ନୂଆଦିଲ୍ଲୀ: ଏବେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ କୋଭିଡ୍-୧୯ ଭୂତାଣୁର ଚିହ୍ନଟ ଏବଂ ଏହାର ଚିକିତ୍ସା ମାଗଣାରେ କରାଯାଇ ପାରିବ। ଘରୋଇ ଲ୍ୟାବୋରେଟୋରୀ ଏବଂ ଏହି ଯୋଜନା ସହ ଚୁକ୍ତିଭୁକ୍ତ ହସ୍ପିଟାଲରେ ଏହି ସୁବିଧା ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ (ଏନ୍ଏଚ୍ଏ) ପକ୍ଷରୁ କୁହାଯାଇଛି।
https://twitter.com/drharshvardhan/status/1246412191751737344?s=20
ଏହି ସଂସ୍ଥାନ ଏକ ବିବୃତ୍ତିରେ କହିଛନ୍ତି, “ସରକାରୀ ହସ୍ପିଟାଲରେ ବର୍ତ୍ତମାନ ମଧ୍ୟ କୋଭିଡ୍-୧୯ର ଯାଞ୍ଚ ଏବଂ ଚିକିତ୍ସା ଉପଲବ୍ଧ ରହିଛି। ତେବେ ବର୍ତ୍ତମାନ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ୫୦ କୋଟିରୁ ଅଧିକ ହିତାଧିକାରୀ ମାଗଣାରେ ଘରୋଇ ଲ୍ୟାବ୍ରେ କୋଭିଡ୍-୧୯ ଯଞ୍ଚ କରାଇ ପାରିବେ ଏବଂ ଚୁକ୍ତିଭୁକ୍ତ ହସ୍ପିଟାଲରେ ଚିକିତ୍ସା କରାଇପାରିବେ।”
ସୂଚନାଯୋଗ୍ୟ ଯେ, ଆଇସିଏମ୍ଆର ନିର୍ଦ୍ଧାରିତ କରିଥିବା ପ୍ରଟୋକଲ୍ ଅନୁଯାୟୀ ଏବଂ ଏହାର ଅନୁମୋଦନ ଲାଭ କରିଥିବା ଘରୋଇ ଲ୍ୟାବ୍ କୋଭିଡ୍-୧୯ ପରୀକ୍ଷା କରିପାରିବ। ଘରୋଇ ହସ୍ପିଟାଲରେ କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଆସିବ।