Advertisment

୭୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ମାମଲା ଲଗାତର କମିବାରେ ଲାଗିଛି। ପଜିଟିଭ୍ ସହ ରିକଭରୀ ବା ସୁସ୍ଥ ହାର ମଧ୍ୟ ଉନ୍ନତ ହେଉଛି। ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୩୫୦୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି ଏବଂ ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୩୯,୩୮୯ରେ ପହଞ୍ଚିଛି। ଦିନକ ଭିତରେ ଦେଶରେ ୭୩୦ ଜଣ ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏଥିସହ ୧୧୦୫୮୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ […]

ଅଦ୍ୟତନ ହୋଇଛି
୭୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

covid

Advertisment

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ମାମଲା ଲଗାତର କମିବାରେ ଲାଗିଛି। ପଜିଟିଭ୍ ସହ ରିକଭରୀ ବା ସୁସ୍ଥ ହାର ମଧ୍ୟ ଉନ୍ନତ ହେଉଛି। ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୩୫୦୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛି ଏବଂ ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୩୯,୩୮୯ରେ ପହଞ୍ଚିଛି। ଦିନକ ଭିତରେ ଦେଶରେ ୭୩୦ ଜଣ ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏଥିସହ ୧୧୦୫୮୬ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Advertisment

ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪,୬୩୨ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଦେଶରେ ଏପର୍ଯ୍ୟନ୍ତ ୬୩,୦୧,୯୨୭ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଦେଶରେ କରୋନାଭାଇରସ୍ ରିକଭରୀ ରେଟ୍ ଏବେ ୮୭.୦୫ ପ୍ରତିଶତ ହୋଇଛି।

କରୋନା ନୂଆ ମାମଲାରେ ହ୍ରାସ ପାଇଥିବା ବେଳେ ସୁସ୍ଥ ସଂଖ୍ୟାରେ ବୃଦ୍ଧି ପାଇଛି। ଏପରିକି ଦେଶରେ ଆକ୍ଟିଭ୍ ମାମଲା ମଧ୍ୟ ଲଗାତର କମୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ କରୋନା ଆକ୍ଟିଭ୍ ମାମଲାରେ ୧୧୮୫୩ ହ୍ରାସ ପାଇଛି ଏବଂ ଏବେ ଦେଶରେ ୮୬୬୮୭୬ ଆକ୍ଟିଭ୍ ମାମଲା ରହିଛି।

Advertisment

କରୋନା ରୋଗୀଙ୍କ ଚିହ୍ନଟ ପାଇଁ ସାରା ଦେଶରେ ଲଗାତର ଟେଷ୍ଟିଂ ହେଉଛି। ମଙ୍ଗଳବାର ଦେଶରେ ୧୧.୪୫ ଲକ୍ଷରୁ ଅଧିକ ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାସହ ଭାରତରେ କରୋନା ଟେଷ୍ଟିଂ ସଂଖ୍ୟା ଏବେ ବୃଦ୍ଧି ପାଇ ୯ କୋଟି ଅତିକ୍ରମ କରିଛି। ଆମେରିକା ପରେ ୨ୟ ଦେଶ ଭାବେ ଭାରତରେ ସର୍ବାଧିକ କରୋନା ଟେଷ୍ଟ କରାଯାଉଛି। ତେବେ ସୁସ୍ଥ ମାମଲାରେ ଭାରତ ଏବେ ଦୁନିଆର ଏକ ନମ୍ବର ଦେଶ ହୋଇଛି। ଭାରତରେ ପ୍ରତିଦିନ ୭୦ହଜାରରୁ ଅଧିକ ଲୋକେ କରୋନାରୁ ସୁସ୍ଥ ହେଉଛନ୍ତି।

ଅଧିକ ପଢନ୍ତୁ : ଭଲ ଖବର! କରୋନା ଟିକା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe