ବ୍ୟାଙ୍କ ନୋଟ୍‌ ଓ ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଯାଏ ରହିପାରୁଛି କରୋନା ଭୂତାଣୁ!

ମେଲବର୍ଣ୍ଣ: ମହାମାରୀ କରୋନା ଭାଇରସ ଦୀର୍ଘଦିନ ଧରି ବ୍ୟାଙ୍କନୋଟ୍‌ ଓ ମୋବାଇଲ ସ୍କ୍ରିନ୍‌ରେ ରହିପାରୁଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ବୈଜ୍ଞାନିକମାନଙ୍କ କହିବା କଥା ଯେ ଷ୍ଟେନଲେସ୍‌ ଷ୍ଟିଲ, ଫୋନର ସ୍କ୍ରିନ ଗ୍ଲାସ, କାଚ, ପ୍ଲାଷ୍ଟିକ ଓ ବ୍ୟାଙ୍କ ନୋଟରେ କରୋନା ଭୂତାଣୁ ଦୀର୍ଘ ୨୮ ଦିନ କାଳ ସକ୍ରିୟ ରହିଥାଏ। ଏହି ସମୟ ମଧ୍ୟରେ ଏହାର ସଂସ୍ପର୍ଶରେ ଆସିଲେ, ଜଣେ ସୁସ୍ଥ ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି। ପୂର୍ବରୁ ଗବେଷକମାନେ ଉପରୋକ୍ତ ଜିନିଷଗୁଡ଼ିକରେ କରୋନା […]

fg

Hemant Lenka
  • Published: Monday, 12 October 2020
  • , Updated: 12 October 2020, 11:52 AM IST

ମେଲବର୍ଣ୍ଣ: ମହାମାରୀ କରୋନା ଭାଇରସ ଦୀର୍ଘଦିନ ଧରି ବ୍ୟାଙ୍କନୋଟ୍‌ ଓ ମୋବାଇଲ ସ୍କ୍ରିନ୍‌ରେ ରହିପାରୁଥିବା ଗବେଷକମାନେ ଜାଣିବାକୁ ପାଇଛନ୍ତି। ବୈଜ୍ଞାନିକମାନଙ୍କ କହିବା କଥା ଯେ ଷ୍ଟେନଲେସ୍‌ ଷ୍ଟିଲ, ଫୋନର ସ୍କ୍ରିନ ଗ୍ଲାସ, କାଚ, ପ୍ଲାଷ୍ଟିକ ଓ ବ୍ୟାଙ୍କ ନୋଟରେ କରୋନା ଭୂତାଣୁ ଦୀର୍ଘ ୨୮ ଦିନ କାଳ ସକ୍ରିୟ ରହିଥାଏ। ଏହି ସମୟ ମଧ୍ୟରେ ଏହାର ସଂସ୍ପର୍ଶରେ ଆସିଲେ, ଜଣେ ସୁସ୍ଥ ଲୋକ କରୋନାରେ ସଂକ୍ରମିତ ହେବାର ଆଶଙ୍କା ରହିଛି।

ପୂର୍ବରୁ ଗବେଷକମାନେ ଉପରୋକ୍ତ ଜିନିଷଗୁଡ଼ିକରେ କରୋନା ଭାଇରସ ୩ରୁ ୭ଦିନ ବଞ୍ଚି ରହୁଥିବା କଥା କହିଥିଲେ। ହେଲେ ଏବେ ଅଷ୍ଟ୍ରେଲୀୟ ଏଜେନ୍ସି ସିଏସଆଇଆରଓର ଗବେଷକମାନେ ୨୮ ଦିନ ଯାଏ କରୋନା ଭୂତାଣୁ ବଞ୍ଚି ରହୁଥିବା କଥା କହିଛନ୍ତି। ଏଠାରେ ଗବେଷଣା କରିଥିବା ବୈଜ୍ଞାନିକମାନେ କହିଛନ୍ତି ଯେ କମ ତାପମାତ୍ରାରେ ଏହି ଭାଇରସ ଅଧିକ ଦିନ ଯାଏ ସକ୍ରିୟ ହୋଇ ରହିପାରୁଛି। ୨୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହୁଥିବା ଅଞ୍ଚଳରେ ଭାଇରସକୁ ଦୀର୍ଘ ୨୮ ଦିନ ଯାଏ ଠାବ କରାଯାଇ ପାରୁଛି।

ଗବେଷକମାନେ ବିଭିନ୍ନ ଜିନିଷକୁ ନେଇ ପରୀକ୍ଷା କରିଥିଲେ। ପରୀକ୍ଷାରେ ସାମିଲ ହୋଇଥିବା ଜିନିଷଗୁଡ଼ିକ ମଧ୍ୟରୁ କାଚ, ପଲିମର ନୋଟ, ଷ୍ଟେନଲେସ ଷ୍ଟିଲ ଓ ପେପର ନୋଟ୍‌ରେ କରୋନା ଭୂତାଣୁ ଦୀର୍ଘ ଦିନ ଧରି ବଞ୍ଚି ରହୁଥିବା ଜଣାପଡ଼ିଛି। କରୋନା ଭୂତାଣୁ ପୂର୍ବରୁ ଇନପ୍ଲ୍ୟୁଏଞ୍ଜା ଭାଇରସ ୧୭ ଦିନ ଯାଏ ଉପରୋକ୍ତ ଜିନିଷରେ ସକ୍ରିୟ ରହୁଥିଲା।

ଗବେଷଣାରୁ ଆହୁରି ଜଣାପଡ଼ିଛି ଯେ କଟନ ତୁଳନାରେ ଅନ୍ୟାନ୍ୟ ଦ୍ରବ୍ୟରେ ଏହା ଅଧିକ ଦିନ ସକ୍ରିୟ ରହୁଛି। ସେହିପରି ପ୍ଲାଷ୍ଟିକ ନୋଟ ତୁଳନାରେ ପେପଟ ନୋଟ୍‌ ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ଅଧିକ।

୨୦ ଡିଗ୍ରୀ ସେଲସିୟରେ ଏହା ୨୮ ଦିନ ସକ୍ରିୟ ରହୁଥିବା ବେଳେ ୩୦ ଡିଗ୍ରୀ ତାପମାତ୍ରାରେ ଏହା ୭ ଦିନ ଓ ୪୦ ଡିଗ୍ରୀ ତାପମାତ୍ରାରେ ୨୪ ଘଣ୍ଟା ମଧ୍ୟରେ ଖତମ ହୋଇଯାଏ। ପୂର୍ବରୁ ଲାନସେଟ୍‌ ସର୍ଭେରେ କୁହାଯାଇଥିଲା ଯେ ୭୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ କରୋନା ଭାଇରସ ୫ ମିନିଟ୍‌ ମଧ୍ୟରେ ନଷ୍ଟ ହୋଇଯାଇଥାଏ। ହେଲେ ୪୦ ଡିଗ୍ରୀ ସେଲସିୟରେ ଏହା ପୂର୍ବଭଳି ସଂକ୍ରିୟ ରହିଥାଏ। ଏବେ କିନ୍ତୁ ଅଷ୍ଟ୍ରେଲୀୟ ଗବେଷକ ନୂଆ ତଥ୍ୟ ଦେଇଛନ୍ତି।

Related story