ହିନ୍ଦୁ ବୋଲି କାନେରିଆଙ୍କୁ ହେଉଥିଲା ବିରୋଧ, ଅଖତାର୍‌ ବଖାଣିଲେ ପାକ୍‌ ଟିମ୍‌ର ଅକୁହା କଥା

ଇସ୍‌ଲମାବାଦ: ହିନ୍ଦୁ ହୋଇଥିବାରୁ ଲେଗ୍‌ ସ୍ପିନର ଡାନିସ୍‌ କାନେରିଆଙ୍କୁ ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ବିରୋଧ ହୋଇଥିବା ଏବଂ ହୀନ ଦୃଷ୍ଟିରେ ଦେଖାଯାଇଥିବା ଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପାକିସ୍ତାନର ଅନ୍ୟତମ ବୋଲର ସୋଏବ୍‌ ଅଖତାର ଏ ବିଷୟରେ ମୁହଁ ଖୋଲିବା ପରେ ଏହି ଦେଶରେ ହିନ୍ଦୁଙ୍କ ସ୍ଥିତିର ଅସଲ ଚିତ୍ର ଜଣାପଡ଼ିଛି। ଏପରିକି ଖୋଦ୍‌ କାନେରିଆ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ‘ଗେମ୍‌ ଅନ୍‌ ହୈ’ ନାମକ ଏକ କାର୍ଯ୍ୟକ୍ରମରେ ଅଖତାର ପୂର୍ବରୁ କହିଥିଲେ, ପାକିସ୍ତାନ […]

Danis-Kaneria

Subrat Kumar Nayak
  • Published: Friday, 27 December 2019
  • , Updated: 27 December 2019, 03:47 PM IST

ଇସ୍‌ଲମାବାଦ: ହିନ୍ଦୁ ହୋଇଥିବାରୁ ଲେଗ୍‌ ସ୍ପିନର ଡାନିସ୍‌ କାନେରିଆଙ୍କୁ ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ବିରୋଧ ହୋଇଥିବା ଏବଂ ହୀନ ଦୃଷ୍ଟିରେ ଦେଖାଯାଇଥିବା ଭଳି ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ପାକିସ୍ତାନର ଅନ୍ୟତମ ବୋଲର ସୋଏବ୍‌ ଅଖତାର ଏ ବିଷୟରେ ମୁହଁ ଖୋଲିବା ପରେ ଏହି ଦେଶରେ ହିନ୍ଦୁଙ୍କ ସ୍ଥିତିର ଅସଲ ଚିତ୍ର ଜଣାପଡ଼ିଛି। ଏପରିକି ଖୋଦ୍‌ କାନେରିଆ ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି।

‘ଗେମ୍‌ ଅନ୍‌ ହୈ’ ନାମକ ଏକ କାର୍ଯ୍ୟକ୍ରମରେ ଅଖତାର ପୂର୍ବରୁ କହିଥିଲେ, ପାକିସ୍ତାନ ଟିମ୍‌ରେ ଅଧିକାଂଶ ଲୋକ ଚାହୁଁନଥିଲେ କାନେରିଆ ଟିମ୍‌ରେ ରୁହନ୍ତୁ। ସେ ହିନ୍ଦୁ ହୋଇଥିବାରୁ ତାଙ୍କ ପ୍ରତି ଏପରି ଧାରଣା ରଖାଯାଉଥିଲା। କାନେରିଆ ନିଜ ପ୍ରଦର୍ଶନର ଶ୍ରେୟ ତ ନେଇପାରୁନଥିଲେ, ଏପରିକି ସାଥୀ ଖେଳାଳି ହଇରାଣ ମଧ୍ୟ କରୁଥିଲେ। ଏପରିକି ତାଙ୍କ ସହ ଖାଇବାକୁ ମଧ୍ୟ ମନା କରୁଥିଲେ।


୨୦୦୦ରୁ ୨୦୧୦ ଯାଏ ପାକିସ୍ତାନ ପାଇଁ ଖେଳିଥିବା ଏବଂ ତାଙ୍କ ଦେଶ ପାଇଁ ଅନେକ ବିଜୟ ଆଣିଥିଲେ କାନେରିଆ। ସେ ଦ୍ୱିତୀୟ ହିନ୍ଦୁ ଖେଳାଳି ଭାବେ ପାକିସ୍ତାନ ପାଇଁ ଖେଳିଥିଲେ। ତାଙ୍କ ପୂର୍ବରୁ ୧୯୮୦ ମସିହାରେ ତାଙ୍କର ଜଣେ ସମ୍ପର୍କୀୟ ଅନିଲ ଦଲପତ୍‌ ୱିକେଟ୍‌ କିପର ଭାବେ ଖେଳୁଥିଲେ।
https://twitter.com/ANI/status/1210219133154914304
ତେବେ ଅଖତାର ଏହି ବିଷୟରେ ଖୁଲାସା କରିବା ପରେ ତାଙ୍କୁ ଧନ୍ୟବାଦ ଜଣାଇବା ସହ କାନେରିଆ ଅନ୍ୟ ସାଥୀ ଖେଳାଳି ଏବଂ କ୍ରିକେଟ୍‌ ପ୍ରଶାସକଙ୍କୁ ତଥା ତାଙ୍କୁ ଭଲପାଉଥିବା ପାକିସ୍ତାନୀଙ୍କୁ ଧନ୍ୟବାଦ ଜଣାଛନ୍ତି। ସେ କହିଛନ୍ତି, “ନିର୍ଦ୍ଦିଷ୍ଟ କିଛି ଲୋକ ମୋତେ ବିରୋଧ କରୁଥିଲେ। ଏହି ବିରୋଧ ମୋତେ ଭଲ ପାଉଥିବା ଲୋକଙ୍କ ଆଗରେ ତିଷ୍ଠିପାରିନଥିଲା।” ସେ କହିଛନ୍ତି, ଇଞ୍ଜମାମ୍‌ ଉଲ୍‌ ହକ୍‌, ୟୁନୁସ୍‌ ଖାନ୍‌, ସୋଏବ୍‌ ଅଖତାର୍‌ ଏବଂ ମହମ୍ମଦ ୟୁସୁଫ୍‌ ଆଦି ସାଥୀ ଖେଳାଳି ଭିନ୍ନ ଧର୍ମ ସତ୍ତ୍ୱେ ସମର୍ଥନ ଓ ସହଯୋଗ ଦେଇଆସିଥିଲେ। ତେବେ ଆଗରୁ ଏ ବିଷୟରେ କହିବାକୁ ସାହାସ ପାଉନଥିଲେ ଏବଂ ସେମାନଙ୍କ ନାଁ କହିପାରିବେ ବୋଲି ସେ କହିଛନ୍ତି।

୨୦୧୨ ମସିହାରେ ତାଙ୍କ ନାମରେ ଫିକ୍ସିଂ ଅଭିଯୋଗ ଆସିବା ପରେ ସେ ନିଲମ୍ବିତ ହୋଇଥିଲେ। ଏହାପରେ ସେ ଏହି ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନାହାନ୍ତି। ସେ କହିଛନ୍ତି, “ଯଦିଓ ଅନ୍ୟ ପାକିସ୍ତାନୀ ଖେଳାଳି ନିଜ ସମସ୍ୟାର ସମାଧାନ କରିପାରିଛନ୍ତି, ମୁଁ ସାରା ବିଶ୍ୱରୁ ସାହାଯ୍ୟ ମାଗିଥିଲେ ମଧ୍ୟ ଏଯାଏ ସେମିତି କିଛି ହୋଇପାରିନି। ମୁଁ ମୋ ସାମର୍ଥ୍ୟ ଅନୁଯାୟୀ କ୍ରିକେଟର ଭାବେ ପାକିସ୍ତାନକୁ ସବୁକିଛି ଦେଇଛି। ଭାବୁଛି ମୋ ଦରକାର ସମୟରେ ପାକିସ୍ତାନବାସୀ ମୋତେ ସହାୟତା କରିବେ।”

Related story