୟ ଦଳର ଅନୁରୋଧ କ୍ରମେ ବାଚସ୍ପତି ନିର୍ବାଚନ ନିର୍ଦ୍ୱନ୍ଦରେ ହେବା ଉଚିତ ବୋଲି ନିଷ୍ପତ୍ତି ନିଆଯାଇଥି୍ଲା। ତେଣୁ ବିଜେପି ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି।

ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଆମ ଦଳ କିସାନ କଠୋରେଙ୍କୁ ବାଚସ୍ପତି ପଦବୀ ପାଇଁ ନିଷ୍ପତ୍ତି ନେଇଥିଲା। କିନ୍ତୁ ସେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିପରି ଏନସିପି ବିଧାୟକ ଛଗନ ଭୁଜବଲ କହିଛନ୍ତି, ବିରୋଧୀ ଦଳ ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଏବଂ ବାଚସ୍ପତି ପଦବୀର ମର୍ଯ୍ୟାଦାକୁ ନଜରରେ ରଖି ବିରୋଧୀ ପ୍ରାର୍ଥୀ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

ବାଚସ୍ପତି ନିର୍ବାଚନ ପରେ ଉଦ୍ଧବ ସରକାରଙ୍କ କ୍ୟାବିନେଟ ଉପରେ ନଜର ରହିବ। ଡିସେମ୍ୱର ପ୍ରଥମ ସପ୍ତାହରେ ଏହି ମୁଖ୍ୟମନ୍ତ୍ରୀ କ୍ୟାବିନେଟ ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି। କ୍ୟାବିନେଟ ମନ୍ତ୍ରୀ ଭାବରେ ୧୪ ଜଣ ଶପଥ ନେଇପାରନ୍ତି ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ଉଦ୍ଧବଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ, ଏନସିପିର ୧୫ ଏବଂ କଂଗ୍ରେସର ୧୨ ଜଣ ମନ୍ତ୍ରି ରହିବେ ବୋଲି ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story