ରାମବିଳାଶ ପାସଓ୍ୱାନଙ୍କ ଅଫିସ୍ ସିଲ୍

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାସୱାନଙ୍କ କାର୍ଯ୍ୟାଳୟ ଏବଂ ସେଣ୍ଟ୍ରାଲ ଦିଲ୍ଲୀର କୃଷି ଭବନରେ ଥିବା ତାଙ୍କର ଏକ ବିଭାଗର ଅଫିସକୁ ସିଲ୍ କରାଯାଇଛି। ମତ୍ସ୍ୟ, ଗୋପାଳନ ଏବଂ ଡାଏରୀ ଫାର୍ମିଂରେ ନିଯୁକ୍ତ ଥିବା ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଜଣେ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି, କୃଷି ଭବନରେ ଖାଦ୍ୟ ଓ ବିତରଣ ଅଫିସ୍ ରହିଛି। ୧୯ ଏବଂ ୨୦ରେ ଏହି ଅଫିସକୁ ବିଶୋଧନ କରାଯିବ। ତେଣୁ ଅଫିସକୁ ସିଲ୍ […]

krishi-bhawan-sealed

Subhransu Sekhar
  • Published: Tuesday, 19 May 2020
  • , Updated: 19 May 2020, 11:10 AM IST

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ରାମବିଳାଶ ପାସୱାନଙ୍କ କାର୍ଯ୍ୟାଳୟ ଏବଂ ସେଣ୍ଟ୍ରାଲ ଦିଲ୍ଲୀର କୃଷି ଭବନରେ ଥିବା ତାଙ୍କର ଏକ ବିଭାଗର ଅଫିସକୁ ସିଲ୍ କରାଯାଇଛି। ମତ୍ସ୍ୟ, ଗୋପାଳନ ଏବଂ ଡାଏରୀ ଫାର୍ମିଂରେ ନିଯୁକ୍ତ ଥିବା ଜଣେ ଅଧିକାରୀ କରୋନାରେ ସଂକ୍ରମିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଜଣେ ଅଧିକାରୀ ପ୍ରତିକ୍ରିୟାରେ କହିଛନ୍ତି, କୃଷି ଭବନରେ ଖାଦ୍ୟ ଓ ବିତରଣ ଅଫିସ୍ ରହିଛି। ୧୯ ଏବଂ ୨୦ରେ ଏହି ଅଫିସକୁ ବିଶୋଧନ କରାଯିବ। ତେଣୁ ଅଫିସକୁ ସିଲ୍ କରାଯାଇଛି।

ରାମବିଳାଶ ପାସଓ୍ୱାନଙ୍କ ପାଖରେ ଦୁଇଟି ମନ୍ତ୍ରଣାଳୟ ରହିଛି। ଗୋଟିଏ ଖାଦ୍ୟ ଯୋଗାଣ ବିଭାଗ ଏବଂ ଅନ୍ୟଟି ଉପୋଭକ୍ତା ବିଭାଗ। କୃଷି ଭବନ ଭିତରେ କୃଷି, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତି ରାଜ ସହିତ ଅନେକ ମନ୍ତ୍ରଣାଳୟ ରହିଛି।

ଏହା ପୂର୍ବରୁ ୨୮ ଏପ୍ରିଲରେ ନୀତି ଆୟୋଗର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ନୀତି ଆୟୋଗ ଅଫିସକୁ ସିଲ୍ କରାଯାଇ ବିଶୋଧନ କରାଯାଇଥିଲା।

Related story