ବିକାଶ ଦୁବେ ଏନକାଉଣ୍ଟରରେ ସାମିଲ ଥିବା କନଷ୍ଟେବଲଙ୍କୁ କରୋନା

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଏନକାଉଣ୍ଟର କରିଥିବା ଉତ୍ତର ପ୍ରଦେଶ ପୁଲିସ୍‌ ଟିମର ଜଣେ କନେଷ୍ଟବଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ମଧ୍ୟପ୍ରଦେଶର ଉଜୈନରୁ ବିକାଶକୁ ଗିରଫ କରାଯାଇଥଲା। ଏହାପରେ ଅର୍ଥାତ ଶନିବାର ସକାଳେ ତାକୁ କାନପୁର ଅଣା ଯାଉଥିବା ବେଳେ ବାରା ନିକଟରେ ଏନକାଉଣ୍ଟର କରାଯାଇଥିଲା। ଏହି କନେଷ୍ଟବଲ ଜଣଙ୍କ ବିକାଶକୁ ଉଜୈନରୁ କାନପୁରକୁ ଆଣିବା ଟିମରେ ସାମିଲ ଥିଲେ। ବିକାଶକୁ […]

v

Hemant Lenka
  • Published: Monday, 13 July 2020
  • , Updated: 13 July 2020, 01:16 PM IST

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଏନକାଉଣ୍ଟର କରିଥିବା ଉତ୍ତର ପ୍ରଦେଶ ପୁଲିସ୍‌ ଟିମର ଜଣେ କନେଷ୍ଟବଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଶୁକ୍ରବାର ମଧ୍ୟପ୍ରଦେଶର ଉଜୈନରୁ ବିକାଶକୁ ଗିରଫ କରାଯାଇଥଲା। ଏହାପରେ ଅର୍ଥାତ ଶନିବାର ସକାଳେ ତାକୁ କାନପୁର ଅଣା ଯାଉଥିବା ବେଳେ ବାରା ନିକଟରେ ଏନକାଉଣ୍ଟର କରାଯାଇଥିଲା।

ଏହି କନେଷ୍ଟବଲ ଜଣଙ୍କ ବିକାଶକୁ ଉଜୈନରୁ କାନପୁରକୁ ଆଣିବା ଟିମରେ ସାମିଲ ଥିଲେ। ବିକାଶକୁ ଏନକାଉଣ୍ଟର କରିବା ବେଳେ ସେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଚିକିତ୍ସା ବେଳେ ତାଙ୍କ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ଦେଖାଯିବାରୁ ସ୍ୱାବ ପରୀକ୍ଷା କରାଯାଇଥିଲା। ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି।

ସମ୍ପୃକ୍ତ କନେଷ୍ଟବଲଙ୍କ ସହ ଥିବା ଅନ୍ୟ ଚାରିଜଣ ସଦସ୍ୟଙ୍କର ରିପୋର୍ଟ କିନ୍ତୁ ନେଗେଟିଭ ଆସିଛି। ବିକାଶର ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ତା’ର ସ୍ୱାବ ରଖାଯାଇଥିଲା। ଏବେ ଏହାର ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି।

କନଷ୍ଟେବଲ ଜଣଙ୍କ ଯେଉଁ ୱାର୍ଡରେ ଥିଲେ ସେଠାକୁ ଆସିଥିବା ଲୋକମାନେ ନିଜ ଆଡ଼ୁ କରୋନା ପରୀକ୍ଷା ପାଇଁ ଆସିବା ଦରକାର ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Related story