ଦୁଇ ଝିଅଙ୍କ ଶବ ପାଖରେ ନାଚିଲେ ମା’, କରୋନା ମୋ ଠାରୁ ବ୍ୟାପିଛି କହିଲେ

ନୂଆଦିଲ୍ଲୀ: ଝିଅକୁ ମାରି ଦେଲେ ଶେଷ ହୋଇଯିବ କଳିଯୁଗ। ପରଦିନ ସୂର୍ଯ୍ୟ ଉଦୟ ହେବା ସହ ମୃତ ଝିଅ ପୁଣିଥରେ ଜୀବନ୍ତ ହେବେ ଏବଂ ଏହିଠାରୁ ଆରମ୍ଭ ହେବ ସତ୍ୟଯୁଗ। ଏମିତି କିଛି ଅନ୍ଧବିଶ୍ୱାସ ଭରସାରେ ନିଜର ଦୁଇ ଝିଅଙ୍କୁ ହତ୍ୟା କରିଥିବା ବାପା-ମା’ଙ୍କ ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ଚିତ୍ତୌରରେ ଘଟିଥିବା ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ହେଲେ ପୁଲିସ୍‌ ଯେତେବେଳେ ପହଞ୍ଚିଥିଲା ସେତେବେଳେ ଦୁଇ ଝିଅଙ୍କ […]

fe

fe

Hemant Lenka
  • Published: Wednesday, 27 January 2021
  • Updated: 28 January 2021, 12:09 PM IST

Sports

Latest News

ନୂଆଦିଲ୍ଲୀ: ଝିଅକୁ ମାରି ଦେଲେ ଶେଷ ହୋଇଯିବ କଳିଯୁଗ। ପରଦିନ ସୂର୍ଯ୍ୟ ଉଦୟ ହେବା ସହ ମୃତ ଝିଅ ପୁଣିଥରେ ଜୀବନ୍ତ ହେବେ ଏବଂ ଏହିଠାରୁ ଆରମ୍ଭ ହେବ ସତ୍ୟଯୁଗ। ଏମିତି କିଛି ଅନ୍ଧବିଶ୍ୱାସ ଭରସାରେ ନିଜର ଦୁଇ ଝିଅଙ୍କୁ ହତ୍ୟା କରିଥିବା ବାପା-ମା’ଙ୍କ ସମ୍ପର୍କରେ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଆନ୍ଧ୍ର ପ୍ରଦେଶର ଚିତ୍ତୌରରେ ଘଟିଥିବା ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ହେଲେ ପୁଲିସ୍‌ ଯେତେବେଳେ ପହଞ୍ଚିଥିଲା ସେତେବେଳେ ଦୁଇ ଝିଅଙ୍କ ରକ୍ତ ଭିଜା ଶବ ପାଖରେ ମା’ କରୁଥିବା ହରକତ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ମା’ ଜଣଙ୍କ ଦୁଇ ଝିଅଙ୍କ ଶବ ପାଖରେ ଗୀତ ଗାଇ ଡ୍ୟାନ୍ସ କରୁଥିବା ପୁଲିସ୍‌ ଦେଖିବାକୁ ପାଇଥିଲା।

ସେହିପରି ପୁଲିସ୍‌ ସେମାନଙ୍କ ବାପା ପ୍ରିନ୍ସିପାଲ ପୁରୁଷୋତ୍ତମ ନାଇଡୁଙ୍କୁ ତାଙ୍କ ୩ ମହଲା କୋଠା ଘରୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ସେ “ମୁଁ ନିର୍ବୋଧ ନୁହେଁ। ମୁଁ ରସାୟନ ବିଜ୍ଞାନରେ ପିଏଚଡି କରିଛି” ବୋଲି କହିଥିଲେ। ପୁରୁଷୋତ୍ତମ ନାଇଡୁ ଗୋଟିଏ ମହିଳା କଲେଜର ପ୍ରିନ୍ସିପାଲ୍। ସେହିପରି ମା’ ପଦ୍ମଜା ଗୋଟିଏ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷକ ଭାବେ କାମ କରୁଥିଲେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସେମାନେ ନିଜର ୨୭ ଓ ୨୩ ବର୍ଷୀୟ ଦୁଇ ଝିଅଙ୍କୁ ହତ୍ୟା କରିଥିଲେ।

ଏବେ ଜଣାପଡ଼ିଛି ଯେ ପଦ୍ମଜା ପୁଲିସ୍‌ ଉପସ୍ଥିତିରେ ନିଜ ସ୍ୱାମୀଙ୍କୁ କହିଥିଲେ ଯେ କ’ଣ ପାଇଁ ତୁମେ ଆଉ ଅଧ ଘଣ୍ଟା ଅପେକ୍ଷା କରିପାରିଲନି? ଯଦି ତୁମେ ନିଜର ବିଶ୍ୱାସ ଉପରେ କାଏମ ରହିଥାଆନ୍ତ, ତା’ହେଲେ ଆଜି ଆମର ଦୁଇ ଝିଅ ପୁଣିଥରେ ଜୀବତ ହୋଇଯାଇଥାଆନ୍ତେ। ପୁରୁଷୋତ୍ତମ ନିଜ ଦୁଇ ଝିଅଙ୍କ ରକ୍ତଭିଜା ଶବକୁ ଦେଖି ସହି ନ ପାରିବାରୁ ଛାତକୁ ଆସି ପ୍ରଥମେ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କରିଥିଲେ। ବନ୍ଧୁ ଜଣଙ୍କ ଫୋନ କରି ପୁଲିସ୍‌କୁ ଏ ବିଷୟରେ କହିଥିଲେ।

ପଦ୍ମଜା ଆହୁରି କହିଥିଲେ ଯେ ମୁଁ ଶିବ। କରୋନା ଭାଇରସ ଚାଇନାରୁ ନୁହେଁ, ମୋ ଠାରୁ ବ୍ୟାପିଛି। ତାଙ୍କୁ ଚିତ୍ତୋରରେ କରୋନା ଟେଷ୍ଟ କରାଇବାକୁ ନେବେ ବେଳେ ସେ ଏକଥା କହିଥିଲେ। ସେ କହିଥିଲେ ଯେ ମୁଁ ଆପଣମାନଙ୍କୁ କହୁଛି ଯେ ମାର୍ଚ୍ଚ ସୁଦ୍ଧା କରୋନା ଭାଇରସ ପଳାଇବ।

ଟିକାର କୌଣସି ଆବଶ୍ୟକ ନାହିଁ। ତାଙ୍କ ସ୍ୱାମୀ ପାଖକୁ ଯିବାରୁ ସେ ନିଜକୁ ଦୂରେଇ ନେଇଥିଲେ। ଆଉ କହିଥିଲେ ଯେ ବର୍ତ୍ତମାନ ମୁଁ ଶିବ। ତୁମେ ମୋର ସ୍ୱାମୀ ନୁହଁ।

ରବିବାର ସନ୍ଧ୍ୟାରେ ପଦ୍ମଜା ଓ ପୁରୁଷୋତ୍ତମ ନିଜର ଦୁଇ ଝିଅଙ୍କୁ ଡମ୍ବେଲ୍ସ ଓ ତ୍ରିଶୂଳ ଭୁସି ହତ୍ୟା କରିଥିଲେ। ସେମାନେ ପୁଣିଥରେ ଜୀବନ ପାଇବେ ବୋଲି ଉଭୟ ବିଶ୍ୱାସ ରଖିଥିଲେ। ପଦ୍ମଜା ପୁଲିସକୁ କହିଛନ୍ତି, ମୁଁ ମୋର ଦୁଇ ଝିଅଙ୍କୁ ଡମ୍ବେଲ୍ସରେ ମାଡ଼ ମାରିଥିଲି। ସେମାନଙ୍କ ଶରୀରରେ ଯଦି କୌଣସି ଖରାପ ଶକ୍ତି ନଥିବ, ତା’ହେଲେ ସେମାନେ ୪ରୁ ୫ ଘଣ୍ଟା ଭିତରେ ଜୀବନ ପାଇଥାଆନ୍ତେ। ଏହାପରେ କଳିଯୁଗ ସରିଥାଆନ୍ତା ଓ ସତ୍ୟଯୁଗ ଆରମ୍ଭ ହୋଇଥାଆନ୍ତା।

ଅଧିକ ପଢ଼ନ୍ତୁ >> ସାର୍ଟିଫିକେଟ୍‌ ପାଇବା ପାଇଁ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ସହାୟତା ଦେଲେ ରାନୀ ପଣ୍ଡା

ପୁଲିସ୍‌ କହିଛି ଯେ ଆମେ ଯଦି ଠିକଣା ସମୟରେ ପହଞ୍ଚି ନଥାଆନ୍ତୁ, ତା’ହେଲେ ଦମ୍ପତି ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜକୁ ହତ୍ୟା କରିଥାଆନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos