ସୋମବାରଠୁ ଘରୋଇ ବିମାନ ସେବା, କେଉଁ ରାଜ୍ୟରେ କ’ଣ ସ୍ଥିତି?

ନୂଆଦିଲ୍ଲୀ: ସୋମବାର ପାଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିମାନ ଯାତ୍ରା ବେଳେ ଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କରିଛି। ମାସ୍କ ପିନ୍ଧିବା ସହିତ ଅନ୍ୟ ଯାତ୍ରୀଙ୍କ ସହ ଶାରୀରିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଏଥିସହିତ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ କୁହାଯାଇଛି। ତେବେ ଘରୋଇ ବିମାନ ସେବାକୁ ନେଇ ଅନେକ ରାଜ୍ୟ ରାଜି ହୋଇ ନାହାନ୍ତି। ଏବେ ଜାଣି […]

biju pattnaiak air port

Subhransu Sekhar
  • Published: Sunday, 24 May 2020
  • , Updated: 24 May 2020, 09:48 PM IST

ନୂଆଦିଲ୍ଲୀ: ସୋମବାର ପାଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିମାନ ଯାତ୍ରା ବେଳେ ଯାତ୍ରୀଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କରିଛି। ମାସ୍କ ପିନ୍ଧିବା ସହିତ ଅନ୍ୟ ଯାତ୍ରୀଙ୍କ ସହ ଶାରୀରିକ ଦୂରତା ରକ୍ଷା କରିବାକୁ କୁହାଯାଇଛି। ଏଥିସହିତ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବାକୁ କୁହାଯାଇଛି। ତେବେ ଘରୋଇ ବିମାନ ସେବାକୁ ନେଇ ଅନେକ ରାଜ୍ୟ ରାଜି ହୋଇ ନାହାନ୍ତି। ଏବେ ଜାଣି ରଖନ୍ତୁ ଘରୋଇ ବିମାନ ସେବା ନେଇ କେଉଁ ରାଜ୍ୟ କ’ଣ କହୁଛି?

ଓଡ଼ିଶା

ରାଜ୍ୟ ସରକାର ଘରୋଇ ବିମାନ ସେବାକୁ ଅନୁମତି ଦେଇଛନ୍ତି। ପ୍ରଥମ ବିମାନ ୮ଟା ୧୦ରୁ ହାଇଦ୍ରାବାଦ ଯିବା ପାଇଁ ରହିଛି ବୋଲି ଜଣାପଡ଼ିଛି। ମୋଟ୍ ୨୦ଟି ବିମାନକୁ ସରକାର ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

ଦିଲ୍ଲୀ

ଦୁଇ ମାସ ପରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଘରୋଇ ବିମାନ ସେବାକୁ ଦିଲ୍ଲୀ ସରକାର ଗ୍ରୀନ ସିଗନାଲ ଦେଇଛନ୍ତି। ଯେଉଁମାନେ ଦିଲ୍ଲୀକୁ ଆସିବେ ସେମାନେ କ୍ୱାରେଣ୍ଟାଇନରେ ରହିବା ଦରକାର ନାହିଁ। କେବଳ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା ଦରକାର ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୋମବାର ମୋଟ୍ ୧୯୦ ଘରୋଇ ବିମାନ ଅନ୍ୟ ରାଜ୍ୟକୁ ଯିବ ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ରାଜ୍ୟରୁ ୧୯୦ଟି ବିମାନ ଦିଲ୍ଲୀକୁ ଆସିବ ବୋଲି ଜଣାପଡ଼ିଛି। ବିମାନରେ ଯାତ୍ରା ବେଳେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା ରହିଛି।

ପଶ୍ଚିମବଙ୍ଗ

୨୫ରୁ ୨୭ ମଇ ଯାଏ ଘରୋଇ ବିମାନକୁ ଅନୁମତି ନାହିଁ। ଅମ୍ଫାନ ବାତ୍ୟା ପାଇଁ ବିମାନ ସେବା ଆରମ୍ଭ ହୋଇପାରି ନାହିଁ। ୨୮ ମଇରୁ ପ୍ରତିଦିନ ୧୦ଟି ବିମାନ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି।

ହାଇଦ୍ରାବାଦ
ହାଇଦ୍ରାବାଦର ରାଜୀବ ଗାନ୍ଧୀ ବିମାନବନ୍ଦରରୁ ୩୦ ଟି ଘରୋଇ ବିମାନ ଚଳାଚଳ କରିବ। ବିମାନ ବନ୍ଦର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲ ସରକାର କହିଛନ୍ତି।

ଉତ୍ତର ପ୍ରଦେଶ
ସୋମବାରଠୁ ଘରୋଇ ବିମାନ ସେବା ଆରମ୍ଭ ହେବ। ଯେଉଁମାନେ ଆସିବେ ସେମାନେ ୧୪ ଦିନ କ୍ୱାରେଣ୍ଚାଇନରେ ରହିବାକୁ ବାଧ୍ୟ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ଗୁଆହାଟୀ
ଆସାମାର ଗୁଆହାଟୀରୁ ୩୨ଟି ବିମାନ ଚଳାଚଳ କରିବ। ଗୋଟିଏ ବିମାନ ଉଡ଼ାଣ ଭରିବା ପରେ ଅନ୍ୟ ବିମାନ ଅବତରଣ କରିବା ସମୟ ମଧ୍ୟରେ ଅନ୍ତର ରହିବ। ଏହି ସମୟରେ ବିମାନ ବନ୍ଦର ସାନିଟାଇଜ ହେବ ବୋଲି ବିମାନ ବନ୍ଦର କତ୍ତୃପକ୍ଷ ସଞ୍ଜିବ ଜିନ୍ଦଲ କହିଛନ୍ତି।

କର୍ଣ୍ଣାଟକ
ରାଜ୍ୟକୁ ଆସିବାକୁ ଥିବା ଯାତ୍ରୀମାମେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବେ। ପ୍ରଥମ ୭ ଦିନ କ୍ୱାରେଣ୍ଟାଇନ କେନ୍ଦ୍ରରେ ଅନ୍ୟ ୭ ଦିନ ଘରେ ରହିବାକୁ ପଡ଼ିବ ବୋଲି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମହାରାଷ୍ଟ୍ର
ପ୍ରଥମେ ଘରୋଇ ବିମାନ ଚଳାଚଳକୁ ନେଇ ରାଜ୍ୟ ସରକାର ଅନୁମତି ଦେଇନଥିଲେ। ଏବେ ମାତ୍ର ୨୫ ଯୋଡ଼ା ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିବା ଜଣାପଡ଼ିଛି।

ଛତିଶଗଡ଼
ରାଜ୍ୟକୁ ଆସିବାକୁ ଥିବା ଯାତ୍ରୀମାନେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ହେବ। ଘରୋଇ ବିମାନ ସେବା ଆରମ୍ଭ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ ବୋଲି ଆକଳନ କରାଯାଇ ଛତିଶଗଡ଼ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଗୋଆ
ଗୋଆ ସରକାର ମଧ୍ୟ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ମୋଟ୍ ୧୫ଟି ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଛନ୍ତି ସରକାର।

Related story